ଅନୁଗୋଳ: ମୁଖ୍ୟମନ୍ତ୍ରୀ (CM Naveen Patnaik) ଙ୍କୁ ବିଜେପିର ବିରୋଧ ବେଳେ ବିଜେପି ବିଜେଡି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ଉଭୟ ଦଳର କର୍ମୀଙ୍କୁ ନିୟନ୍ତ୍ରଣ କରିବାକୁ ନାକେଦାମ ହୋଇଛି ପୋଲିସ । ଏଭଲି ସ୍ଥିତି ଦେଖୁବାକୁ ମିଳିଛି ଅନୁଗୋଳରେ ।
ଆଜି ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ ପାଇଁ ଅନୁଗୋଳ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଯୋରଦାର ବିରୋଧ କରିଥିଲେ ବିଜେପି କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିରୋଧରେ କଳାପତାକା ପ୍ରଦର୍ଶନ କରି ଏକ ପ୍ରତିବାଦ ଶୋଭାଯାତ୍ରାରେ ଅନୁଗୋଳ ଷ୍ଟାଡିୟମ ଅଭିମୁଖେ ଆସୁଥିବା ବେଳେ ବିଜେଡି କର୍ମୀ ତାଙ୍କୁ ପ୍ରତିବାଦ କରଥିଲେ । ଫଳରେ ଉଭୟ ଦଳର କର୍ମୀ ମୁହାଁ ମୁହିଁ ସ୍ଥିତିକୁ ଆସିଥିଲେ ।
ପୋଲିସ ଉପସ୍ଥିତରେ ଉଭୟ ଦଳ ମଧ୍ୟରେ ଯୁକ୍ତିତର୍କ ସ୍ଥିତି ଦେଖା ଦେଇଥିଲା। ପ୍ରାୟ 20 ମିନିଟରୁ ଅଧିକ ସମୟ ଧରି ଲାଗି ରହିଥିଲା ଉତ୍ତେଜନା ମୂଳକ ସ୍ଥିତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବିଜେପିର କିଛି ନେତା ଓ କର୍ମୀ ଙ୍କୁ ଉଠେଇ ନେଇଥିଲା।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ