ଅନୁଗୋଳ: ଜିଲ୍ଲାର କିଶୋରନଗର ବ୍ଲକରେ ଆସନ୍ତା ୨୨ ତାରିଖରେ ଭୋଟଗ୍ରହଣ ହେବ । ସେଥିପାଇଁ ବିଭିନ୍ନ ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି । ଆଜି(ଗୁରୁବାର) ବିଜେପି ପକ୍ଷରୁ ବ୍ଲକର ୧୩ ନମ୍ବର ଜୋନରେ ବ୍ୟାପକ ପ୍ରଚାର କରାଯାଇଥିଲା ।
ପୂର୍ବତନ ମନ୍ତ୍ରୀ ତଥା ନୂତନ ଭାବେ ବିଜେପିରେ ଯୋଗଦାନ କରି ପ୍ରଚାରର ମଙ୍ଗ ଧରିଥିବା ସଞ୍ଜୀବ କୁମାର ସାହୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ଭାଗିରଥି ପ୍ରଧାନ ପ୍ରମୁଖ ଦଳୀୟ ପ୍ରାର୍ଥୀ ମାନଙ୍କ ସହ ପ୍ରଚାର କରିଥିଲେ । ବିଶେଷ କରି ଗାଁ ଗାଁରେ ସେମାନେ ପଥପ୍ରାନ୍ତ ସଭା କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଗାଁ ଗାଁରେ ହୋଇଥିବା ପଥପ୍ରାନ୍ତ ସଭା ଗୁଡିକରେ ବିପୁଳ ଜନ ସମାଗମ ହୋଇଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ