ETV Bharat / state

ରାଜ୍ୟ କୋରୋନା ଆକ୍ରାନ୍ତ ତାଲିକାରେ ଦ୍ବିତୀୟରେ ଅନୁଗୋଳ, ଆଜି 240 ଚିହ୍ନଟ

ଆଜି(ରବିବାର)ରାଜ୍ୟ ଆକ୍ରାନ୍ତ ତାଲିକାରେ ଦ୍ବିତୀୟରେ ରହିଛି ଅନୁଗୋଳ ଜିଲ୍ଲା। ଆଜି ଗୋଟିଏ ଦିନରେ 240 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତମାନଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୬୨୬୭ ରେ ପହଞ୍ଚିଛି ।

240 କୋରୋନା ପଜେଟିଭ ଚିହ୍ନଟ
240 କୋରୋନା ପଜେଟିଭ ଚିହ୍ନଟ
author img

By

Published : Oct 11, 2020, 9:05 PM IST

ଅନୁଗୋଳ: ଦିନକୁ ଦିନ ଅନୁଗୋଳ ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଆଜି(ରବିବାର)ରାଜ୍ୟ ଆକ୍ରାନ୍ତ ତାଲିକାରେ ଦ୍ବିତୀୟରେ ରହିଛି ଅନୁଗୋଳ ଜିଲ୍ଲା। ଆଜି ଗୋଟିଏ ଦିନରେ 240 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତମାନଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୬୨୬୭ ରେ ପହଞ୍ଚିଛି ।

Anugul
ରାଜ୍ୟ ଆକ୍ରାନ୍ତ ତାଲିକାରେ ଦ୍ବିତୀୟରେ ଅନୁଗୋଳ ଜିଲ୍ଲା

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଜିଲ୍ଲା ବହାର ଆକ୍ରାନ୍ତଙ୍କ ସଂଖ୍ୟା ୯୬ ରେ ପହଞ୍ଚିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଳକ ଅଞ୍ଚଳରୁ ୩୯ ଜଣ, ଅନୁଗୋଳ ବ୍ଳକ ଅଞ୍ଚଳରୁ ୩୮ ଜଣ, ତାଳଚେର ପୌରାଞ୍ଚଳରୁ ୩୦ ଜଣ , କଣିହାଁ ବ୍ଳକ ଅଞ୍ଚଳରୁ ୨୮ ଜଣ, ପାଳଲହଡା ବ୍ଳକ ଅଞ୍ଚଳରୁ ୨୫ ଜଣ , ଛେଣ୍ଡିପଦା ବ୍ଳକରୁ ୧୮ କଣ, ବଅଁରପାଳ ବ୍ଳକ ଅଞ୍ଚଳରୁ ୧୭ ଜଣ, ଅନୁଗୋଳ ପୌରାଞ୍ଚଳରୁ ୧୪ ଜଣ, ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୧୩ ଜଣ, କିଶୋରନଗର ବ୍ଲକ ଅଞ୍ଚଳରୁ ୧୨ ଜଣ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ ଚିହ୍ନଟ ହୋଇଛନ୍ତି ।

ଏସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜେଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣ ଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଆଜି ଜିଲ୍ଲାରୁ ୧୧୩ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୪ ଜଣ କୋଭିଡ ହସ୍ପିଟାଲରୁ , ୬ ଜଣ କୋଭିଡ କେୟାର ସେଣ୍ଟରରୁ ଓ ୯୩ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.