ETV Bharat / state

LPG price hike protest: ଦର ନକମାଇଲେ ଦିଲ୍ଲୀରେ ଶୁଭିବ ଆନ୍ଦୋଳନ ନାରା - ଅନୁଗୋଳରେ ବିଜେଡିର ଆନ୍ଦୋଳନ

ଗ୍ୟାସ ଦରବୃଦ୍ଧିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ । ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଅନୁଗୋଳର ବ୍ଲକ ଓ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି । ଅଧିକ ପଢ଼ନ୍ତୁ

bjd protests in anugul against LPG price hike
ଗ୍ୟାସ ଡର ବୃଦ୍ଧି କୁ ନେଇ ବିଜେଡି ର ଜିଲା ବ୍ୟାପି ପ୍ରତିବାଦ ।
author img

By

Published : Nov 23, 2021, 5:09 PM IST

ଅନୁଗୋଳ: ଗ୍ୟାସ ଦରବୃଦ୍ଧିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ । ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଅନୁଗୋଳର ବ୍ଲକ ଓ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି । ଗ୍ୟାସ ସିଲିଣ୍ଡର ଧରି ଧାରଣାରେ ବସିଛନ୍ତି ଦଳୀୟ କର୍ମକର୍ତା ଓ କର୍ମୀ । ଅନୁଗୋଳ ଜିଲ୍ଲାରେ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକ ଏବଂ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ବିଜେଡି ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବିଜୁ ମହିଳା, ବିଜୁ ଯୁବ, ବିଜୁ ଛାତ୍ର ଜନତା ଦଳର ଶତାଧିକ କର୍ମୀ ଧାରଣାରେ ବସିଛନ୍ତି । କେନ୍ଦ୍ର ସରକାର ଅନିୟନ୍ତ୍ରିତ ଭାବେ ରନ୍ଧନ ଗ୍ୟାସର ଦରବୃଦ୍ଧି କରି ଚାଲିଛନ୍ତି । ଫଳରେ ଏହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ହାଣ୍ଡିଶାଳ ଉପରେ ପଡ଼ିଥିବା ଅଭିଯୋଗ କରିଛି ବିଜେଡି । ପରିସ୍ଥିତି ଏମିତି ହୋଇଛି ଯେ, ଗରିବ ଲୋକଟି ଗ୍ୟାସ ବ୍ୟବହାର କରି ରୋଷେଇ କରିବା ଆଦୌ ସମ୍ଭବ ହେଉନାହିଁ । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି।

BJD LPG price hike protest: ଦର ନକମାଇଲେ ଦିଲ୍ଲୀରେ ଶୁଭିବ ଆନ୍ଦୋଳନ ନାରା
ରନ୍ଧନ ଗ୍ୟାସ ଦର ନକମିଲେ ବିଜେଡି ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ । ଆବଶ୍ୟକ ପଡ଼ିଲେ ବିଜେଡି ଦିଲ୍ଲୀ ପର୍ଯ୍ୟନ୍ତ ଯାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.