ଅନୁଗୋଳ: ଜିଲ୍ଲାରେ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେବାପରେ ଜିଲା ପ୍ରଶାସନ ପକ୍ଷରୁ ସଚେତନତା ଅବଲମ୍ବନ କରାଯାଉଛି । ସୋମବାର ଏନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଉଭୟ ଆକ୍ରାନ୍ତ ଦୁବାଇ ଫେରନ୍ତା ହୋଇଥିବାବେଳେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଓମିକ୍ରନ୍ ଆଶଙ୍କାରେ ସେମାନଙ୍କ ନମୁନା ସଂଗ୍ରହ କରାଯାଇ ଜିନମ ସିକ୍ୟୁଏନ୍ସିଂ ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ(ଆଇଏଲ୍ଏସ୍)କୁ ପଠାଯାଇଥିଲା ।
ଉଭୟଙ୍କ ନମୁନାରେ ଓମିକ୍ରନ୍ ଚିହ୍ନଟ ହୋଇଛି । ଦୁଇ ଆକ୍ରାନ୍ତଙ୍କ ସବୁଠାରୁ ବଡ଼ କଥା ହେଉଛି ଯେଉଁ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନେ ସୁସ୍ଥ ଅଛନ୍ତି । ସେମାନଙ୍କ ପରିବାର ଅନ୍ୟମାନଙ୍କର ନମୁନା ମଧ୍ୟ ସଂଗ୍ରହ ହୋଇଥିଲା । ତେବେ ପରିବାର ବର୍ଗଙ୍କ ନମୁନା ନେଗେଟିଭ ଥିବା ନେଇ ଅନୁଗୋଳ CDMO ସୂଚନା ଦେଇଛନ୍ତି । ତେବେ ଜିଲ୍ଲାରେ ନୂଆ ଭାରିଏଣ୍ଟର କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ