ETV Bharat / state

OSSC ଲାଞ୍ଚ କାରବାରକୁ ନେଇ ଗର୍ଜିଲା ଅନୁଗୋଳ ବିଜେପି

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର PS ବିରଞ୍ଚି ସାହୁଙ୍କୁ ଭିଜିଲାନ୍ସ ଧରିବା ପରେ ନିଯୁକ୍ତି ପ୍ରକ୍ରିୟାରେ ଲାଞ୍ଚକାରବାର ନେଇ ପ୍ରଶ୍ନ କଲା ବିଜେପି । ଅଧିକ ପଢନ୍ତୁ...

OSSC ଲାଞ୍ଚ କାରବାରକୁ ନେଇ ଗର୍ଜିଲା ଅନୁଗୋଳ ବିଜେପି
OSSC ଲାଞ୍ଚ କାରବାରକୁ ନେଇ ଗର୍ଜିଲା ଅନୁଗୋଳ ବିଜେପି
author img

By

Published : Aug 5, 2021, 1:27 PM IST

ଅନୁଗୋଳ: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର PS ବିରଞ୍ଚି ସାହୁ ଭିଜିଲାନ୍ସ ଧରିବା ପରେ ରାଜ୍ୟରେ ଏବେ ସରକାରଙ୍କ ବିରୋଧରେ ପ୍ରତିବାଦର ସ୍ବର ଉଠିଛି । ବିଭିନ୍ନ ମହଲରେ ଏବେ ଜନଅସନ୍ତୋଷ ପ୍ରକାଶ ପାଇବା ସହ ନିଯୁକ୍ତି ପ୍ରକ୍ରିୟାରେ ଲାଞ୍ଚକାରବାର ନେଇ ଏବେ ଉଠିଛି ପ୍ରଶ୍ନ । ଏନେଇ ସରକାରଙ୍କୁ ଘେରିଛି ଅନୁଗୋଳ ବିଜେପି ।

OSSC ଲାଞ୍ଚ କାରବାରକୁ ନେଇ ଗର୍ଜିଲା ଅନୁଗୋଳ ବିଜେପି

ଏହାର ପ୍ରତିବାଦ କରି ରାଜ୍ୟରେ ବେକାରୀ ସମସ୍ୟା ବଢି ଚାଲିଥିବା ବେଳେ ନିଯୁକ୍ତି ପାଇଁ ସରକାରୀ ଅଧିକାରୀଙ୍କ ଲାଞ୍ଚ କାରବାରକୁ ନେଇ ବିଜେପି ପ୍ରଶ୍ନ କରିଛି। ଏନେଇ ଅନୁଗୋଳ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅନୁଗୋଳ ରାଜା ଛକ ନିକଟରେ ପ୍ରତିବାଦ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହାଛଡା ଏହି ଘଟଣାର CBI ତଦନ୍ତ ଦାବି କରିଛି ବିଜେପି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.