ETV Bharat / state

ଅଭାବନୀୟ: ବଡ ଭାଇର ମୃତ୍ୟୁକୁ ସହିନପାରି ସାନ ଭାଇର ମୃତ୍ୟୁ - ଦୁଃଖରେ ମ୍ରିୟମାଣ

ବଡ ଭାଇରେ ମୃତ୍ୟୁକୁ ଗ୍ରହଣ କରିନପାରି ସାନ ଭାଇ ଦୁଃଖରେ ମ୍ରିୟମାଣ ହୋଇ ହଠାତ ତଳେ ପଡିଗଲେ । ପାଲଲହଡା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ
author img

By

Published : Nov 2, 2019, 1:25 PM IST

Updated : Nov 2, 2019, 2:27 PM IST

ଅନୁଗୋଳ : ବଡ ଭାଇର ମୃତ୍ୟୁ ଦେଖି ଚାଲିଗଲା ସାନ ଭାଇର ଜୀବନ । ବଡ ଭାଇର ମୃତ୍ୟୁକୁ ସହିନପାରି ସାନ ଭାଇର ମୃ୍ତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ।

ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡ ସିଡିଙ୍ଗ ଗ୍ରାମର ଦୀପକ କୁମାର ପାଲ ଗତ କିଛିଦିନ ହେବ ରୋଗରେ ପୀଡିତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିଲେ । ଗତ ଶୁକ୍ରବାର ଦିନ 1ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ମୃତ ଶରୀରକୁ ଗାଁକୁ ଧରି ପହଞ୍ଚିବା ପରେ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

ତେବେ ବଡଭାଇର ମୃତ ଶରୀରକୁ ଦେଖି ସାନ ଭାଇ ତିରୁମଲ ପ୍ରସାଦ ପାଲ ହଠାତ ମ୍ରିୟମାଣ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ପରିବାର ଲୋକେ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଗୋଟିଏ ପରିବାରର ଦୁଇ ଭାଇଙ୍କ ମୃ୍ତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସାନ ଭାଇର ମୃତ୍ୟୁ ଦେଖି ଚାଲିଗଲା ସାନ ଭାଇର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲା ପାଲଲହାଡ଼ା ରେ ।Body: ବଡ ଭାଇ ର ମୃତଦେହ ଦେଖି ସାନଭାଇ ଆଖି ବୁଜିଲେ I ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପIଲଲହଡା ଉପଖଣ୍ଡ ସିଡିଙ୍ଗ ଗ୍ରାମ ରେ I ଗ୍ରାମ ର ଦୀପକ କୁମାର ପାଲ ଗତ କିଛିଦିନ ହେବ ରୋଗ ରେ ପୀଡିତ ହୋଇ କଟକ ବଡ଼ଡIକ୍ଟରଖାନା ରେ ଚିକିତ୍ସାଧୀନ ଥିଲେ ଏବଂ ଶୁକ୍ରବାର ଦିନ 1 ଟା ସମୟ ରେ ତାଙ୍କର ମୃତ୍ୟ ହୋଇଥିଲା । ପରିବାର ଲୋକେ ମୃତ ଶରୀର କୁ ଗ୍ରାମ କୁ ଧରି ପହଁଚିବା ପରେ ଘରେ ଶୋକIକୁଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ବଡଭାଇ ର ମୃତ ଶରୀର କୁ ଦେଖି ଦୁଃଖ ରେ ସାନ ଭାଇ ତିରୁମଲ ପ୍ରସାଦ ପାଲ ମ୍ରିୟମାଣ ହୋଇ ତଳେ ଖସି ପଡ଼ିଥିଲେ ତୁରନ୍ତ ପରିବାର ଲୋକେ ତIଙ୍କୁ ପIଲଲହଡା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ । କିନ୍ତୁ ଡାକ୍ତର ତଙ୍କୁ ମୃତ ଘୋଷଣା କରିଥିଲେ I Conclusion:ଏହି ଘଟଣା ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି।
Last Updated : Nov 2, 2019, 2:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.