ETV Bharat / state

ରାଜ୍ୟ ସରକାରଙ୍କୁ ବିଜେପିର କଡ଼ା ସମାଲୋଚନା, 'ରାଜ୍ୟରେ ଅସୁରକ୍ଷିତ ମହିଳା'

author img

By ETV Bharat Odisha Team

Published : Nov 29, 2023, 8:53 AM IST

ରାଜ୍ୟରେ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଅଧିକ ପଢ଼ନ୍ତୁ

ରାଜ୍ୟ ସରକାରଙ୍କୁ ବିଜେପିର କଡା ସମାଲୋଚନା
ରାଜ୍ୟ ସରକାରଙ୍କୁ ବିଜେପିର କଡା ସମାଲୋଚନା

ଅନୁଗୋଳ: 'ରାଜ୍ୟରେ ମହିଳା ଅସୁରକ୍ଷିତ ,୨୩ ବର୍ଷରେ ବିଜେଡ଼ି ଶାସନରେ ମହିଳା ଙ୍କ ଉପରେ ଅତ୍ୟାଚାର ତୀବ୍ର ହୋଇଛି ।' କିଛି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମହିଳା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ । ଅନୁଗୋଳରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ରାଜନୈତିକ ଉଷ୍ମତା ବଢ଼ି ଚାଲିଛି । ବିଭିନ୍ନ ପ୍ରମୁଖ ଦଳର ନେତାମାନେ ଜିଲ୍ଲା ଜିଲ୍ଲା ବୁଲି ବିଭିନ୍ନ ଶୋଭାଯାତ୍ରା ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଗୁଆ ପ୍ରଚାରରେ ଲାଗି ପଡ଼ିଲେଣି । ଏହି କ୍ରମରେ ରାଜ୍ୟ ବିଜେପି ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ ମଙ୍ଗଳବାର ଦିନ ଅନୁଗୋଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଅପରାହ୍ନ ସମୟରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟରେ ଆଇନ କାନୁନ ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇବା ସହ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଭାଙ୍ଗିବ ସରକାରଙ୍କ ଅହଂ ଭାବ: ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରିବ ରାଜ୍ୟ କଂଗ୍ରେସ

ସେ କହିଛନ୍ତି, 'ଏନସିଆରବି(ନେସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ)ର ରିପୋର୍ଟ ଅନୁସାରେ ରାଜ୍ୟରେ ୨୩℅ ମହିଳଙ୍କ ଉପରେ ହିଂସା ବଢିଛି, ମହିଳା ମାନେ ଦିନକୁ ଦିନ ଅସୁରକ୍ଷିତ ମନେ କରୁଛନ୍ତି, ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଓ ହତ୍ୟାରେ ଦେଶରେ ଓଡ଼ିଶା ଏକ ନମ୍ବର । ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ୯୮℅ ମାମଲା ବିଚାର ନ ହୋଇ ପଡିରହିଛି । ଏତେ ଦିନ ଶାସନ ପରେ ମଧ୍ୟ ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି । ତେଣୁ ମହିଳା ମାନଙ୍କର ସରକାରଙ୍କ ଉପରେ ଆକ୍ରୋଶ ରହିଛି ।'

ସେ ଆଉ ମଧ୍ୟ କହିଛନ୍ତି,"ମହିଳା ମାନଙ୍କୁ ମୋଦି ସରକାର ସବୁ କ୍ଷେତ୍ରରେ ଆଗକୁ ଆସିବା ପାଇଁ ପ୍ରେରଣା ଦେଇଛନ୍ତି । ବିଶେଷ ଭାବେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣି ମହିଳା ଙ୍କୁ ଉଚିତ ସମ୍ମାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମଗ୍ର ମହିଳା ସମାଜ ତରଫରୁ କୃତଜ୍ଞତା ଜ୍ଞାପନ କରୁଛୁ ।"

ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂଘମିତ୍ରା ପ୍ରଧାନ, ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜିକା ସୁଚିସ୍ମିତା ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦିକା ସୌଭାଗିନୀ ପ୍ରଧାନ, ଜିଲ୍ଲା ଉପସଭାନେତ୍ରୀ ସଂଯୁକ୍ତା ମହାରଣା, ମାଧବୀ ମହାପାତ୍ର, ମୃଣାଳିନୀ ପଟ୍ଟନାୟକ, ପଙ୍କଜିନୀ ପଣ୍ଡା, ସୁବାସିନୀ ମହାପାତ୍ର, ଜସ୍ମିନ ପ୍ରଧାନ, ମିଲି ପ୍ରଧାନ, ସୁଜାତା ସାହୁ, ରେଖା ଆଗ୍ରୱାଲ, ତିଳୋତ୍ତମା ସାମନ୍ତ, ଗୌରୀ ବେହେରା, ଲିଲି ପ୍ରଧାନ, ନାସରିନ ବେଗମ ଓ ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ଦିଲୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.