ETV Bharat / state

ଟିଟିପିଏସ ବନ୍ଦକୁ ବିରୋଧ, ଆସନ୍ତା 7ରେ 12 ଘଣ୍ଟିଆ ଅନୁଗୋଳ ବନ୍ଦ କରିବ ବିଜେଡ଼ି

ଟିଟିପିଏସ ବନ୍ଦକୁ ନେଇ ଏବେ ମୁହଁ ଖୋଲିଛି ଶାସକ ବିଜେଡ଼ି । ଟିଟିପିଏସ ବନ୍ଦ ବିରୋଧରେ ଦଳ ପକ୍ଷରୁ ଆସନ୍ତା ୭ତାରିଖରେ 12 ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା ଦେଇଛି ଦଳ । ଅଧୁିକ ପଢନ୍ତୁ...

ଟିଟିପିଏସ ବନ୍ଦ ବିରୁଦ୍ଧରେ 7ରେ 12 ଘଣ୍ଟିଆ ଅନୁଗୋଳ ବନ୍ଦ କରିବ ବିଜେଡ଼ି

author img

By

Published : Apr 6, 2021, 9:34 AM IST

ଅନୁଗୋଳ: ଟିଟିପିଏସ ବନ୍ଦ କୁନେଇ ଏବେ ମୁହଁ ଖୋଲିଛି ଶାସକ ବିଜେଡ଼ି । ଟିଟିପିଏସ ବନ୍ଦ ବିରୁଦ୍ଧରେ ଦଳ ପକ୍ଷରୁ 12 ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା ଦେଇଛି ଦଳ । ତେବେ ଆସନ୍ତା ୭ ତାରିଖ ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା ଦେଇଛି ବିଜେଡି । ସୋମବାର ସନ୍ଧ୍ୟାରେ ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ବିଧାୟକମାନେ ଏଭଳି ସୂଚନା ଦେଇଛନ୍ତି ।

ଟିଟିପିଏସ ବନ୍ଦ ବିରୁଦ୍ଧରେ 7ରେ 12 ଘଣ୍ଟିଆ ଅନୁଗୋଳ ବନ୍ଦ କରିବ ବିଜେଡ଼ି

ଦଳର ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାମ୍ବାଦିକ ସମିଳନୀରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ପାଲଲହଡ଼ା ବିଧାୟକ ମୁକେଶ ପାଳଙ୍କ ସମେତ ଅନୁଗୋଳ ଓ ଆଠମଲ୍ଲିକ ବିଧାୟକଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ । କେନ୍ଦ୍ର ସରକାର ପ୍ରଦୂଷଣ ଆଳ ଦେଖାଇ ଟିଟିପିଏସ ଭଳି ଏକ କାର୍ଯ୍ୟକ୍ଷମ ପ୍ଲାଣ୍ଟ ବନ୍ଦ କରିବା ଯୋଗୁ କେବଳ ଅନୁଗୋଳ ନୁହେଁ ସାରା ରାଜ୍ୟ କ୍ଷତି ସହୁଛି ।

ଏଠାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାମ କରି ପେଟ ପୋଷୁଥିବା ଲକ୍ଷାଧିକ ଲୋକ ପ୍ରଭାବିତ ହେଲେ । ତେଣୁ ଏହାର ପ୍ରତିବାଦରେ ବିଜେଡି ପ୍ରାଥମିକ ପର୍ଯ୍ୟାୟରେ ଅନୁଗୋଳ ବନ୍ଦ ଡାକରା ଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.