ETV Bharat / state

ମାତିଲେ ଲୁଟେରା, ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ - ଅନୁଗୋଳରେ ମାତିଲେ ଲୁଟେରା

ଅନୁଗୋଳରେ ଏଟିଏମ ଭାଙ୍ଗି ଲୁଟେରା ଫେରାର ହୋଇଛନ୍ତି । ଏଟିଏମ ଭଙ୍ଗା ଯାଇଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଛନ୍ତି । ପୋଲିସ ଓ ବ୍ୟାଙ୍କ କର୍ମଚାରୀ ଆସିବା ପରେ ଟଙ୍କା ଲୁଟ ହୋଇଛି କି ନାହିଁ ଜଣା ପଡିବ । ଅଧିକ ପଢ଼ନ୍ତୁ

ମାତିଲେ ଲୁଟେରା, ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ
ମାତିଲେ ଲୁଟେରା, ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ
author img

By

Published : Aug 21, 2022, 5:23 PM IST

ଅନୁଗୋଳ: ମାତିଲେ ଏଟିଏମ ଲୁଟେରା । ଟଙ୍କା ଲୁଟ କରିବା ପାଇଁ ଏଟିଏମ ଭାଙ୍ଗି ଫେରାର ହୋଇଛନ୍ତି ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁ ଠାରେ ଥିବା ଏସବିଆଇ ଏଟିଏମକୁ ଲୁଟେରା ମାନେ ଭଙ୍ଗାରୁଜା କରିଛନ୍ତି । ଏଟିଏମରୁ ଟଙ୍କା ଲୁଟ ହୋଇଛି କି ନାହିଁ ତାହା ଜଣା ପଡ଼ିନାହିଁ ।

ମାତିଲେ ଲୁଟେରା, ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ସୂଚନା ଅନୁସାରେ ଦୁର୍ବୃତ୍ତମାନେ ଏଟିଏମ ମେସିନର ସାମ୍ନା ପଟ ଭାଙ୍ଗି ଦେଇଛନ୍ତି । ଏଟିଏମ ଭଙ୍ଗା ଯାଇଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଛନ୍ତି । ପୋଲିସ ଓ ବ୍ୟାଙ୍କ କର୍ମଚାରୀ ଆସିବା ପରେ ଟଙ୍କା ଲୁଟ ହୋଇଛି କି ନାହିଁ ଜଣା ପଡିବ । ତେବେ ପ୍ରାୟ ଦୁଇ ବର୍ଷ ତଳେ ଏଠାରେ ବାରମ୍ବାର ଏଟିଏମ ଭାଙ୍ଗି ଲୁଟ ହୋଇଥିଲା । ଏବଂ ପୋଲିସ ମଧ୍ୟ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଏହାପରେ ଏଟିଏମ ଲୁଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏବେ ପୁଣି ଥରେ ଲୁଟେରାମାନେ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିବାକୁ ଚେଷ୍ଟା କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.