ETV Bharat / state

ଲୋକଙ୍କ ନିକଟତର ହେବାକୁ ବିଧାୟକଙ୍କ ନୂଆ ପ୍ରୟାସ: ଚାଷୀ ଘରେ ଖାଇଲେ, ସ୍କୁଲ ପିଲାଙ୍କୁ ପାଠ ପଢ଼ାଇଲେ - ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ପୁଣି ଗାଁ ମୁହାଁ ହେଲେଣି ନେତା ମନ୍ତ୍ରୀ । ଏହାରି ଭିତରେ ଘଞ୍ଚ ଜଙ୍ଗଲ ଅଧ୍ୟୁଷିତ ଗାଁ ଗାଁ ବୁଲି ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ସ୍କୁଲ ପିଲାଙ୍କୁ ପାଠ ପଢ଼ାଇବା ସହ ଗରିବ ଚାଷୀଙ୍କ ଘରେ ତଳେ ବସି ଖାଇଲେ ବିଧାୟକ । ଯାହାକୁ ନେଇ ଗାଁ ଲୋକେ ବିଧାୟକଙ୍କ ପ୍ରଶଂସାରେ ଶତମୁଖ । ଅଧିକ ପଢ଼ନ୍ତୁ

ଲୋକଙ୍କ ନିକଟତର ହେବାକୁ ବିଧାୟକଙ୍କ ନୂଆ ପ୍ରୟାସ

author img

By

Published : Aug 9, 2023, 10:51 PM IST

ଲୋକଙ୍କ ନିକଟତର ହେବାକୁ ବିଧାୟକଙ୍କ ନୂଆ ପ୍ରୟାସ

ଅନୁଗୋଳ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ପୁଣି ଗାଁ ମୁହାଁ ହେଲେଣି ନେତା ମନ୍ତ୍ରୀ । ଏହାରି ଭିତରେ ଘଞ୍ଚ ଜଙ୍ଗଲ ଅଧ୍ୟୁଷିତ ଗାଁ ଗାଁ ବୁଲି ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ଚାଷୀଙ୍କ ସମସ୍ୟା ବୁଝିଲେ, ସ୍କୁଲ ପିଲାଙ୍କୁ ପାଠ ପଢ଼ାଇଲେ । ଜଣେ ଗରିବ ଚାଷୀଙ୍କ ଘରେ ତଳେ ବସି ଖଲି ପତ୍ରରେ ଖାଇଛନ୍ତି ବିଧାୟକ । ବିଧାୟକଙ୍କ ଏଭଳି ସାଧାରଣ ଆଚରଣ ଯୋଗୁଁ ଏବେ ସେହି ଅଞ୍ଚଳରେ ବିଧାୟକଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ସାଧାରଣ ଲୋକେ ।

ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର କଣ୍ଟେଇକୋଳିଆ ପଞ୍ଚାୟତ । ପଞ୍ଚାୟତର ଅଧିକାଂଶ ଗାଁ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ଅବସ୍ଥିତ । ତେଣୁ ସେ ଅଞ୍ଚଳକୁ ସରକାରୀ ବାବୁ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ପାଦ ଖୁବ କମ ପଡେ । ସେଥିପାଇଁ ଯେ କୌଣସି ସରକାରୀ ବାବୁ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କୁ ଦେଖିଲେ ଖୁସିରେ ଲୋକଙ୍କ ଛାତି କୁଣ୍ଢେମୋଟ ହୋଇଯାଏ । ତେବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଏହି ପଞ୍ଚାୟତର ବିଭିନ୍ନ ଗାଁ ବୁଲିଛନ୍ତି । ବିଶେଷ କରି ସବୁଠାରୁ ଦୁର୍ଗମ ଗାଁ ଇଚ୍ଛାପୁର ଯାଇ ଲୋକଙ୍କ ସହ ସିଧାସଳଖ କଥା ହୋଇଥିଲେ ବିଧାୟକ । କେଉଁଠି ତଳେ ବସି ଲୋକଙ୍କ ସହ କଥା ହୋଇଥିଲେ ତ ଆଉ କେଉଁଠି କାହା ବାରଣ୍ଡାରେ ବସି ଚାଷୀମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘ ବର୍ଷ ପରେ ବିଧାୟକଙ୍କୁ ପାଖରେ ପାଇ ଲୋକେ ନିଜ ନିଜର ସବୁ ଅସୁବିଧା ବଖାଣିଥିଲେ । ବିଧାୟକ ମଧ୍ୟ ଲୋକଙ୍କୁ ସେସବୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଉପାନ୍ତ ଅଞ୍ଚଳରେ ପହଞ୍ଚୁଛି ସରକାରୀ ସେବା, ଗମନାଗମନ ଓ ପାନୀୟଜଳ ଉପରେ ଗୁରୁତ୍ବ

ଖାଲି ସେତିକି ନୁହେଁ, ବିଧାୟକ ସେହି ଅଞ୍ଚଳ ବୁଲିବା ସମୟରେ ଗାଁର ଜଣେ ଗରିବ ଚାଷୀ ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଡାକିଥିଲେ । ବିଧାୟକ ଚାଷୀଙ୍କ ଅନୁରୋଧ ରକ୍ଷା ମଧ୍ୟ କରିଥିଲେ । ତାଙ୍କ ଘରେ ତଳେ ବସି ଖଲିରେ ଖାଇଥିଲେ । ବିଧାୟକଙ୍କ ଏଭଳି ସରଳତା ଦେଖି କେବଳ ସେ ଚାଷୀ କାହିଁକି, ଗାଁର ଅନେକ ଲୋକ ମଧ୍ୟ ବିଧାୟକଙ୍କୁ ସାଧୁବାଦ ଦେଇଥିଲେ । ଏହାପରେ ବିଧାୟକ ଗାଁ ସ୍କୁଲକୁ ଯାଇ ପିଲାମାନଙ୍କୁ ପାଠ ପଢ଼ାଇଥିଲେ । ଉତ୍ତମ ଶିକ୍ଷା ଗ୍ରହଣ କଲେ ଜୀବନରେ ସଫଳତା ମିଳେ ବୋଲି ପିଲାଙ୍କୁ ବୁଝାଇବା ସହ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ତେବେ ଲୋକେ ବହୁ ଆଶା କରି ନିର୍ବାଚିତ କରାଇଥିବା ଜଣେ ପ୍ରତିନିଧି ଲୋକଙ୍କ ଠାରୁ ଦୂରେଇ ନଯାଇ ଲୋକଙ୍କ ନିକଟତର ହୋଇ ପାରିଲେ ହିଁ ଲୋକଙ୍କର ହିତ ସାଧନ ହୋଇ ପାରିବ । ତେଣୁ ଆଠମଲ୍ଲିକ ବିଧାୟକଙ୍କୁ ବେଶ ପ୍ରଶଂସା କରିଛନ୍ତି ସାଧାରଣ ଲୋକେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.