ଅନୁଗୋଳ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବଜେପିର ବ୍ଲକ ଘେରାଓ । ଅନୁଗୋଳ ଜିଲ୍ଲାରେ ଥିବା 8ଟି ବ୍ଲକ ସମ୍ମୁଖରେ ବିଜେପି କର୍ମୀ ମାନେ ପ୍ରତିବାଦ, ବିକ୍ଷୋଭ ଓ ନାରାବାଜି କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ହଡପ କରି ଅନ୍ୟ କାର୍ଯ୍ୟରେ ଲଗାଉଥିବା ଅଭିଯାଗରେ ଶୁକ୍ରବାର ବିଜେପି ପକ୍ଷରୁ ବିଭିନ୍ନ ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି ।
ଗରିବଙ୍କ ଟଙ୍କା ହଡପ କରିଥିବା ସରକାରଙ୍କ ବିରୁଦ୍ଧରେ ଲୋକେ ଉଚିତ ଜବାବ ଦେବେ ବୋଲି ବଜେପି ନେତାମାନେ କହିଛନ୍ତି । ଆଜି ଶତାଧିକ ବଜେପି ସମର୍ଥକ ଅନୁଗୋଳ ବ୍ଲକ ସମ୍ମୁଖରେ ବଜେପି ନେତା ପ୍ରତାପ ପ୍ରଧାନ ଓ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ନେତୃତ୍ବରେ ଏହି ପ୍ରତିବାଦ କରିଥିଲେ। ଅନୁଗୋଳ ସମେତ , ପାଲଲହାଡା , ତାଳେଚେର, ଆଠମଲ୍ଲିକ ଆଦି ବ୍ଲକ ସମ୍ମୁଖରେ ବିକ୍ଷୋଭ ଦେଖିବାକୁ ମିଳିଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ