ETV Bharat / state

ଗଞ୍ଜେଇ ମାଫିଆଙ୍କ ଘରେ ଲଟକା ଝୁଲାଇଲା ପୋଲିସ

author img

By

Published : Dec 10, 2021, 10:09 AM IST

ଗଞ୍ଜେଇ ମାଫିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସର ନୂଆ କୌଶଳ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳି ଗାଁରେ ଗଞ୍ଜେଇ ମାଫିଆ ଚିତ୍ତରଞ୍ଜନଙ୍କ ଘରେ ପୋଲିସ ଝୁଲାଇଲା ଲଟକା । ଅଧିକ ପଢନ୍ତୁ

ଗଞ୍ଜେଇ ମାଫିଆଙ୍କ ପାଇଁ ଆଇନ ଫନ୍ଧି, ମାଫିଆ ଘରେ ପୋଲିସ  ଝୁଲାଇଲା ଲଟକା

ଅନୁଗୋଳ: ଗଞ୍ଜେଇ ମାଫିଆଙ୍କୁ ସାବାଡ଼ କରିବା ପାଇଁ ଆଇନ ଫନ୍ଧି । ମାଫିଆ ଘରେ ପୋଲିସ ଝୁଲାଇଲା ଲଟକା । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳି ଗାଁରେ ଗଞ୍ଜେଇ ମାଫିଆ ଚିତ୍ତରଞ୍ଜନ ଗଞ୍ଜେଇ କାରବାରରୁ ବେଆଇନ ସମ୍ପତ୍ତି ଠୁଳ କରିଥିବାରୁ ପୋଲିସ ତାଙ୍କ ଘରେ ୫ ଜଣଙ୍କ ନାମରେ ଲଟକା ଜାରି କରିଛି । ପୋଲିସ ଏହା ପୂର୍ବରୁ ପିଣ୍ଟୁଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରି ବିଫଳ ହୋଇଥିଲା ।

ଏହି ଗଞ୍ଜେଇ ବେପାରରୁ ପିଣ୍ଟୁ କୋଟିକୋଟି ଟଙ୍କା ରୋଜଗାର କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଥିଲା । ଏନେଇ SP ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ନଭେମ୍ବର ୨୬ ତାରିଖ ଶୁକ୍ରବାର ରାତି ୩ଟାରେ ପୋଲିସ ପିଣ୍ଟୁଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ପାସବୁକ, ଜମି ପଟା ଓ ନଗଦ ୨୦ଲକ୍ଷ ଟଙ୍କାକୁ ମିଶାଇ ମୋଟ ୨ କୋଟି ୩ ଲକ୍ଷ ୪୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ କରିଥିଲା ।

୧୯୮୫ NDPS ଆକ୍ଟର ଧାରା ୬୮F ଅନୁଯାୟୀ କୋଲକାତା ଠାରେ ଥିବା ଭାରତ ସରକାରଙ୍କର ଅର୍ଥ ମନ୍ତ୍ରଣାଳୟର କମ୍ପିଟାଣ୍ଟ ଅଥରିଟି ଆଣ୍ଡ ଆଡମିନିଷ୍ଟ୍ରେଟରଙ୍କୁ ଛେଣ୍ଡିପଦା ଥାନା ପକ୍ଷରୁ ଅବଗତ କରାଯାଇଥିଲା । ଅବଗତ ପରେ କମ୍ପିଣ୍ଟାଟ ଅଥରିଟ ଆଣ୍ଡ ଆଡମିନିଷ୍ଟ୍ରେଟରଙ୍କ ଚିଠି ଅନୁଯାୟୀ ଛେଣ୍ଡିପଦା ପୋଲିସ ପିଣ୍ଟୁଙ୍କ ବାସ ଭବନରେ ପହଞ୍ଚି ଜବତ କରିଥିବା ଆୟ ବହିର୍ଭୂତ ସମ୍ପତ୍ତିର ପକ୍ଷ ରଖିବା ନିମନ୍ତେ ସାକ୍ଷୀ ଭାବେ ପିଣ୍ଟୁଙ୍କ ମା, ସ୍ତ୍ରୀ ଓ ଝିଅଙ୍କ ଉପସ୍ଥିତିରେ ସମନ ପ୍ରଦାନ କରିଥିଲା ।

ତେବେ ପିଣ୍ଟୁ ଓ ତାଙ୍କ ଭାଇ ଦୀପକ ସାହୁ ଘରେ ନଥିବାରୁ ସ୍ଥାନୀୟ ସାକ୍ଷୀ ମାନଙ୍କ ଉପସ୍ଥିତିରେ ପୋଲିସ ଘର କାନ୍ଥରେ ଲଟକା ଜାରି କରିଥିଲେ । ଆଇନ ଅନୁଯାୟୀ ଆସନ୍ତା ୧୬ ତାରିଖରେ କୋଲକାତା କାର୍ଯ୍ୟାଳୟରେ ଉପସ୍ଥିତ ରହି ପକ୍ଷ ଦେଇ ପାରିବେ, ନଚେତ ୧୭ ତାରିଖରେ ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଛେଣ୍ଡିପଦା ଥାନାରେ ଉପସ୍ଥିତ ରହି ଭିସି ମାଧ୍ୟମରେ ନିଜର ପକ୍ଷ ରଖିପାରିବେ ବୋଲି କୁହାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.