ETV Bharat / state

କମ୍ପାନୀ ନେଇଗଲା ଜମି, ବିସ୍ଥାପିତ ତାଲିକାରେ ନାହାନ୍ତି ପ୍ରକୃତ ହିତାଧିକାରୀ - ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଳକ

କୋଇଲା ଖଣି ପାଇଁ ନିଜ ପୂର୍ବପୁରୁଷ ଭିଟାମାଟି ହରାଇଲେ । ସରକାରଙ୍କ ରାଜକୋଷ ବଢାଇଲେ । ହେଲେ ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି....ଦେଖନ୍ତୁ ଛେଣ୍ଡିପଦା ଧୋବାମଳିହା ଗ୍ରାମବାସୀଙ୍କ ଦୁଃଖ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Oct 16, 2019, 12:00 AM IST

Updated : Oct 16, 2019, 4:33 AM IST

ଅନୁଗୋଳ: କୋଇଲା ଖଣି ଯୋଗୁଁ ଜମି ଅଧିଗ୍ରହଣ ପାଇଁ ନୋଟିସ ଜାରି ହେଲା । ବିସ୍ଥାପିତଙ୍କୁ କ୍ଷତିପୂରଣ ମଧ୍ୟ ମିଳିଲା । ଶେଷରେ କୋଇଲା ଖଣି ବାତିଲ ହୋଇଗଲା । ଲୋକଙ୍କ ଦୁର୍ଦ୍ଦଶା ବଢିବା ସହିତ ନାଁ ନିଯୁକ୍ତି ନା କୌଣସି ସରକାରୀ ଯୋଜନା କାର୍ଯ୍ୟକାରୀ ହେଲା । ଏବେ ପୁଣି ସେହି କୋଲବ୍ଲକକୁ ନାଲକୋକୁ ଦିଆଯାଇଛି । ଆଉ ନାଲକୋ ବିସ୍ଥାପିତଙ୍କ ଯେଉଁ ସର୍ଭେ କରିଛି ସେଥିରେ ଅନେକ ବିସ୍ଥାପିତଙ୍କ ନା ବାଦ ପଡିଛି । ଫଳରେ ୧୫ ବର୍ଷ ହେବ ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଳକର ଧୋବାମଳିହା ଗ୍ରାମବାସୀଙ୍କ ଉପରେ ଏବେ ବୋଝ ଉପରେ ନଳିତା ବିଡା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଘଟଣା ୨୦୦୪ ମସିହାର । କଳିଙ୍ଗ କୋଲ ମାଇନ୍ସ ପାଇଁ ନିଜ ଭିଟା ମାଟି ହରାଇଲେ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଧୋବାମଳିହା ଗ୍ରାମବାସୀ । କିଛି କ୍ଷତିପୂରଣ ମଧ୍ୟ ପାଇଥିଲେ । ହେଲେ ପୂର୍ଣ୍ଣାଙ୍ଗ କ୍ଷତିପୂରଣ ସହ ଥଇଥାନ ହେବା ପୂର୍ବରୁ କଳିଙ୍ଗ ମାଇନ୍ସ ବାତିଲ ହେଲା । ଫଳରେ ଉକ୍ତ ମାଇନ୍ସକୁ ସେହି ବର୍ଷ ନାଲକୋକୁ ସରକାର ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ୨୦୦୬ ଜମି ଅଧିଗ୍ରହଣ ନିୟମ ଅନୁସାରେ ନିଯୁକ୍ତି, କ୍ଷତିପୂରଣ ଓ ଥଇଥାନ ସୁବିଧା ଦେବାକୁ ସର୍ଭେ କରିଛି ନାଲକୋ । ହେଲେ ଏହି ଖାମଖିଆଲି ସର୍ଭେ ଯୋଗୁଁ ଏବେ ବାଦ ପଡିଛନ୍ତି ବହୁ ବାସହରା ଓ ଭିଟା ମାଟି ଛାଡିଥିବା ଲୋକ ।

ଏହି ଗ୍ରାମରେ ଏକଶହରୁ ଅଧିକ ଅନୁସୂଚିତ ଜାତିର ଲୋକ ବସବାସ କରୁଛନ୍ତି । ହେଲେ ଆଶ୍ଚର୍ଯ୍ୟକର କଥା ଗ୍ରାମରେ ଗୋଟିଏ ବି ପକ୍କା ଘର ନାହିଁ କି ଶୌଚାଳୟ ନାହିଁ । ଖଣି ପାଇଁ ନିଜ ସର୍ବସ୍ବ ହରାଇଥିବା ଗ୍ରାମବାସୀ ନା ପାଇଛନ୍ତି ପରିମଳ ବ୍ୟବସ୍ଥା ନା ପାନୀୟ ଜଳ, ନା ପକ୍କାଘର । ଖଣି କମ୍ପାନୀ ମଧ୍ୟ ତାର ସାମାଜିକ କାର୍ଯ୍ୟକ୍ରମ ଯେମିତି ଭୁଲିଯାଇଛି । ଅନ୍ୟପଟେ ସରକାରଙ୍କ ସମସ୍ତ ଯୋଜନାରୁ ମଧ୍ୟ ଏମାନେ ବହୁ ଦୂରରେ ।

ଏ ସଂପର୍କରେ ସ୍ଥାନୀୟ ସ୍ବତନ୍ତ୍ର ଭୁ-ଅର୍ଜନ ଅଧିକାରୀ କହିଛନ୍ତି ସର୍ଭେରେ ବାଦ ପଡିଥିବା କେହି ଆମ ନଜରକୁ ଆସି ନାହିଁ । ଆସିଲେ ଆମେ ତଦନ୍ତ କରି ପଦକ୍ଷେପ ନେବୁ । ଏହି ଗ୍ରାମବାସୀ ପୂର୍ବ ସର୍ଭେରେ ବିସ୍ଥାପିତ ଭାବେ ସାମିଲ ହୋଇଛନ୍ତି । ହେଲେ ନାଲକୋ ପରି ଏକ ପ୍ରତିଷ୍ଠ କମ୍ପାନୀର ସର୍ଭେରୁ ବାଦ ପଡିଲେ କେମିତି । ତୁରନ୍ତ ଏମାନଙ୍କୁ ବିସ୍ଥାପିତ ଭାବେ ସର୍ଭେରେ ସାମିଲ କରିବା ସହ ଉଚିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ନଚେତ ଆଗକୁ ବଡ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:କୋଇଲା ଖଣି ଯୋଗୁ ଜମି ଅଧିଗ୍ରହଣ ପାଇଁ ନୋଟିସ ଜାରି ହେଲା । ବିସ୍ଥାପିତଙ୍କୁ କ୍ଷତି ପୁରଣ ମଧ୍ୟ ମିଳିଲା । ଶେଷରେ କୋଇଲା ଖଣି ବାତିଲ ହୋଇଗଲା । ଲୋକଙ୍କ ଦୁର୍ଦ୍ଦଶା ବଢିବ ସହିତ ନାଁ ନିଯୁକ୍ତି ନା କୈାଣସି ସରକାରୀ ଯୋଜନା କାର୍ଯ୍ୟକାରୀ ହେଲା । ଏବେ ପୁଣି ଏଇ କୋଳ ବ୍ଲକ କୁ ନାଲକୋ କୁ ଦିଆଯାଇଥିବା ବେଳେ ସେଥିରେ ଅନେକ ବିସ୍ଥାପିତ ଙ୍କ ନା ବାଦ ପଡିଛି । ଫଳରେ ୧୫ ବର୍ଷ ହେବ ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଳକର ଧୋବାମଳିହା ଗ୍ରାମବାସୀ ଙ୍କ ଦୁଖ ଏବେ ପୁଣି ବଢିଛି । Body:Vo – 1
ଏ ହେଉଛନ୍ତି ଗଙ୍ଗାଧର ନାଏକ । ଘର ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଧୋବାମଳିହା ଗାଁ ରେ । ଗଙ୍ଗାଧର ୨୦୦୪ ମସିହା ରେ ନିଜର ଭିଟାମାଟି କୋଇଲା କମ୍ପାନୀ ପାଇଁ ହରାଇଥିଲେ । କଳିଙ୍ଗ କୋଲ ମାଇନ୍ସ ପାଇଁ ନିଜ ଭିଟା ମାଟି ହରାଇବା ପରେ ୨୦୧୩ ମସିହାରେ କଳିଙ୍ଗ କୋଲ ମାଇନ୍ସ ବାତିଲ ହୋଇଥିଲା । ପରବର୍ତ୍ତୀ ସମୟରେ ସେହି କୋଲ ବ୍ଲକ କୁ ଏବେ ନାଲକୋ କୁ ଦିଆଯାଇଥିବା ବେଳେ ହୋଇଥିଲା ସର୍ଭେ ରେ ଏବେ ତାଙ୍କ ର କି ତାଙ୍କ ପରିବାର ର ନା ନାହିଁ । ଫଳରେ ୧୫ ବର୍ଷ ହେବ ଭିଟା ମାଟି ଗଙ୍ଗାଧର ନା ନିଯୁକ୍ତି ପାଇଛନ୍ତି ନା ଥଇଥାନ ହୋଇଛନ୍ତି । ଫଳରେ ଦୁର୍ଦିନ ରେ ଏବେ ବିଟୁଛି ତାଙ୍କ ଜୀବନ । କେବଳ ଗଙ୍ଗାଧର ନୁହନ୍ତି ଗାଁ ର ଏନେକ କ୍ଷତିଗ୍ରସ୍ତ ଙ୍କ ନା ଏବେ ନାଲକୋ କରାଇଥିବା ସର୍ଭେ ତାଲିକାରୁ ବାଦ ପଡିଛି । ରାଜ୍ୟ ସରକାରଙ୍କ ୨୦୦୬ ଜମି ଅଧିଗ୍ରହଣ ନିୟମ ଅନୁସାରେ ନିଯୁକ୍ତି, କ୍ଷତିପୁରଣ ଓ ଥଇଥାନ ସୁବିଧା କରିବାକୁ ସର୍ଭେ କରିଥିଲା ନାଲକୋ । ଏକ ଘରୋଇ ସଂସ୍ଥା ସର୍ଭେ କରିଥିବାରୁ ସଠିକ ଭାବେ ସର୍ଭେ କାର୍ଯ୍ୟ କରା ଯାଇ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
Byte – 1 ଗଙ୍ଗାଧର ନାଏକ , ଜମିହରା
Byte – 2 ଗୋବିନ୍ଦ ନାଏକ , ଜମିହରା
Vo – 2
୧୦୦ରୁ ଅଧିକ ଅନୁସୁଚିତ ଜାତୀର ଲୋକ ଧୋବାମଳିହା ଗାଁରେ ବାସ କରୁଥିବା ଜମିହରା ଯୋଗୁଁ ଗାଁରେ ଗୋଟିଏ ହେଲେ ପକା ଘର ଦେଖିବାକୁ ମିଳୁନି । ନା ସେମାନଙ୍କ ପାଇଁ ରହିଛି ପାନୀୟ ଜଳର ସୁବିଧା ନା ଚାଷ ପାଇଁ ଜଳ ସେଚନର ସୁବିଧା । ସ୍ବଛ ଭାରତ ଯୋଜନାରେ ପାଇଖାନା ଠାରୁ ନେଇ ପଞ୍ଚାୟତର ହେଉଥିବା କୈାଣସି ସରକାରୀ ଯୋଜନା ଏଠାରେ କାର୍ଯ୍ୟକାରୀ ହୁଏନାହିଁ । ୨୦୧୬ ମସିହା ଠାରୁ ଏହି ଗାଁ ଜମି ପୁଣିଥରେ କୋଇଲା ଖଣି ପାଇଁ ନାଲକୋ କୁ ମିଳିଛି । ଗୋଟେ ପଟେ ଉର୍ଣ୍ଣାୟନ କାମ ହେଉନଥିବା ବେଳେ ଏବେ ସର୍ଭେ ତାଲିକାରୁ ଲୋକଙ୍କ ନାଁ ବାଦ ପଡିବାରୁ ଅସନ୍ତୋଷ ଦେଖା ଦେଇଛି । ଏନେଇ ସ୍ବତନ୍ତ ଭୁ-ଅର୍ଜନ ଅଧିକାରୀ କହିଛନ୍ତି ଯେଉଁ ମାନଙ୍କର ନାଁ ତାଲିକାରୁ ବାଦ ପଡ଼ିଛି ସେମାନଙ୍କ ନାକୁ ପୁଣି ଥରେ ତାଲିକାଭୁକ୍ତ କରାଯିବ ।
Byte – 3 ବାସୁଦେବ ନାଏକ, ଜମିହରା
Byte – 4 ବସନ୍ତ କୁମାର ଦାସ, ସ୍ବତନ୍ତ୍ର ଭୁ-ଅର୍ଜନ ଅଧିକାରୀ
Conclusion:ଖଣି ପାଇଁ ସବୁକିଛି ହରାଇବା ପରେ ଏବେ ପୁଣି ତାଲିକାରେ ନାଁ ବାଦ ପଡିବା କ୍ଷତିଗ୍ରସ୍ତଙ୍କୁ ଚିନ୍ତାରେ ପକାଇଥିବା ବେଳେ ଯଦି ଏହାର ସମାଧାନ ତୁରନ୍ତ ନହୁଏ ତେବେ ସେମାନେ ଆନ୍ଦୋଳନ କୁ ଓଲ୍ଲାଇବେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
Last Updated : Oct 16, 2019, 4:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.