ETV Bharat / state

ଅନୁଗୋଳରେ "ଫିର ଆଏଗା ମୋଦି" ଭିଡିଓ ଏବଂ କ୍ୟାଲେଣ୍ଡର ଉନ୍ମୋଚିତ - ଫିର ଆଏଗା ମୋଦି

BJP Press Meet in Anugul: ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ "ଫିର ଆଏଗା ମୋଦି", ଭାଇ ଆମ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ଓ କ୍ୟାଲେଣ୍ଡର ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

phir aayega modi
phir aayega modi
author img

By ETV Bharat Odisha Team

Published : Dec 29, 2023, 2:45 PM IST

phir aayega modi

ଅନୁଗୋଳ: "ଫିର ଆଏଗା ମୋଦି", ଭାଇ ଆମ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ଏବଂ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଛି । ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଭିଡିଓ ଓ କ୍ୟାଲେଣ୍ଡର ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଛି । କେନ୍ଦ୍ରରେ ମୋଦି ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ଓଡ଼ିଶାର ବିକାଶ ପାଇଁ ୯ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ଆସି ପାରିଛି ବୋଲି କହିଛି ବିଜେପି ।

ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ନାରାୟଣ ପାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଓଡ଼ିଶାର ତଥା ଅନୁଗୋଳ ଜିଲ୍ଲାର ବହୁବିଧ ବିକାଶ କାର୍ଯ୍ୟ ହୋଇପାରିଛି । କେନ୍ଦ୍ର ମୋଦି ସରକାର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ଓଡ଼ିଶାର ବିକାଶ ପାଇଁ ୯ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ଆସି ପାରିଛି । ସେହିଭଳି ଜିଲ୍ଲାର ବିକାଶ ପାଇଁ ୬୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୋଦି ସରକାର ଦେଇଛନ୍ତି । କିନ୍ତୁ ବିଜେଡି ସରକାର ସ୍ୱତନ୍ତ୍ର ଭାବେ ଅନୁଗୁଳ ଜିଲ୍ଲା ପାଇଁ ଟଙ୍କାଟିଏ ମଧ୍ୟ ଦେଇ ନାହାଁନ୍ତି ବରଂ ମୋଦି ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଆଣିଥିବା ବିକାଶ ମୂଳକ କାର୍ଯ୍ୟରେ ବାଧକ ସାଜିଛନ୍ତି ବୋଲି ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତଙ୍କୁ ଘର, ଜଳ ଜୀବନ ମିଶନ ଯୋଜନାରେ ସବୁ ଘରକୁ ଟ୍ୟାପ ଯୋଗେ ପାନୀୟ ଜଳ, ସବୁ ଘରକୁ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା, ସୌଭାଗ୍ୟ ଯୋଜନାରେ ସବୁ ଘରକୁ ବିଜୁଳି, ଉଜ୍ଜଳା ଯୋଜନାରେ ସବୁ ଘରକୁ ଗ୍ୟାସ, ଖାଦ୍ୟ ସୁରକ୍ଷା ଯୋଜନାରେ ସବୁ ଗରିବ ଲୋକଙ୍କୁ ଚାଉଳ, ସବୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ , ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ଯୋଜନା ଏଭଳି ସମସ୍ତ ବର୍ଗର ଲୋକଙ୍କ ପାଇଁ କେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ପ୍ରକାଶ କରିଥିଲେ ।

ସବୁ ପରିବାର ବିକଶିତ ହେଲେ ଅଞ୍ଚଳ ବିକଶିତ ହେବ, ଅଞ୍ଚଳର ବିକାଶ ହେଲେ ଜିଲ୍ଲାର ହେବ, ଜିଲ୍ଲାର ହେଲେ ରାଜ୍ୟ ହେବ, ଏବଂ ରାଜ୍ୟର ହେଲେ ଦେଶ ବିକଶିତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନା କରି ଲକ୍ଷ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ମୋଦି ଗ୍ୟାରେଣ୍ଟି ସବୁଠି ଚର୍ଚ୍ଚା ବୋଲି ଏନଏସଆଇସି ଡ଼ାଇରେକ୍ଟର କାଳନ୍ଦି ସାମଲ ପ୍ରକାଶ କରିଥିଲେ । ଅନୁଗୁଳ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅହରହ ଚେଷ୍ଟା କରୁଥିବା ସହ ହଜାର ହଜାର କୋଟି ଟଙ୍କା ଜିଲ୍ଲାର ବିକାଶ ପାଇଁ ଆଣିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ଗଠନ କରି ବାର୍ଷିକ ୧୦୦୦ କୋଟି ଟଙ୍କା ଜିଲ୍ଲାର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ମୋଦି ସରକାର କରାଇ ପାରିଛନ୍ତି ବୋଲି ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ସମ୍ବଲପୁରରେ 'ଫିର ଆଏଗା ମୋଦି' ଗୀତ ଉନ୍ମୋଚିତ

ଏହାସହ ଗତକାଲି ନୁଆଁହତାଠାରୁ ରନ୍ତଲେଇ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ ର ଉନ୍ନତି କରଣ ପାଇଁ ୫୭ କୋଟି ଟଙ୍କାର ଟେଣ୍ଡର କରାଇ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିତିନ ଗଡ଼କରିଙ୍କୁ ଧନ୍ୟବାଦ ଦିଆ ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅନୁଗୁଳ ଜିଲ୍ଲାର ତଥା ଓଡ଼ିଶାର ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ସବୁ କ୍ଷେତ୍ରରେ ଓଡିଶାକୁ ଏକ ନମ୍ବର କରିବା ପାଇଁ ଚେଷ୍ଟା କରୁଛନ୍ତି । ତାଙ୍କରି କଠିନ ପରିଶ୍ରମ ତଥା ଜଣେ ଓଡ଼ିଆ ଭାବେ ମାଆ ମାଟି ପାଇଁ ସର୍ବାଗ୍ରେ ଚେଷ୍ଟିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟର ଜନ ସାଧାରଣ ସ୍ବୀକୃତି ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । ତାକୁ ନେଇ ଭାଇ ଆମ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ଆଜି ଉନ୍ମୋଚିତ ହୋଇଛି ବୋଲି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରତିମା ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ସଂଯୋଜନା କରିଥିବା ବେଳେ ଜିଲ୍ଲାର ସମସ୍ତ ବରିଷ୍ଠ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.