ETV Bharat / state

ଅଷ୍ଟମୀ ପାଇଁ ଉତ୍ସବ ମୁଖର ଅନୁଗୋଳ

ଧରାବତରଣ କରିଛନ୍ତି ଦଶଭୂଜା ମାଆ ଦୁର୍ଗା । ମଣ୍ଡପରେ ଆଜି ମୃଣ୍ମୟୀ ମୂର୍ତ୍ତୀରେ ପ୍ରାଣ ପ୍ରତିଷ୍ଠା ଓ ଚକ୍ଷୁଦାନ କରାଯାଇ ଆରମ୍ଭ ହୋଇଛି ସପ୍ତମୀ ପୂଜା । ପୂଜା ଉତ୍ସବ ପାଇଁ ଉତ୍ସବମୁଖର ସାରା ଅନୁଗୋଳ ।

author img

By

Published : Oct 5, 2019, 4:38 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଧରାବତରଣ କରିଛନ୍ତି ଦଶଭୂଜା ମାଆ ଦୁର୍ଗା । ମଣ୍ଡପରେ ଆଜି ମୃଣ୍ମୟୀ ମୂର୍ତ୍ତୀରେ ପ୍ରାଣ ପ୍ରତିଷ୍ଠା ଓ ଚକ୍ଷୁଦାନ କରାଯାଇ ଆରମ୍ଭ ହୋଇଛି ସପ୍ତମୀ ପୂଜା । ଦେବୀ ଦୁର୍ଗାଙ୍କର ଏହି ପୂଜା ଉତ୍ସବ ପାଇଁ ଉତ୍ସବମୁଖର ସାରା ଅନୁଗୋଳ । ମାଆଙ୍କ ଆରାଧନାରେ ସମଗ୍ର ପରିବେଶ ହୋଇ ଯାଇଛି ଭକ୍ତିମୟ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଦେବୀ ଦଶଭୂଜାଙ୍କ ଧରାବତରଣ ପରେ ଆଜି ମଣ୍ଡପ ମାନଙ୍କରେ ଆରମ୍ଭ ହୋଇଛି ମାଆଙ୍କ ସପ୍ତମୀ ପୂଜା । ବିଧି ବ୍ୟବସ୍ଥା ପୂର୍ବକ ଷଷ୍ଠୀ ସନ୍ଧ୍ୟା ଅର୍ଥାତ ଶୁକ୍ରବାର ରାତ୍ରରେ ବିଲ୍ଵବରଣ କରାଯାଇଥିଲା । ଆଜି ସକାଳୁ ଜଳାଶୟରୁ ଜଳ ଆବାହନ କରି କଳସ ଯାତ୍ରାରେ ମାଆଙ୍କୁ ଆମନ୍ତ୍ରଣ କରାଯାଇଛି । ମୃଣ୍ମୟୀ ମୂର୍ତ୍ତୀରେ ଚକ୍ଷୁଦାନ ପରେ ଆଜି ହେଉଛି ମହା ସପ୍ତମୀ ପୂଜା ।

ଏଥିପାଇଁ ମଣ୍ଡପ ମାନଙ୍କରେ ବିଶେଷ ପୂଜା ନୀତି କରାଯାଉଛି । ସବୁ ପୂଜା ମଣ୍ଡପରେ ମହା ଆଡମ୍ବରରେ ମାଆଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରୁଛନ୍ତି । ଅନୁଗୋଳ ସହରର 10ଟି ସ୍ଥାନରେ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଉଛି । ଏଥର ଅମଲାପଡା, ଶିମିଳିପଡା, ହେମସୁରପଡା ହୁଲୁରିଶିଙ୍ଘା ଓ ଦଶହରା ପଡିଆକୁ ଛାଡି ଦେଲେ ଅନେକ ମଣ୍ଡପରେ ହରପାର୍ବତୀଙ୍କୁ ମଧ୍ୟ ଆରାଧନା କରାଯାଉଛି ।

ଆଜି ମହାସପ୍ତମୀ ହୋଇଥିବାରୁ ମଣ୍ଡପ ମାନଙ୍କରେ ମାଆଙ୍କ ବିଶେଷ ପୂଜାନୀତି ସମ୍ପନ୍ନ ହୋଇଛି । ବଙ୍ଗୀୟ ରୀତିନୀତିରେ ପୂଜା ହେଉଥିବା ମଣ୍ଡପରେ ବଙ୍ଗୀୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ସେମାନଙ୍କ ଭାଷାରେ ସେମାନେ ଯେଉଁଠିଥାନ୍ତୁ ନା କାହିଁକି ଦେବୀ ଦଶଭୂଜାଙ୍କ ସେମାନଙ୍କ ଉପରେ କରୁଣା ରହିଛି ।

ସେହିପରି କୋଇଲା ନଗରୀ ତାଳଚେରର କୋଇଲା କ୍ଷେତ୍ରରେ ମଧ୍ୟ ମାଆଙ୍କୁ ଯଥା ରୀତିନୀତିରେ ପୂଜା କରାଯାଉଛି । ସବୁଠି ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ମଧ୍ୟରେ ପୂଜା ପାଉଛନ୍ତି ମା’ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଧରାବତରଣ କରିଛନ୍ତି ଦଶଭୁଜା ମା ଦୂର୍ଗା । ମଣ୍ଡପରେ ଆଜି ମୃଣ୍ମୟୀ ମୂର୍ତ୍ତି ରେ ପ୍ରାଣପ୍ରତିଷ୍ଠା ଓ ଚକ୍ଷୁଦାନ କରାଯାଇ ଆରମ୍ଭ ହୋଇଛି ସପ୍ତମୀ ପୂଜା । ଦେବୀ ଦୂର୍ଗାଙ୍କର ଏହି ପୂଜା ଉତ୍ସବ ପାଇଁ ଉତ୍ସବମୁଖର ସାରା ଅନୁଗୋଳ । ମାଙ୍କ ଆରାଧନା ରେ ସମଗ୍ର ପରିବେଶ ହୋଇ ଯାଇଛି ଭକ୍ତିମୟ । Body:ଦେବୀ ଦଶଭୁଜା ଙ୍କ ଧରାବତରଣ ପରେ ଆଜି ମଣ୍ଡପ ମାନଙ୍କରେ ଆରମ୍ଭ ହୋଇଛି ମାଙ୍କର ସପ୍ତମୀ ପୂଜା । ବିଦ୍ଧିପୂର୍ବକ ଷଷ୍ଠୀ ସନ୍ଧ୍ୟା ଅର୍ଥାତ ଶୁକ୍ରବାର ରାତ୍ର ରେ ବିଲ୍ଵବରଣ କରାଯାଥିଲା । ଆଜି ସକାଳୁ ଜଳାଶୟରୁ ଜଳ ଆବାହନ କରି କଳସ ଯାତ୍ରାରେ ମାଙ୍କୁ ଆମନ୍ତ୍ରଣ କରାଯାଇଛି । ମୃନ୍ମୟୀ ମୃତ୍ତିରେ ଚକ୍ଷୁଦାନ ପରେ ଆଜି ହେଉଛି ମହା ସପ୍ତମୀ ପୂଜା । ଏଥିପାଇଁ ମଣ୍ଡପ ମାନଙ୍କରେ ବିଶେଷ ପୂଜା ନିତତି ସମ୍ପର୍ଣ୍ଣ ହେଉଛି । ସବୁ ପୂଜା ମଣ୍ଡପରେ ମହା ଡମ୍ବରରେ ମା ଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରୁଛନ୍ତି । ଅନୁଗୋଳ ସହରର ୧୦ ଟି ସ୍ଥାନରେ ଦେବୀ ଦୂର୍ଗା ଙ୍କୁ ଆରାଧନା କରାଯାଉଛି । ଏଥର ଅମଲାପଡା , ଶିମିଳିପଡା, ହେମସୁରପଡା ହୁଲୁରିଶିଙ୍ଘା ଓ ଦଶହରା ପଡିଆ କୁ ଛାଡି ଦେଲେ ଅନେକ ମଣ୍ଡପରେ ହରପାର୍ବତୀଙ୍କୁ ମଧ୍ୟ ଆରାଧନା କରାଯାଉଛି ।ଆଜି ମହାସପ୍ତମୀ ହୋଇ ଥିବାରୁ ମଣ୍ଡପ ମାନଙ୍କରେ ମାଙ୍କ ବିଶେଷ ପୂଜନୀତି ସମ୍ପର୍ଣ୍ଣ ହୋଇଛି । ବଙ୍ଗୀୟ ରୀତି ନୀତିରେ ପୂଜା ହେଉଥିବା ମଣ୍ଡପରେ ବଙ୍ଗୀୟ ଶ୍ରଦ୍ଧାଳୁଙ୍କ ଭିଡଦେଖିବାକୁ ମିଳିଛି । ସେମାନଙ୍କ ଭାଷାରେ ସେମାନେ ଯେଉଁଠିଥାନ୍ତୁ ନା କାହିଁକି ଦେବୀ ଦଶଭୁଜାଙ୍କ ସେମାନଙ୍କ ଉପରେ କରୁଣା ରହିଛି । Conclusion:ସେହିପରି କୋଇଲା ନଗରୀ ତାଳଚେର ର କୋଇଲା କ୍ଷେତ୍ର ରେ ମଧ୍ୟ ମାଙ୍କୁ ଯଥା ରୀତି ପୂଜା କରାଯାଉଛି । ସବୁଠି ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ମଧ୍ୟ ରେ ପୂଜା ପାଉଛନ୍ତି ମା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.