ETV Bharat / state

ଅନୁଗୋଳରେ ସଟଡାଉନକୁ ଫୁ, ହାଟବଜାରରେ ନାହିଁ ପୋଲିସ ପ୍ରହରା

author img

By

Published : Jul 25, 2020, 6:21 PM IST

ଚଳିତ ମାସ ପ୍ରଥମ ସପ୍ତାହରୁ ଏହି ସଟଡାଉନ ଜାରି କରାଯାଇଛି । ଏହି କ୍ରମରେ ଆଜି ଚତୁର୍ଥ ପର୍ଯ୍ୟାୟ ସଟଡାଉନ । କିନ୍ତୁ ଗତ ସପ୍ତାହର ସଟଡାଉନ ଠାରୁ ଆଜିର ସଟଡାଉନ ସ୍ଥିତି ଭିନ୍ନ ଥିଲା । ଅଧିକ ପଢନ୍ତୁ...

ଅନୁଗୋଳରେ ସଟଡାଉନକୁ ଫୁ, ହାଟବଜାରରେ ନାହିଁ ପୋଲିସ ପ୍ରହରା
ଅନୁଗୋଳରେ ସଟଡାଉନକୁ ଫୁ, ହାଟବଜାରରେ ନାହିଁ ପୋଲିସ ପ୍ରହରା

ଅନୁଗୋଳ: କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ସପ୍ତାହନ୍ତ ସଟଡାଉନ ଲାଗୁ ହୋଇଛି । ଚଳିତ ମାସ ପ୍ରଥମ ସପ୍ତାହରୁ ଏହି ସଟଡାଉନ ଜାରି କରାଯାଇଛି । ଏହି କ୍ରମରେ ଅନୁଗୋଳରେ ଆଜି ଥିଲା ଚତୁର୍ଥ ପର୍ଯ୍ୟାୟ ସଟଡାଉନ । କିନ୍ତୁ ଗତ ସପ୍ତାହର ସଟଡାଉନ ଠାରୁ ଆଜିର ସଟଡାଉନ ସ୍ଥିତି ଭିନ୍ନ ଥିଲା ।

ସକାଳୁ ବଜାରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ରାସ୍ତାକଡରେ ପନିପରିବା ବିକ୍ରି ହେଉଥିବାବେଳେ ଲୋକେ ସାମାଜିକ ଦୂରତା ଭୁଲି ଭିଡ ଜମାଇଥିଲେ । ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିଲା । ସତେଯେମିତି ମହାମାରୀର ଭୟ ଓ ସରକାରଙ୍କ କଟକଣାକୁ ଭୁଲିଯାଇଥିଲେ ଲୋକେ । ରାସ୍ତା ଘାଟରେ ପ୍ରବଳ ଗାଡି ଚଳାଚଳ କରୁଥିବାବେଳେ କେବଳ ଦୋକାନ ଗୁଡିକ ବନ୍ଦ ରହିଥିଲା । ତେବେ ଏହି ଅନିୟନ୍ତ୍ରିତ ଭିଡକୁ ନିୟନ୍ତ୍ରଣ ପାଇଁ କୌଣସି ପୋଲିସ କର୍ମଚାରୀ କିମ୍ବା ପ୍ରଶାସନିକ ଅଧିକାରୀ ଉପସ୍ଥିତ ନଥିଲେ ।

ପ୍ରକାଶ ଥାଉ କି, ଅନୁଗୋଳରେ ଏବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୦ ପାର ହେଲାଣି । ସ୍ଥାନୀୟ ପଜିଟିଭ ସଂଖ୍ୟା ଅଧିକ ବାହାରୁଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ପୋଲିସର ବେପରୁଆ ନୀତି ଓ ଅମାନିଆଙ୍କ ମନମାନି ଲୋକଙ୍କ ପ୍ରତି ବିପଦକୁ ବୃଦ୍ଧି କରିବ । ସେପଟେ ପ୍ରତିଦିନି ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ କିଛି ସଚେତନ ଲୋକେ ଏହାକୁ ନେଇ ଚିନ୍ତାରେ ଅଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.