ETV Bharat / state

ଟିଟିପିଏସ ବନ୍ଦକୁ ସିଟୁର ବିରୋଧ - ସିଟୁର ସାମ୍ବାଦିକ ସମ୍ମିଳନୀ

ଟିଟିପିଏସ ବନ୍ଦକୁ ସିଟୁର ବିରୋଧ । ପ୍ଲାଣ୍ଟକୁ ପୁନଃ ଚାଲୁ କରିବାକୁ କଲା ଦାବି । ଅଧିକ ପଢନ୍ତୁ...

citu press meet  in anugul
ଟିଟିପିଏସ ବନ୍ଦକୁ ସିଟୁର ବିରୋଧ
author img

By

Published : Mar 25, 2021, 1:30 PM IST

ଅନୁଗୋଳ: ଜିଲ୍ଲାରେ ଥିବା ଟିଟିପିଏସ ପ୍ଲାଣ୍ଟ ତରବରିଆ ଭାବେ ବନ୍ଦ କରି ଦିଆ ଯାଇଥିବା ନିଷ୍ପତ୍ତିକୁ ସିଆଇଟିୟୁର ଦୃଢ଼ ବିରୋଧ । ଏଭଳି ଏକ କାର୍ଯ୍ୟକ୍ଷମ ପ୍ଲାଣ୍ଟ ବନ୍ଦ ହେବାରୁ ହଜାର ହଜାର ଶ୍ରମିକ ମାନଙ୍କ ଜୀବିକା ହରାଇଛନ୍ତି । ତେଣୁ ଆଗାମୀ ଦିନରେ ଏହାର ତୀବ୍ର ବିରୋଧ କରାଯିବ। ସରକାର ଯଦି ଏହାର ପୁନଃ ଚାଲୁ ନକରନ୍ତି । ତେବେ ଆନ୍ଦୋଳନକୁ ଆହୁରି ଭୟାବହ କରାଯିବ ବୋଲି ସିଆଇଟିୟୁ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଟିଟିପିଏସ ବନ୍ଦକୁ ସିଟୁର ବିରୋଧ

ଏଥିସହ ଏକ ନୂତନ ପ୍ଲାଣ୍ଟ ହେବା ପର୍ଯ୍ୟନ୍ତ ଏହି ପ୍ଲାଣ୍ଟକୁ ବନ୍ଦ ନକରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀ ମାନଙ୍କୁ ଅନୁରୋଧ କରା ଯାଇଥିଲା। ରାଜ୍ୟ ଶ୍ରମ ଆୟୁକ୍ତଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲା। ଉପ ଶ୍ରମ ଆୟୁକ୍ତ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ପ୍ଲାଣ୍ଟ ଚାଲୁ ରଖି ଶ୍ରମିକ ମାନଙ୍କୁ ମଜୁରୀ ପ୍ରଦାନ କରିବାକୁ ଟିଟିପିଏସ କର୍ତ୍ତୃପକ୍ଷଙ୍କୁ ଚିଠି ଦ୍ୱାରା ଜଣାଇଛନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ପ୍ଲାଣ୍ଟ ବନ୍ଦ ହେବାକୁ ଦେବୁ ନାହିଁ । ଆଗାମୀ ଦିନରେ ତାଳଚେର ଅଞ୍ଚଳରୁ କୌଣସି କାରଖାନାକୁ କୋଇଲା ଯିବାକୁ ଦିଆଯିବନାହିଁ ବୋଲି ଚେତାବନୀ ଦିଆଯାଇଛି। ଏଥିପାଇଁ ଶ୍ରମିକ ଏକତା ମଞ୍ଚ ଗଠନ କରାଯାଇଛି। ସମସ୍ତ ଟ୍ରେଡ଼ ୟୁନିଅନ, ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କ ଜୀବନ ଜୀବିକା କଥା ଚିନ୍ତା କରି ପ୍ଲାଣ୍ଟ ସମ୍ପ୍ରସାରଣ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏତେ ସତ୍ତ୍ୱେ କାରଖାନା କର୍ତ୍ତୃପକ୍ଷ କାହାକୁ କିଛି ନଜଣାଇ ଯେଉଁଭଳି ଭାବେ ବନ୍ଦ କଲେ ତାହାର ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.