ଅନୁଗୋଳ: ପରୀକୁ ନ୍ୟାୟ ଦାବି, ନିଖୋଜ ହେଉଥିବା ଶିଶୁ ଓ ରାଜ୍ୟରେ ମହିଳାଙ୍କୁ ନିର୍ଯାତନା ଆଦି ଘଟଣାକୁ ବିଜେପି ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଛି ।
ରାଜ୍ୟରେ ଶିଶୁ ନିର୍ଯାତନା ଓ ନିଖୋଜ ମାମଲା ବୃଦ୍ଧି ପାଉଛି । ଏହାକୁ ବିରୋଧୀ ଦଳ ତୀବ୍ର ବିରୋଧ କରୁଛନ୍ତି । ତେବେ ସୋମବାର ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଦଳର ଶତାଧିକ କର୍ମୀ ଏହି ଧାରଣାରେ ବସି ରହିଛନ୍ତି । ସାରା ରାଜ୍ୟରେ ନୟାଗଡ଼ର ପରୀ ଭଳି ଅନେକ ଶିଶୁ ନିର୍ଯାତନାର ଶିକାର ହୋଇଛନ୍ତି ।
ବହୁ ଶିଶୁଙ୍କୁ ହତ୍ୟା ମଧ୍ୟ କରାଯାଉଛି। କେବଳ ସରକାରଙ୍କ ଅପାରଗତା ଏବଂ ପୋଲିସ ନିଷ୍କ୍ରିୟତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଉଛି । ଏଣୁ କଂଗ୍ରେସ ଏହାର ଦୃଢ ପ୍ରତିବାଦ କରି ସାରା ରାଜ୍ୟରେ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛି । ତେବେ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ