ETV Bharat / state

ଛତୁ ବିକୁଥିବା ଭାଇଭଉଣୀଙ୍କ ଉପରେ ମାଡି ଗଲା ସ୍କର୍ପିଓ, 2 ମୃତ - ରାଇଝରଣ ନିକଟରେ ସଡକ ଦୁର୍ଘଟଣା

ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ନିକଟରେ ସଡକ ଦୁର୍ଘଟଣା । ରାସ୍ତା କଡରେ ଛତୁ ବିକ୍ରି କରୁଥିବା ଭାଇଭଉଣୀଙ୍କ ଉପରେ ଏକ ସ୍କର୍ପିଓ ମାଡିଯିବା ଫଳରେ ଘଟଣା ସ୍ଥିଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର । ଅଧିକ ପଢନ୍ତୁ...

ଛତୁ ବିକୁଥିବା ଭାଇଭଉଣୀଙ୍କ ଉପରେ ମାଡି ଗଲା ସ୍କର୍ପିଓ, 2 ମୃତ

author img

By

Published : Jun 28, 2020, 7:29 PM IST

ଅନୁଗୋଳ: ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ନିକଟରେ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ଶିଶୁମାନେ ରାଇଝରଣ ସିତରା ସାହିର ନିରାକାର ବେହେରାଙ୍କ ୧୦ ବର୍ଷର ପୁଅ ନୁହୁରୁ ବେହେରା ଓ ୮ ବର୍ଷର ଝିଅ ବୈଶାଖୀ ବେହେରା । ସେହିପରି ଗୁରୁତର ଜଣକ ମଧ୍ୟ ତାଙ୍କ ଝିଅ ଆରତୀ ବେହେରା ବୋଲି ଜଣାପଡିଛି ।

ଛତୁ ବିକୁଥିବା ଭାଇଭଉଣୀଙ୍କ ଉପରେ ମାଡି ଗଲା ସ୍କର୍ପିଓ, 2 ମୃତ

ତିନି ଜଣ ଶିଶୁ ରାସ୍ତା କଡରେ ବସି ଛତୁ ବିକ୍ରି କରୁଥିବାବେଳେ ହଠାତ ଅନୁଗୋଳ ଆଡୁ ଦେବଗଡ଼ ଯାଉଥିବା ଏକ ସ୍କର୍ପିଓ ଗାଡି ସେମାନଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟପକ୍ଷେ ଗାଡିଟି ଶିଶୁଙ୍କୁ ଧକ୍କା ଦେବା ପରେ ଏକ ମହୁଲ ଗଛରେ ପିଟି ହୋଇଯାଇଥିବା ଦେଖିବାକୁ ମିଳିଛି ।

ରାସ୍ତାଠାରୁ ପ୍ରାୟ ୩୦ଫୁଟ ଦୂରରେ ଗାଡିଟି ଛିଟିକି ପଡିଥିଲା, କିନ୍ତୁ ସୌଭାଗ୍ୟ ବଶତଃ ଗାଡ଼ିରେ ବସିଥିବା ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏଭଳି ଘଟଣା ଯୋଗୁଁ ସିତରା ସାହିରେ ଶୋକର ଛାୟା ଖେଳିଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.