ETV Bharat / state

ତେଜୁଛି ଚିଲିକା ବିଧାୟକଙ୍କ ବହିଷ୍କାର ଦାବି: ଅନୁଗୋଳରେ ପ୍ରତିବାଦର ସ୍ବର

author img

By

Published : Mar 14, 2022, 4:56 PM IST

ବିଜେପି ପକ୍ଷରୁ ଅନୁଗୋଳ ତହସିଲ କାର୍ଯ୍ୟାଳୟ ଆଗରେ ଦୁଇ ଘଣ୍ଟିଆ ସତ୍ୟାଗ୍ରହ କରିଥିଲା ଭାରତୀୟ ଜନତା ପାର୍ଟି । ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ଏବଂ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ସତ୍ୟାଗ୍ରହରେ ବସିଥିଲେ । ଅଧିକ ପଢନ୍ତୁ

ତେଜୁଛି ଚିଲିକା ବିଧାୟକଙ୍କ ବହିଷ୍କାର ଦାବି: ଅନୁଗୋଳରେ ପ୍ରତିବାଦର ସ୍ବର
ତେଜୁଛି ଚିଲିକା ବିଧାୟକଙ୍କ ବହିଷ୍କାର ଦାବି: ଅନୁଗୋଳରେ ପ୍ରତିବାଦର ସ୍ବର

ଅନୁଗୋଳ: ବଢ଼ିବାରେ ଲାଗିଛି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବହିଷ୍କାର ଦାବି । ଆଜି(ସୋମବାର) ବିଜେପି ପକ୍ଷରୁ ଅନୁଗୋଳ ତହସିଲ କାର୍ଯ୍ୟାଳୟ ଆଗରେ ଦୁଇ ଘଣ୍ଟିଆ ସତ୍ୟାଗ୍ରହ କରିଥିଲା ଭାରତୀୟ ଜନତା ପାର୍ଟି । ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ଏବଂ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ସତ୍ୟାଗ୍ରହରେ ବସିଥିଲେ ।

ସେମାନେ ମୁହଁରେ କଳା କପଡା ବାନ୍ଧି ପ୍ରତିବାଦ କରିଥିଲେ । ବିଧାୟକ ପ୍ରଶାନ୍ତ ଜଗଦେବ ଯେଉଁଭଳି ଭାବେ ଅମାନୁଷିକ କାର୍ଯ୍ୟ କଲେ, ତାହାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ତେଣୁ ଏଭଳି ଏକ ଚରିତ୍ରକୁ ଶାସକ ଦଳ କେବଳ ଦଳରୁ ନୁହେଁ ତାଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ । ସରକାର ତୁରନ୍ତ ପଦକ୍ଷେପ ନନେଲେ ଦଳ ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି ଧମକ ଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.