ଅନୁଗୋଳ: କେନ୍ଦ୍ର ସରକାର ବିଭିନ୍ନ ଆଇନରେ ସଂଶୋଧନ ଆଣୁଥିବା ଏକ ଜନ ବିରୋଧୀ ନିଷ୍ପତ୍ତି ବୋଲି CITU ଶ୍ରମିକ ସଂଗଠନ ଅଭିଯୋଗ ଆଣିଛନ୍ତି । ଏଥିଲାଗି ସଂଗଠନ ପକ୍ଷରୁ ଜେଲଭରୋ ଆନ୍ଦୋଳନ କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
କେନ୍ଦ୍ର ସରକାରଙ୍କ ସଂଶୋଧିତ ଶ୍ରମ ଆଇନ ଶ୍ରମିକଙ୍କୁ ଗୋଲମ କରିଦେବ । ଏହା ଛଡା ନୂତନ କୃଷି ଆଇନ କୃଷକ ମାନଙ୍କୁ ପୁଞ୍ଜିପତିମାନଙ୍କ ପାଖରେ ବିକ୍ରି କରିଦେବ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଏଥିଲାଗି CITU ପକ୍ଷରୁ ଏହି ଜେଲଭରୋ ଆନ୍ଦୋଳନ କରାଯାଇଛି । ବହୁ ସଂଖ୍ୟାରେ CITUର କର୍ମୀ ଓ ନେତାମାନେ ଏକତ୍ରିତ ହୋଇ ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲା । ଆନ୍ଦୋଳନକାରୀମାନେ ନାରା ବାଜି କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ