ETV Bharat / state

କଳିଙ୍ଗନଗର ଆଦିବାସୀ ଗୁଳିକାଣ୍ଡ ଘଟଣାକୁ ସ୍ମରଣ କଲା ଜିଲ୍ଲା କଂଗ୍ରେସ - କଳିଙ୍ଗନଗର ଆଦିବାସୀ ଗୁଳିକାଣ୍ଡ

ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଘଟିଥିବା ଗୁଳିକାଣ୍ଡକୁ ମନେ ପକାଇ ଅନୁଗୋଳ ଜିଲ୍ଲା କଂଗ୍ରେସ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରିଛି । ଅଧିକ ପଢନ୍ତୁ...

Anugul district congress remembers Kalinganagar controversy
କଳିଙ୍ଗନଗର ଆଦିବାସୀ ଗୁଳିକାଣ୍ଡ ଘଟଣାକୁ ସ୍ମରଣ କଲା ଜିଲ୍ଲା କଂଗ୍ରେସ
author img

By

Published : Jan 2, 2021, 2:30 PM IST

ଅନୁଗୋଳ: ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ଘଟିଥିବା ଗୁଳିକାଣ୍ଡକୁ 16 ବର୍ଷ ପୂରିଛି । ଏହି ଘଟଣାକୁ ସ୍ମରଣ କରିଛି ଅନୁଗୋଳ ଜିଲ୍ଲା କଂଗ୍ରେସ । ମୃତ ନିରୀହ ଆଦିବାସୀଙ୍କ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ଶ୍ରଦ୍ଧାଞ୍ଜଳି ସଭା କରିଛି ।

କଳିଙ୍ଗନଗର ଆଦିବାସୀ ଗୁଳିକାଣ୍ଡ ଘଟଣାକୁ ସ୍ମରଣ କଲା ଜିଲ୍ଲା କଂଗ୍ରେସ

ଯାଜପୁର କଳିଙ୍ଗନଗରରେ 2006 ମସିହା ଜାନୁଆରୀ 2 ତାରିଖରେ ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ ଏହି ଗୁଳିକାଣ୍ଡ ଘଟିଥିଲା । ଶନିବାର ଏହି ଘଟଣାକୁ ଦୀର୍ଘ 16 ବର୍ଷ ପୂରୁଥିବାରୁ ପୋଲିସ ଗୁଳିରେ 15 ଜଣ ନିରୀହ ଆଦିବାସୀ ମୃତ୍ୟୁବରଣ କରିଥିଲେ । ନିଜର ହକ ମାଗିବାକୁ ଯାଇଥିବା ଆଦିବାସୀଙ୍କୁ ଯେଉଭଳି ଭାବେ ହତ୍ୟା କରାଯାଇଥିଲା ତାହା ଅତ୍ୟନ୍ତ ଅମାନବୀୟ ଥିଲା ।

ଏଣୁ ଘଟଣା ଘଟିବା ଦିନଠାରୁ କଂଗ୍ରେସ ଘଟଣାର ନିନ୍ଦା କରି ଆସୁଛି । ସେହି ଆଦିବାସୀମାନଙ୍କ ଆତ୍ମାର ସଦଗତି ପାଇଁ ପ୍ରତିବର୍ଷ ଏଭଳି ଶ୍ରଦ୍ଧାଞ୍ଜଳୀ ଦେଇ ଆସୁଥିବା ନେତାମାନେ ପ୍ରକାଶ କରିଛନ୍ତି । ତେବେ ଏବର୍ଷ ମଧ୍ୟ ନିରୀହ ଆଦିବାସୀଙ୍କ ଆତ୍ମାର ସଦଗତି ପାଇଁ ଜିଲ୍ଲା କଂଗ୍ରେସ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରିଛି । ଏହି ଶ୍ରଦ୍ଧାଞ୍ଜଳି କଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.