ETV Bharat / state

ସମ୍ପତ୍ତି ପାଇଁ ଭାଇକୁ ମରଣାନ୍ତକ ଆକ୍ରମଣ !

author img

By

Published : Aug 4, 2022, 5:42 PM IST

ସମ୍ପତି ପାଇଁ ଭାଇ ଭାଇକୁ କଲା ମରଣାନ୍ତକ ଆକ୍ରମଣ । ବୁଝିଲାନି ରକ୍ତ ସମ୍ପର୍କର କଥା । ଘଟଣା ସମ୍ପର୍କରେ ପୋଲିସ କରୁଛି ତଦନ୍ତ । ଅଧିକ ପଢ଼ନ୍ତୁ

ଅନୁଗୋଳ : ସମ୍ପତ୍ତି ପାଇଁ ଭାଇକୁ ମରଣାନ୍ତକ ଆକ୍ରମଣ !

ଅନୁଗୋଳ : ସମ୍ପତି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ । ଅନୁଗୋଳ ସହରରେ ଘଟିଛି ଏହି ଘଟଣା । ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହେବାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଅଭିଯୋଗ ମୁତାବକ ବିଶାଲ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ଭାଇ ମାନଙ୍କ ମଧ୍ୟରେ ପୈତୃକ ସମ୍ପତିକୁ ନେଇ ପୂର୍ବରୁ ବିବାଦ ରହିଥିଲା ।

ଏନେଇ ଅଧିକାଂଶ ସମୟରେ ଅଶାନ୍ତି ଲାଗି ରହୁଥିଲା । ହେଲେ ଏହାକୁ ନେଇ ଶ୍ୟାମସୁନ୍ଦର ଅଗ୍ରୱାଲ ଓ ତାଙ୍କ ପୁଅ ଗୋବିନ୍ଦ ବିଶାଲଙ୍କ ସହ କଥା ହୋଇଥିଲେ । ତେବେ କଥା କଟାକଟି ହେବାରୁ ଶ୍ୟାମସୁନ୍ଦର ଏବଂ ଗୋବିନ୍ଦ ମିଶି ବିଶାଲଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଶାଲଙ୍କ ପତ୍ନୀ ।

ବିଶାଲ ଦୋକାନକୁ ଆସୁଥିବା ବେଳେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ହାଣି ଦେଇଛନ୍ତି ଶ୍ୟାମସୁନ୍ଦର ଓ ଗୋବିନ୍ଦ । ଏଥିରେ ବିଶାଲ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ପଠାଯାଇଛି । ହେଲେ ସେଠାରେ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.