ETV Bharat / state

'ଅନୁଗୋଳରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିର୍ବାଚନରେ ଲଢିବାକୁ ସୁଯୋଗ ଦିଆଯାଉ' - dharana

ଅନୁଗୋଳ ଜିଲ୍ଲା ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବା ଦାବିରେ ଧାରଣା ଦିଆଯାଇଛି । ଶନିବାର ବିଜେଡିର ସକ୍ରିୟ କର୍ମୀ ସନ୍ତୋଷ କୁମାର ଦେହୁରୀଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Mar 23, 2019, 6:22 PM IST

ଅନୁଗୋଳ:ଜିଲ୍ଲା ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବା ଦାବିରେ ଧାରଣା ଦିଆଯାଇଛି । ବିଜେଡିର ସକ୍ରିୟ କର୍ମୀ ସନ୍ତୋଷ କୁମାର ଦେହୁରୀ ଏହି ଧାରଣାର ନେତୃତ୍ୱ ନେଇଥିଲେ।ତେବେ ସ୍ଥାନୀୟ ଜନସାଧାରଣ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ଏହି ଧାରଣାରେ ବସିଛନ୍ତି ।ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବିଜେଡି ପ୍ରାର୍ଥୀ କରାଇବା ନେଇ ଲୋକେ ଧାରଣାକୁ ଓହ୍ଲାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ, ସ୍ୱାଧୀନତା ପରେ ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ 11 ଜଣ ବିଧାୟକ ନିର୍ବାଚିତ ହୋଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ 10ଜଣ ଅନ୍ୟ ଅଞ୍ଚଳର ହୋଇଥିବାବେଳେ 1957ରେ ଜଣେ ମାତ୍ର ଏହି ଅଞ୍ଚଳର ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେବେ ଅନ୍ୟ ଅଞ୍ଚଳର ପ୍ରାର୍ଥୀ ଯୋଗୁ ଏହି ଅଞ୍ଚଳର ବିକାଶ ସମ୍ଭବ ନୁହେଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ତେବେ କଂଗ୍ରେସ ଓ ବିଜେପି ଦଳ ସ୍ଥାନୀୟ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇଥିବା ନେଇ କହିଛନ୍ତି ସ୍ଥାନୀୟ ଲୋକେ । ତେଣୁ ଏଥର ବିଜେଡିର ଚିତ୍ର ଏହି ଅଞ୍ଚଳରେ ଭଲ ଥିଲେ ମଧ୍ୟ ପ୍ରାର୍ଥୀ ଚୟନ ଉପରେ ଦଳର ଭାଗ୍ୟ ନିର୍ଭର କରୁଛି । ତେବେ ବିଜେଡି ଯଦି ଏ ଅଞ୍ଚଳର ପ୍ରାର୍ଥୀଙ୍କୁ ସୁଯୋଗ ନ ଦିଏ, ତେବେ ଦଳର କ୍ଷତି ହେବ ବୋଲି ଧାରଣାକାରୀ ଚେତାବନୀ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ବିଧାୟକ ମହେଶ ସାହୁ ଦଳୀୟ ଟିକେଟ ପାଇଲେ ଘୋର ବିରୋଧର ସମ୍ମୁଖୀନ ହୋଇପାରନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.