ETV Bharat / state

ପୋଲିସକୁ ଆକ୍ରମଣ କରି 10 ରୁ ଅଧିକ ଗ୍ରାମବାସୀ ଗିରଫ - ପୋଲିସକୁ ଆକ୍ରମଣ

ପିଲା ଚୋର କହି ପୋଲିସକୁ ଆକ୍ରମଣ ଘଟଣାରେ ଆରମ୍ଭ ହୋଇଛି ଗିରଫଦାରୀ । ଅଧିକ ପଢନ୍ତୁ...

ପୋଲିସକୁ ଆକ୍ରମଣ ପଡ଼ିଲା ମହଙ୍ଗା, 10 ରୁ ଅଧିକ ଗ୍ରାମବାସୀ ଗିରଫ

author img

By

Published : Feb 9, 2021, 7:02 PM IST

ଅନୁଗୋଳ: ପିଲା ଚୋର କହି ପୋଲିସକୁ ଆକ୍ରମଣ ଘଟଣାରେ ଆରମ୍ଭ ହୋଇଛି ଗିରଫଦାରୀ । ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ସୀମାନ୍ତବର୍ତ୍ତୀ ସଞ୍ଜପଡା ଗାଁରେ ଚୋର ଧରିବାକୁ ପୋଲିସ ସାଧା ପୋଷାକରେ ଗାଁକୁ ଯାଇଥିବା ବେଳେ ପିଲା ଚୋର ସନ୍ଦେହରେ ଗାଁ ଲୋକ ପୋଲିସକୁ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରିଥିଲେ ।

ପୋଲିସକୁ ଆକ୍ରମଣ ପଡ଼ିଲା ମହଙ୍ଗା, 10 ରୁ ଅଧିକ ଗ୍ରାମବାସୀ ଗିରଫ

ସୋମବାରର ଘଟଣା ପରେ ପୋଲିସ ଆରମ୍ଭ କରିଛି ଗିରଫଦାରୀ । ବର୍ତ୍ତମାନ ସୁଦ୍ଧା ବଅଁରପାଳ ପୋଲିସ ୧୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ସବୁଠାରୁ ବଡ କଥା ହେଉଛି ଏହି ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପଟେ କେତେଜଣ ପୋଲିସ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିଲେ ଓ ସେମାନେ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ତାହା ମଧ୍ୟ ସଠିକ ଭାବେ ଜଣାପଡି ନାହିଁ।

ଏ ନେଇ ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏନେଇ ସ୍ଥାନୀୟ SDPO ଙ୍କୁ ତାଙ୍କ ମୋବାଇଲ ନମ୍ବର 9437105445ରେ ଯୋଗାଯୋଗ କରିଥିଲେ ବି ସେ ଫୋନ ରିସିଭ୍ କରି ନାହାନ୍ତି। ତେଣୁ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିଲେ ହିଁ ପୁରା ଘଟଣା କ'ଣ କାହିଁକି ଉଭୟ ଜିଲ୍ଲା ପୋଲିସ ଉପରକୁ ଲୋକେ ଆକ୍ରମଣ କଲେ ତାହା ଜଣାପଡିବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.