ETV Bharat / state

ଛେଣ୍ଡିପଦାରେ ବିଜେପି ଗୋଷ୍ଠୀ କନ୍ଦଳ ତୀବ୍ର, ଆଗକୁ ହୋଇପାରେ ବିସ୍ଫୋରଣ ! - ଛେଣ୍ଡିପଦା ବିଧାନସଭା

କଂଗ୍ରେସରୁ ଆସି ବିଜେପିରେ ପତିଆରା ଜାହିର କରିଥିବା ନେତାଙ୍କୁ ମୂଳ ବିଜେପି ନେତା ମାନେ କଲେଣି ବିରୋଧ । ଛେଣ୍ଡିପଦାରେ ଛିଣ୍ଡିବା ଦ୍ବାରରେ ବିଜେପି । ଟିକେଟ ପାଇଁ ସଂଗଠନରେ ସୃଷ୍ଟି ହେଉଛି ସଙ୍କଟ । ଲଢ଼େଇ ପୂର୍ବରୁ ଘର ଭିତରେ ପରସ୍ପର ବିରୋଧରେ ଲଢୁଛନ୍ତି ବିଜେପି ଯୋଦ୍ଧା । ଆମଦାନୀ ନେତାଙ୍କୁ ବରଦାସ୍ତ ମୁଡରେ ନାହାଁନ୍ତି ବିଜେପି କ୍ୟାଡର । ଛେଣ୍ଡିପଦା ସ୍ଥିତି ଦେଖି ଚାପରେ ଏବେ ରାଜ୍ୟ ନେତୃତ୍ବ । ଅଧିକ ପଢନ୍ତୁ

ଛେଣ୍ଡିପଦାରେ ବିଜେପି ଗୋଷ୍ଠୀ କନ୍ଦଳ ତୀବ୍ର, ଆଗକୁ ହୋଇପାରେ ବିସ୍ଫୋରଣ !

author img

By ETV Bharat Odisha Team

Published : Nov 28, 2023, 10:56 PM IST

ଛେଣ୍ଡିପଦାରେ ବିଜେପି ଗୋଷ୍ଠୀ କନ୍ଦଳ ତୀବ୍ର

ଅନୁଗୋଳ: ନିର୍ବାଚନ ପୂର୍ବରୁ ଛେଣ୍ଡିପଦାରେ ବଢୁଛି ବିଜେପି ଚାପ । ଦଳୀୟ ନେତା ମାନେ ଦଳୀୟ ପ୍ରାର୍ଥୀଙ୍କୁ କଲେଣି ବିରୋଧ । କଂଗ୍ରେସରୁ ଆସି ବିଜେପିରେ ପତିଆରା ଜାହିର କରିଥିବା ନେତାଙ୍କୁ ମୂଳ ବିଜେପି ନେତା ମାନେ କଲେଣି ବିରୋଧ । ଛେଣ୍ଡିପଦାରେ ଛିଣ୍ଡିବା ଦ୍ବାରରେ ବିଜେପି । ଟିକେଟ ପାଇଁ ସଂଗଠନରେ ସୃଷ୍ଟି ହେଉଛି ସଙ୍କଟ । ଲଢ଼େଇ ପୂର୍ବରୁ ଘର ଭିତରେ ପରସ୍ପର ବିରୋଧରେ ଲଢୁଛନ୍ତି ବିଜେପି ଯୋଦ୍ଧା । ଆମଦାନୀ ନେତାଙ୍କୁ ବରଦାସ୍ତ ମୁଡ୍‌ରେ ନାହାଁନ୍ତି ବିଜେପି କ୍ୟାଡର । ଛେଣ୍ଡିପଦା ସ୍ଥିତି ଦେଖି ଚାପରେ ଏବେ ରାଜ୍ୟ ନେତୃତ୍ବ । ଏହାକୁ ନେଇ ଏବେ ସରଗରମ ଛେଣ୍ଡିପଦା ରାଜନୀତି ।

ଅଧିକ ପଢନ୍ତୁ- Chhendipada Constituency: ମିଶନ ୨୪ ପାଇଁ ପାଗଭିଡା, କିଏ ହାତେଇବ ଛେଣ୍ଡିପଦା ସିଟ୍‌ ?

ଆଉ ମାତ୍ର ମାସ କେଇଟା ପରେ ସାଧାରଣ ନିର୍ବାଚନ । ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ, ନେତା ଓ କର୍ମୀ ତତ୍ପର । ରାଜନୈତିକ ଦଳଗୁଡ଼ିକ ନିଜର ସଂଗଠନ ସୁଦୃଢ଼ କରିବାରେ ବ୍ୟସ୍ତ । ନେତା ଓ କର୍ମୀଙ୍କ ମଧ୍ୟରେ ସଭା ସମିତି ଯୋରଦାର ହୋଇଛି । ନିର୍ବାଚନୀ ରଣକୌଶଳ ପ୍ରସ୍ତୁତ ହେଉଛି । ହେଲେ ଏଭଳି ସମୟରେ ଅନୁଗୋଳ ଜିଲା ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଭିନ୍ନ ଏକ ବାତାବରଣ । ବିଜେପିର ୩ଜଣ ପୂର୍ବତନ ବିଧାୟକ ପ୍ରାର୍ଥୀ ସଞ୍ଜୟ ନାଏକ, ସନ୍ତୋଷ ନାଏକ ଓ ଗୋବିନ୍ଦ ନାଏକ ଦଳୀୟ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିଜ ନିଜର ସମର୍ଥକମାନଙ୍କୁ ନେଇ ବୈଠକ ପରେ ବୈଠକ କରୁଛନ୍ତି । ଆସନ୍ତା ନିର୍ବାଚନରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଦଳ ଟିକେଟ ନଦେଲେ ନିଶ୍ଚିତ ଭାବେ ବିକଳ୍ପ ଚିନ୍ତା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଏହି ତିନି ପୂର୍ବତନ ବିଧାୟକ ପ୍ରାର୍ଥୀ । ଏହାକୁ ନେଇ ଏବେ ବିଜେପି ଭିତରେ ଜାରି ରହିଛି ଆଲୋଚନା ଓ ପର୍ଯ୍ୟାଲୋଚନା ।

ଗତ 2019ରେ ଛେଣ୍ଡିପଦା ବିଜେପି ପ୍ରାର୍ଥୀ ହୋଇଥିଲେ ଅଗସ୍ତି ବେହେରା । ମୂଳତଃ କଂଗ୍ରେସରୁ ଆସିଥିବା ଅଗସ୍ତି 2009 ଓ 2014 ରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ୨୦୧୭ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ୨୦୧୯ ନିର୍ବାଚନରେ ପ୍ରାର୍ଥୀ କରିଥିଲା । ସେତେବେଳ ଯଦିଓ ଅଗସ୍ତିଙ୍କୁ ମୂଳ ବିଜେପି ନେତା ସଞ୍ଜୟ ନାଏକ, ସନ୍ତୋଷ ନାଏକ ସମର୍ଥନ କରିଥିଲେ, ହେଲେ ଏବେ ବିରୋଧ ଆରମ୍ଭ କରିଛନ୍ତି। ସଞ୍ଜୟ ନାଏକ 2009ରେ ଦଳୀୟ ପ୍ରାର୍ଥୀ ହୋଇଥିବାବେଳେ, ସନ୍ତୋଷ ନାଏକ ୨୦୧୪ର ପ୍ରାର୍ଥୀ । ଏବେ ସନ୍ତୋଷ ସଞ୍ଜୟଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି ଆଉ ଜଣେ ବରିଷ୍ଠ ନେତା ଗୋବିନ୍ଦ ନାଏକ । ଗୋବିନ୍ଦ 2009 ଓ 2014ରେ ବିଏସ୍‌ପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ । ପରେ ବିଜେପିରେ ସାମିଲ ହୋଇ ସକ୍ରିୟ ଭାବେ କାମ କରୁଛନ୍ତି । ଏହି 3 ନେତାଙ୍କ ଅଭିଯୋଗ ଦଳ ସେମାନଙ୍କୁ ଗୁରୁତ୍ୱ ଦେଉନାହିଁ । ସାଂଗଠନିକ କାର୍ଯ୍ୟରେ ସାମିଲ କରୁନାହିଁ ।

ଅଧିକ ପଢନ୍ତୁ- ପାଲଲହଡା ଫାଇଟ: ଗଡ ଅକ୍ଷୁର୍ଣ୍ଣ ରଖିବ କି ବିଜେଡି, ନା ଏଥର ହେବ ପରିବର୍ତ୍ତନ ?

ସେପଟେ ବିଜେପିର ଟିକେଟ ଆଶାୟୀ ତଥା ଗତ ଥରର ପ୍ରାର୍ଥୀ ଅଗସ୍ତି ବେହେରା ନିଜର ସଂଗଠନ ମଜଭୁତ କରିବାକୁ ଲାଗି ପଡିଛନ୍ତି। ଅନ୍ୟପକ୍ଷରେ ଏହି ୩ଜଣ ପୂର୍ବତନ ବିଧାୟକ ପ୍ରାର୍ଥୀ ମଧ୍ୟ ନିଜ ନିଜର ସମର୍ଥକମାନଙ୍କୁ ନେଇ ସ୍ଥିତି ସୁଦୃଢ କରିବାକୁ ଉଦ୍ୟମ କରୁଛନ୍ତି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ବିଜେପିରେ କନ୍ଦଳ ବଢୁଛି। ଦଳୀୟ କନ୍ଦଳ ସ୍ପଷ୍ଟ ହୋଇଥିଲେ ମଧ୍ୟ ଦଳର ବରିଷ୍ଠ ନେତା ମାନେ ଚୁପ ବସିଛନ୍ତି। ବିଜେପି ଜିଲା ସଭାପତି ଡିଲେଶ୍ବର ପ୍ରଧାନ କହିଛନ୍ତି ଏକଥାକୁ ଦଳ ଗୁରୁତର ସହ ନେଇଛି। ରାଜ୍ୟ ସ୍ତରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ଚାଲିଛି । ଅସନ୍ତୁଷ୍ଟଙ୍କ ସହ ଖୁବ ଶୀଘ୍ର ଆଲୋଚନା କରାଯିବ । ଆସନ୍ତା ନିର୍ବାଚନରେ କିଏ ଦଳୀୟ ଟିକେଟ ପାଇବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ସଂଘୀୟ ବ୍ୟବସ୍ଥାରେ ଆମ ଦଳ ଚାଲୁଥିବାରୁ ଟିକେଟ କିଏ ପାଇବ ତାହା ଦଳ ନିଷ୍ପତି ନେବ। ଅସନ୍ତୋଷ ପ୍ରକାଶ କରୁଥିବା ତିନି ଜଣ ନେତାଙ୍କ ମଧ୍ୟରୁ କେହି ବି ଟିକେଟ ପାଇ ପାରନ୍ତି। ତାହା ଏବେଠାରୁ କହିବା ଠିକ ହେବ ନାହିଁ।

ଅନ୍ୟପଟେ ରାଜନୀତି ସମୀକ୍ଷକ ଅନୀଲ ପ୍ରଧାନ କହିଛନ୍ତି ଛେଣ୍ଡିପଦା ରାଜନୀତିରେ ବିଜେପିର ଗୋଷ୍ଠୀ କନ୍ଦଳ ବଢିଛି । ଅଗସ୍ତି ବେହେରା ଦଳକୁ ଆସିବା ପରେ ଏବେ ବିରୋଧ ହେଉଛି । ଯାହା ବିଜେଡିକୁ ଆଗାମୀ ନିର୍ବାଚନରେ ସୁହାଇପାରେ । ଯଦି ବିଜେପି ରାଜ୍ୟ ନେତୃତ୍ବ ଏହାର ସମାଧାନ ନକରନ୍ତି ଆଗାମୀ ଦିନରେ ବିଜେପି ବଡ଼ କ୍ଷତି ସହିପାରେ ବୋଲି ଆକଳନ କରିଛନ୍ତି ।

ଆଗାମୀ ନିର୍ବାଚନରେ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି। ତେଣୁ ବିଜେପିରେ ଏହି କନ୍ଦଳ ହୁଏତ ଦଳ ଉପରେ ପ୍ରଭାବ ପଡିପାରେ । ଏବେ ଅପେକ୍ଷା ଭବିଷ୍ୟତରେ କଣ ଘଟୁଛି ଛେଣ୍ଡିପଦାରେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.