ETV Bharat / state

ସହରରେ ସାଇକେଲ ଓ ଶଗଡ଼ ବୁଲାଇ କଂଗ୍ରେସର ପ୍ରତିବାଦ

author img

By

Published : Jul 9, 2021, 5:54 PM IST

ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ସହରରେ ଶଗଡ଼ ବୁଲାଇ କଂଗ୍ରେସର ପ୍ରତିବାଦ
ସହରରେ ଶଗଡ଼ ବୁଲାଇ କଂଗ୍ରେସର ପ୍ରତିବାଦ

ଅନୁଗୋଳ: ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁଣି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ତ୍ବରେ ଶତାଧିକ କର୍ମୀ ସ୍ଥାନୀୟ ବୁଢ଼ୀ ଠାକୁରାଣୀ ମନ୍ଦିର ଠାରୁ ପଦଯାତ୍ରା କରିଥିଲେ ।

ସହରରେ ସାଇକେଲ ଓ ଶଗଡ଼ ବୁଲାଇ କଂଗ୍ରେସର ପ୍ରତିବାଦ

ସାଇକଲ ଓ ଶଗଡ଼ ଗାଡ଼ିରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦିନକୁ ଦିନ ଅହେତୁକ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି, ସରକାର ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି । ଯାହାର ରାଜ୍ୟବ୍ୟାପି ପ୍ରତିବାଦ କରୁଛି କଂଗ୍ରେସ । ଯଦି ଦର ବୃଦ୍ଧି ଅପରିବର୍ତ୍ତିତ ରହେ ତେବେ ଆଗାମୀ ଦିନରେ କଂଗ୍ରେସ ଏହାର ତୀବ୍ର ବିରୋଧ କରିବ ବୋଲି ଚେତାବନୀ ଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.