ଅନୁଗୋଳ: ଜନସାଧାରଣଙ୍କୁ ତ୍ବରିତ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଅନୁଗୋଳରେ ପ୍ରତିଷ୍ଠା କରାଯାଇଛି ଆଉ ଏକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ। ଜିଲ୍ଲାର ବଅଁରପାଳ ଠାରେ ଏହି ଜଜ କୋର୍ଟର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଡ଼ ଏସ ମୁରଲୀଧର ।
ଅନୁଗୋଳ ଜିଲ୍ଲା ଗ୍ରସ୍ତ କରିଛନ୍ତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡ଼ ଏସ ମୁରଲୀଧର । ଜନସାଧାରଣଙ୍କୁ ତ୍ବରିତ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଅନୁଗୋଳରେ ପ୍ରତିଷ୍ଠା କରାଯାଇଛି ଆଉ ଏକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ। ଜିଲ୍ଲାର ବଅଁରପାଳ ଠାରେ ଏହି ଜଜ କୋର୍ଟର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ବିଚାରପତି । ଏହି ଅବସରେ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର ସଭା ।
ନ୍ୟାୟାଳୟ ଜନସାଧାରଣଙ୍କୁ ନିରନ୍ତର ସେବା ଦେବା ସହ ଲୋକେ କିଭଳି ତ୍ବରିତ ନ୍ୟାୟ ପାଇବେ ସେଥିପ୍ରତି ବିଚରା ବ୍ୟବସ୍ଥା ସହ ଜଡିତ ସମସ୍ତେ ଆଗେଇ ଆସିବାକୁ ମୁଖ୍ୟ ବିଚାରପତି ଆୟୋଜିତ ସଭାରେ ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ଜଗମୋହନ ମିନା, ବଅଁରପାଳ ଓକିଲ ସଂଘର ସଭାପତି, ସମ୍ପାଦକ ଓ ଜିଲ୍ଲାର ସମସ୍ତ ଅଦାଲତର ବିଚାରପତି ମାନେ ଯୋଗ ଦେଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ