ETV Bharat / state

ଫସଲ ପାଇଁ ହାତୀ-ମଣିଷ ମୁହାଁମୁହିଁ, ନୀରବ ପ୍ରଶାସନ

ଅମଳ ସମୟରେ ହାତୀପଲ କ୍ଷେତ ଉଜାଡୁ ଥିବାରୁ ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ଆରାଢିଅ ଗାଁର ଚାଷୀମାନେ ରାତି ଅନିଦ୍ରା ହୋଇ କ୍ଷେତ ଜଗୁଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 16, 2020, 4:29 PM IST

ଫସଲ ସରକ୍ଷା ପାଇଁ ଜୀବନ ଲାଗୁଛି ବାଜି !
ଫସଲ ସରକ୍ଷା ପାଇଁ ଜୀବନ ଲାଗୁଛି ବାଜି !

ଅନୁଗୋଳ: ଫସଲ ପାଇଁ ରାତି ଅନିଦ୍ରା ଚାଷୀ । ଅମଳ ସମୟରେ ହାତୀପଲ କ୍ଷେତ ଉଜାଡୁଥିବାରୁ ଫସଲକୁ ଅମଳ ପାଇଁ ଚାଷୀ ରାତି ଅନିଦ୍ରା ହେଇ ରହୁଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତି ଦେଖିବାକୁ ମିଳୁଛି ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ଆରାଢିଅ ଗାଁର ।

ଫସଲ ସରକ୍ଷା ପାଇଁ ଜୀବନ ଲାଗୁଛି ବାଜି !

ଗାଁରେ ପ୍ରାୟ ସମସ୍ତେ ଚାଷ ଉପରେ ନିର୍ଭର କରନ୍ତି । ଧାନ ସହିତ ପନିପରିବା ଆଦି ଚାଷ କରନ୍ତି । କିନ୍ତୁ ଏବେ ବଣୁଆ ହାତୀପଲ ସେମାନଙ୍କ କ୍ଷେତ ଉଜାଡୁଛନ୍ତି । ଯାହାପାଇଁ ସନ୍ଧ୍ୟା ହେଲେ ଠେଙ୍ଗା ବାଡି ଧରି ଫସଲକୁ ସୁରକ୍ଷା ଦେଉଛନ୍ତି ଚାଷୀ । ଦିନ ରାତି ପରିଶ୍ରମ କରି କରିଥିବା ଚାଷର ଏବେ ଅମଳ ବେଳ । ହେଲେ ହାତୀଙ୍କ ପାଇଁ ଚାଷୀ ଏବେ ଘର ଛାଡି ଜମିରେ ରହୁଛନ୍ତି ।

ଜିଲ୍ଲାର ଜଙ୍ଗଲ ପାଖିଆ ସବୁ ଗାଁରେ ଏହି ଅବସ୍ଥା । ଏନେଇ ବନ ବିଭାଗକୁ କହିଲେ ବି କିଛି ପଦକ୍ଷେପ ନିଆଯାଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ବନ ଖଣ୍ଡ ଅଧିକାରୀଙ୍କ କହିବା କଥା ହାତୀ ଘଉଡେଇବା ପାଇଁ ସମସ୍ତ ପଦକ୍ଷେପ ନିଆ ଯାଉଛି ଓ ଯାହା କ୍ଷତି ହେଉଛି ସେଥିପାଇଁ ଆବଶ୍ୟକୀୟ କ୍ଷତିପୂରଣ ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ଯଦି ବିଭାଗ ଚାଷୀଙ୍କ ଏହି ଦୁର୍ଦଶା ସମୟରେ ସେମାନଙ୍କୁ ସହଯୋଗ ନକରେ ତେବେ ଚାଷୀର ବର୍ଷକର ରୋଜଗାର ହାତୀ ମୁହଁରେ ଚାଲିଯିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.