ETV Bharat / state

ପ୍ରଦୂଷଣ ରୋକିବା ଦିଗରେ ଶିଳ୍ପ ସଂସ୍ଥା ପଦକ୍ଷେପ, ସମୀକ୍ଷା କଲା ବିଧାନସଭା ଗୃହ କମିଟି

author img

By

Published : Sep 27, 2022, 4:30 PM IST

ଅନୁଗୋଳ ଜିଲ୍ଲାରେ ପ୍ରଦୂଷଣ ରୋକିବା ଦିଗରେ ଶିଳ୍ପ ସଂସ୍ଥା କଣ କଣ ପଦକ୍ଷେପ ଗ୍ରହଣ କରିଛି ତାର ସମୀକ୍ଷା କରିଛି ବିଧାନସଭା ଗୃହ କମିଟି । ଅଧିକ ପଢନ୍ତୁ

ପ୍ରଦୂଷଣ ରୋକିବା ଦିଗରେ ଶିଳ୍ପ ସଂସ୍ଥା ପଦକ୍ଷେପ

ଅନୁଗୋଳ: ଜିଲ୍ଲା ଗସ୍ତ କରିଛନ୍ତି ବିଧାନସଭା ଗୃହ କମିଟିର ସବ କମିଟି । ପରିବେଶ ସଂକ୍ରାନ୍ତୀୟ ବିଧାନସଭା ଗୃହ କମିଟିର ସବ କମିଟି ଅନୁଗୋଳ ଗ୍ରସ୍ତ କରି ଜିଲ୍ଲାର ଶିଳ୍ପ ସଂସ୍ଥାର ସ୍ଥିତି ପରଖିଛନ୍ତି । ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ସବ କମିଟିର 5 ଜଣିଆ ପ୍ରତିନିଧି ମଣ୍ଡଳୀ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗ୍ରସ୍ତ କରିଛନ୍ତି । ସବ କମଟିର ସଦସ୍ୟବୃନ୍ଦ ଏହି ଦୁଇ ଜିଲ୍ଲା ଗସ୍ତ କରି ଶିଳ୍ପ ସଂସ୍ଥାର ସ୍ଥିତି ସମୀକ୍ଷା କରିଛନ୍ତି ।

ଉଭୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ମାନେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କଣ ସବୁ ବ୍ୟବସ୍ଥା କରିଛନ୍ତି ସେ ନେଇ ଆଲୋଚନା ହୋଇଛି । ବିଶେଷ କରି ଅଙ୍ଗାରକାମ୍ଳ ଜନିତ ପ୍ରଦୂଷଣ ରୋକିବା ଦିଗରେ ଶିଳ୍ପ ସଂସ୍ଥାମାନେ କଣ ସବୁ ବ୍ୟବସ୍ଥା କରିଛନ୍ତି ତାର ତଦାରଖ କରିଥିଲେ ସବ କମଟିର ସଦସ୍ୟ । ଏହି ଅବସରରେ ଅନୁଗୋଳ ପ୍ରଦକ୍ଷଣ ଗୃହ ଠାରେ ଜିଲ୍ଲାପାଳଙ୍କ ସମେତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧିକାରୀ ଓ ଶିଳ୍ପ ସଂସ୍ଥା ମାନଙ୍କ ସହ ସବ କମଟିର ଅଧ୍ୟକ୍ଷ ଓ ସଦସ୍ୟ ବୃନ୍ଦ ଆଲୋଚନା କରିଥିଲେ । ଏହି ଅବସରରେ ଗଛ ଲଗାଇବା, ପ୍ରଦୂଷଣ ରୋକିବା, କର୍ପୋରେଟ ସାମାଜିକ ଦାୟିତ୍ବବୋଧ(CSR) କାର୍ଯକଳାପକୁ ଗୁରୁତ୍ବ ଦେବା ଉପରେ ପରାମର୍ଷ ଦେଇଥିଲେ । ସେହିପରି ଯେଉଁ ଶିଳ୍ପ ସଂସ୍ଥା ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଥିବା ନିୟମର ଖିଲାପ କରିଛନ୍ତି ସେନେଇ କମିଟି ସବିଶେଷ ତଥ୍ୟ ଗୃହକୁ ପ୍ରଦାନ କରିିବ ବୋଲି ଅଧ୍ୟକ୍ଷ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ରିଲିଜ ପୂର୍ବରୁ ବିବାଦରେ ଓଡିଆ ୱେବ୍‌ସିରିଜ ବାରଙ୍ଗ ୧୯୯୯

ପ୍ରଦୂଷଣ ରୋକିବା ନେଇ କଣ କଣ ପଦକ୍ଷେପ ନିଆଯାଉଛି ତାର ସମୀକ୍ଷା ପାଇଁ ବାଚସ୍ପତି 3ଟି ଉପ କମିଟି ଗଠନ କରିଥିଲେ । ଅନୁଗୋଳ ଜିଲ୍ଲାରେ ପ୍ରଦୂଷଣ ଉପରେ ରୋକ ଲଗାଇବା ନେଇ ଗ୍ରହଣ ହୋଇଥିବା ପଦକ୍ଷେପର ସମୀକ୍ଷା କରିବାକୁ ତୃତୀୟ ନମ୍ବର କମିଟିକୁ ଦାୟିତ୍ବ ଦିଆଯାଇଥିଲା । ଏହି କମିଟିର ଅଧକ୍ଷ୍ୟ ଥିଲେ ବଦ୍ରି ନାରାୟଣ ପାତ୍ର । ଶିଳ୍ପ ସଂସ୍ଥାରୁ ନିର୍ଗତ କାର୍ବନରୁ କେତେ ପ୍ରଦୂଷଣ ହେଉଛି ତାର ସମୀକ୍ଷା କରିଛନ୍ତି ଟିମ । କୋଭିଡ ମହାମାରୀ ପ୍ରକୋପ କମିବା ପରେ ପ୍ରଥମ ଟୁରରେ ଆସିଛି କମିଟି । ବାଚସ୍ପତିଙ୍କୁ ଏକ ସମୀକ୍ଷା ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ବିଧାନସଭା ଗୃହ କମିଟି ଅଧ୍ୟକ୍ଷ ବଦ୍ରି ନାରାୟଣ ପାତ୍ର ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.