ETV Bharat / state

ସଟଡାଉନ ପାଇଁ ଅନୁଗୋଳ ପୋଲିସ ପ୍ରସ୍ତୁତ: ଏସପି

author img

By

Published : Apr 23, 2021, 10:49 PM IST

ଶନିବାରଠୁ ଅନୁଗୋଳରେ ଆରମ୍ଭ ହେବ ସଟଡାଉନ । ଏଥିପାଇଁ ପୋଲିସ ପ୍ରସ୍ତୁତ ଥିବା ସୂଚନା ଦେଲେ ଏସପି । ଅଧିକ ପଢନ୍ତୁ....

ସଟଡାଉନ ପାଇଁ ଅନୁଗୋଳ ପୋଲିସ ପ୍ରସ୍ତୁତ: ଏସପି
ସଟଡାଉନ ପାଇଁ ଅନୁଗୋଳ ପୋଲିସ ପ୍ରସ୍ତୁତ: ଏସପି

ଅନୁଗୋଳ: ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ଆସନ୍ତାକାଲି (ଶନିବାର) ଠାରୁ ଅନୁଗୋଳ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହେଉଛି ସପ୍ତାହାନ୍ତା ସଟଡାଉନ। ଏହି ସଟଡାଉନ କେବଳ ସହର ନୁହେଁ ବରଂ କେତେକ ସହର ପାଖ ଗ୍ରାମାଞ୍ଚଳରେ ଲାଗୁ ହେବ ।

ସଟଡାଉନ ପାଇଁ ଅନୁଗୋଳ ପୋଲିସ ପ୍ରସ୍ତୁତ: ଏସପି

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଚାରୋଟି ଉପଖଣ୍ଡ ମହକୁମା ବ୍ୟତୀତ ବାକି ଥିବା କେତେକେ ବଜାର ଅଞ୍ଚଳରେ ଯେଉଁଠାରେ ଲୋକଙ୍କ ଯିବା ଆସିବା ଅଧିକ ରହୁଛି ସେସବୁ ସ୍ଥାନକୁ ମଧ୍ୟ ସଟଡାଉନ କରାଯିବ । ନିର୍ଦ୍ଦେଶନାମାକୁ କଡାକଡି ପାଳନ ପାଇଁ ମଧ୍ୟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

କିଭଳି ଲୋକେ କଟକଣା ମାନିବେ ସେନେଇ ସଚେତନ କରବା ପାଇଁ ପୋଲିସ ପ୍ରସ୍ତୁତ ଥିବା ଏସପି ଜଗମୋହନ ମିନା କହିଛନ୍ତି । ଜିଲ୍ଲାରେ ଥିବା ସମସ୍ତ ଥାନା ଇଲାକାରେ କିଭଳି କଡାକଡି ଆଇନକୁ କାର୍ଯ୍ୟକାରୀ କରାଯିବ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲ ଏସପି କହିଛନ୍ତି । ଏଥିସହ ପୁରା ଜିଲ୍ଲାରେ 5 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.