ETV Bharat / state

ଅନୁଗୋଳରେ ଯୁବକକୁ ନିର୍ମମ ହତ୍ୟା, ରାସ୍ତା କଡରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

author img

By

Published : Apr 23, 2023, 9:10 AM IST

ଯୁବକକୁ ନିର୍ମମ ଭାବେ ହତ୍ୟା କରି ରାସ୍ତାରେ କଡରେ ଫିଙ୍ଗି ଦେଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ହତ୍ୟାକାଣ୍ଡ ପଛରେ ପ୍ରେମ କିମ୍ଵା ସୁଧ କାରବାର ଥିବା ସନ୍ଦେହ । ଅଧିକ ପଢ଼ନ୍ତୁ

ଯୁବକଙ୍କୁ ନିର୍ମମ ହତ୍ୟା କରି ରାସ୍ତାରେ କଡରେ ଫିଙ୍ଗି ଦେଲେ ଦୁର୍ବୃତ୍ତ

ଅନୁଗୋଳ: ଅନୁଗୋଳରେ ବୀଭତ୍ସ ହତ୍ୟା ଘଟଣା । ଯୁବକକୁ ନିର୍ମମ ଭାବେ ହତ୍ୟା କରି ରାସ୍ତାରେ କଡରେ ଫିଙ୍ଗି ଦେଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ହତ୍ୟାକାଣ୍ଡ ପଛରେ ପ୍ରେମ କିମ୍ଵା ସୁଧ କାରବାର ଥିବା ସନ୍ଦେହ କରୁଛି ପୋଲିସ । ସହର ହୁଲୁରି ସିଂହାରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଜଣେ ଯୁବକକୁ ବୀଭତ୍ସ ହତ୍ୟା କରାଯାଇଛି । ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି ଜଣାପଡିଛି । କିଏ ଓ କାହିଁକି ପ୍ରକାଶଙ୍କୁ ଏଭଳି ନୃଶଂସ ଭାବେ ହତ୍ୟା କରିଛି ତାହାର କିଛି ପ୍ରକୃତ କାରଣ ଜଣା ପଡ଼ିନାହିଁ ।

ମିଳିଥିବା ସୂଚନାନୁସାରେ, ହୁଲୁରିସିଂହା ଛକରେ ପ୍ରକାଶଙ୍କ ଏକ କୁକୁଡ଼ା ଦୋକାନ ରହିଛି । ଗତ ଶୁକ୍ରବାର ରାତିରର ପ୍ରକାଶ ଦୋକାନକୁ ଆସି ଆଉ ଘରକୁ ଫେରି ନଥିଲେ । ଖୋଜା ଖୋଜି ପରେ ବିଳମ୍ବିତ ରାତ୍ରରେ ହୁଲୁରିସିଂହା ଗାଁ ଅପର ପାଖ ଆମ୍ବେଦକର ନଗରର ପଡିଆ ନିକଟରେ ତାର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଅନୁଗୋଳ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ମୃତକଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ‘‘ତାଙ୍କ ସ୍ବାମୀ କାହା ସହ କିଳି ଝଗଡା କରନ୍ତି ନାହିଁ । ପୋଲିସ ହତ୍ୟାକାରୀକୁ ଧରିବାରେ କୌଣସି ବି ତତ୍ପ‌ର ପ୍ରକାଶ କରୁନାହିଁ । କାହିଁକି ଓ କିଏ ତାଙ୍କ ସ୍ବାମୀଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିଛି ପୋଲିସ ଖୋଜି ବାହାର କରୁ । ତାଙ୍କୁ ନ୍ୟାୟ ମିଳୁ ।’’ ସେପଟେ ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି କି ତାଙ୍କ ଭାଇର ଅନ୍ୟ କେଉଁ ଝିଅ ସହିତ ପ୍ରେମ ସମ୍ପର୍କ ଥିଲା । ସେଥିପାଇଁ ତାଙ୍କ ଭାଇକୁ ଏଭଳି ହତ୍ୟା କରାଯାଇଛି । ତାଙ୍କ ଭାଇ ମଧ୍ୟ ଅନେକ ଲୋକଙ୍କୁ ସୁଧରେ ଟଙ୍କା ଦେଇଥିଲେ ସେଥିପାଇଁ ବି ଏହି ଘଟଣା ଘଟିଥାଇ ପାରେ । ହତ୍ୟାକାଣ୍ଡର ପଛରେ କିଏ କିଏ ଅଛନ୍ତି ପୋଲିସ ଖୋଜୁଥିବା ବେଳେ ଘଟଣାର ପାରିପାର୍ଶ୍ବିକ ପରିସ୍ଥିତିରୁ ପୋଲିସ ଅନୁମାନ କରୁଛି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି ।

ସେପଟେ ସହର ଭିତରେ ଏଭଳି ଘଟଣା ଘଟିଥିବା ବେଳେ ପୋଲିସ କାହାକୁ ଗିରଫ କରି ପାରି ନଥିବା ବେଳେ ଘଟଣାର କାରଣ ମଧ୍ୟ ଖୋଜି ପାଇଁ ନାହିଁ । ଯାହାକୁ ନେଇ ତାତିଥିଲେ ଲୋକେ । ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ୫୫ ଅବରୋଧ କରିଥିଲେ । ହୁଲୁରିସିଂହା ଛକ ଉପରେ ଟାୟାର ଜାଳି ଲୋକ ରାସ୍ତା ଉପରେ ଆନ୍ଦୋଳନ କରିଥିଲେ । ତୁରନ୍ତ ଦୋଷୀକୁ ଧରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ତେବେ ଘଟଣା ନେଇ ପୋଲିସ ମୁହଁ ଖୋଲି ନାହିଁ । କିମ୍ଵା କୌଣସି ପ୍ରତିକ୍ରିୟା ଦେଇ ନାହଁ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.