ଅନୁଗୋଳ: ଆସନ୍ତା 28 ତାରିଖରେ ଅନୁଗୋଳ ଜିଲ୍ଲା 17 ନମ୍ବର ଜୋନରେ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଜିଲ୍ଲାପରିଷଦ ଅଧ୍ଯକ୍ଷ ପାଇଁ ବିଜେଡିରୁ ନାରାୟଣ ସାହୁ ,ବିଜେପିରୁ ଅଜିତ ପ୍ରଧାନ ଓ କଂଗ୍ରେସରୁ ଅଭିମନ୍ୟୁ ସାହୁ ଅନୁଗୋଳ ଉପଜିଲ୍ଲାପାଳଙ୍କ ଅଫିସକୁ ନିଜ ନିଜ ଦଳୀୟକାର୍ମୀଙ୍କ ସହିତ ଆସି ନିଜର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା 28 ତାରିଖରେ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହେବ ।
ନିର୍ବାଚନ ପାଇଁ ତିନି ଦଳ ପକ୍ଷରୁ ଜୋରଦାର ହୋଇଛି ପ୍ରସ୍ତୁତି । ତିନି ପାର୍ଥୀ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି । ନିର୍ବାଚନରେ ଜିତିବା ଆଶାରେ ତିନି ଦଳର ପ୍ରାର୍ଥୀ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ