ETV Bharat / state

ଟିଟିପିଏସ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଅନଶନ କରିବ ଶ୍ରମିକ ସଂଗଠନ - ଟିଟିପିଏସ ବନ୍ଦ ନିଷ୍ପତ୍ତି

ପ୍ରଦୂଷଣ ଆଳ ଦେଖାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ତାଳଚେର ତାପଜ ବିଦ୍ୟୁତ କାରଖାନାକୁ ବନ୍ଦ କରିବାକୁ ଯାଉଛନ୍ତି । ଯାହା ବିରୁଦ୍ଧରେ ସ୍ଵର ଉଠାଇବ କେନ୍ଦ୍ରୀୟ ଶ୍ରମିକ ସଂଗଠନ BMS । ଅଧିକ ପଢନ୍ତୁ...

ଟିଟିପିଏସ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଅନଶନ କରିବ ଶ୍ରମିକ ସଂଗଠନ

author img

By

Published : Dec 20, 2020, 8:06 AM IST

ଅନୁଗୋଳ: ପ୍ରଦୂଷଣ ଆଳ ଦେଖାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ତାଳଚେର ତାପଜ ବିଦ୍ୟୁତ କାରଖାନାକୁ ବନ୍ଦ କରିବାକୁ ଯାଉଛନ୍ତି । ଯାହା ବିରୁଦ୍ଧରେ ସ୍ଵର ଉଠାଇବ କେନ୍ଦ୍ରୀୟ ଶ୍ରମିକ ସଂଗଠନ BMS ।

ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଟିଟିପିଏସ ପ୍ଲାଣ୍ଟ ବନ୍ଦ ହେବା ଆଶଙ୍କାକୁ ବିଏମଏସ ଘୋର ବିରୋଧ କରିଛି। ପ୍ରଦୂଷଣ ଆଳ ଦେଖାଇ କର୍ତ୍ତୃପକ୍ଷ ପ୍ଲାଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ଲାଣ୍ଟ ଚାଲୁ କରିବାକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଆଉ ଅନୁମତି ଦେଉ ନାହିଁ।

ଟିଟିପିଏସ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଅନଶନ କରିବ ଶ୍ରମିକ ସଂଗଠନ

ତେଣୁ ପ୍ଲାଣ୍ଟ ଏକ ପ୍ରକାର ବନ୍ଦ ହେବା ସ୍ପଷ୍ଟ ହୋଇଯାଇଛି । ତେବେ ଏହାକୁ ଭାରତୀୟ ମଜଦୂର ସଙ୍ଘ ବିରୋଧ କରିବା ସହ ଆସନ୍ତା ୩୧ ତାରିଖରୁ କାରଖାନା ସମ୍ମୁଖରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଶନିବାର ଅପରାହ୍ନରେ ସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଲାଭଦାୟକ ଏହି ପ୍ଲାଣ୍ଟ ବନ୍ଦ ହେଲେ ହଜାର ହଜାର ଶ୍ରମିକ ଜୀବିକା ହରାଇବେ। ଏ ଅଞ୍ଚଳର ବ୍ୟାପକ କ୍ଷତି ହେବ। ତେଣୁ ନୂତନ ପ୍ଲାଣ୍ଟ ହେବା ପର୍ଯ୍ୟନ୍ତ ଏହି ପ୍ଲାଣ୍ଟ ଚାଲୁ ରଖିବାକୁ ଦାବି କରିଛନ୍ତି। ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ନେଇ ଲାଗି ରହିଛି ଆଶା ଆଶଙ୍କା । ପ୍ଲାଣ୍ଟ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ ସ୍ୱର ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି ଶ୍ରମିକ ସଂଗଠନ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.