ETV Bharat / state

ଅନୁଗୋଳବାସୀଙ୍କୁ କୁହୁଡି କରୁଛି କଲବଲ

ଅନୁଗୋଳବାସୀଙ୍କୁ କୁହୁଡି କରୁଛି କଲବଲ । ଗତ ତିନିଦିନ ହେବ ଲଗାତାର କୁହୁଡି ହେଉଥିବା ବେଳେ ଏଥିପାଇଁ ପ୍ରଭାବିତ ଜିଲ୍ଲାବାସୀ ।

ଅନୁଗୋଳରେ କୁହୁଡି କରୁଛି କଲବଲ
ଅନୁଗୋଳରେ କୁହୁଡି କରୁଛି କଲବଲ
author img

By

Published : Jan 18, 2021, 10:12 AM IST

ଅନୁଗୋଳ: ଆଜି(ସୋମବାର) ପୁଣି ଅନୁଗୋଳରେ ଘନ କୁହୁଡି । ଗତ ତିନି ଦିନ ତଳେ ହଠାତ କୁହୁଡି ମାଡି ଆସିଥିଲା । ଆଜି ପୁଣି ବଡି ଭୋର ପ୍ରାୟ ୪ଟା ସମୟରେ କୁହୁଡି ଆରମ୍ଭ ହୋଇ ଯାଇଥିଲା । ରାସ୍ତାଘାଟ କିଛି ଦେଖା ଯାଉ ନଥିଲା।

ଅନୁଗୋଳରେ କୁହୁଡି କରୁଛି କଲବଲ

ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା । ଏବେ କିଛି ଦିନ ହେଲା ଶୀତ ପୁଣି ଥରେ ଫେରିଥିବାରୁ କୁହୁଡି ଶୀତକୁ ଆହୁରି ବଢାଇ ଦେଇଛି । ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଗତକାଲି ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡି ଲାଗି ରହୁଥିବା ବେଳେ ଆଜି ପୁଣି ସମାନ ଭାବରେ କୁହଡି ପୂରା ଅଞ୍ଚଳକୁ ଆଚ୍ଛାଦିତ କରିଥିଲା । ବାରମ୍ବାର କୁହୁଡି ଯୋଗୁଁ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ। ପନିପରିବା କୁହୁଡି ଯୋଗୁଁ ନଷ୍ଟ ହେଉଥିବା ଜଣାପଡିଛି । ଏବେ କୁହୁଡି ପରିବା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.