ETV Bharat / state

ମୁକ୍ତା ଯୋଜନାରେ ଅନୁଗୋଳ ପୌରାଞ୍ଚଳକୁ ୬ କୋଟି, ଧନ୍ୟବାଦ ଦେଲା ବିଜେଡି

author img

By

Published : Nov 19, 2021, 3:47 PM IST

ମୁକ୍ତା ଯୋଜନାରେ ଅନୁଗୋଳ ପୌରାଞ୍ଚଳ ପାଇଁ 6 କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ସମ୍ବାଦିକ ସମ୍ମିଳନୀ ଜରିଆରେ କୃତଜ୍ଞତା ଜଣାଇଲା ଅନୁଗୋଳ ବିଜେଡି । ଅଧିକ ପଢନ୍ତୁ

ମୁକ୍ତା ଯୋଜନାରେ ଅନୁଗୋଳ ପୌରାଞ୍ଚଳକୁ ୬କୋଟି, ଧନ୍ୟବାଦ ଦେଲା ବିଜେଡି

ଅନୁଗୋଳ: ବିକାଶ ଦେଖିବ ଅନୁଗୋଳ ପୌରପାଳିକା । ମୁକ୍ତା ଯୋଜନାରେ ଅନୁଗୋଳ ପୌରାଞ୍ଚଳ ପାଇଁ 6 କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି । ଏଥିପାଇଁ ରାଜ୍ୟ ସରକାଙ୍କୁ କୃତଜ୍ଞତା ଜଣାଇଛି ଜିଲ୍ଲା ବିଜେଡି । ଏହି ଟଙ୍କାରେ ସହରାଞ୍ଚଳର ବିକାଶ ହେବା ସହ ଲୋକେ କର୍ମ ନିଯୁକ୍ତି ପାଇବେ ବୋଲି ବିଜେଡି କହିଛି ।

ଗୋଟିଏ ପଟେ ହେଲଥ୍ କରିଡର ନିର୍ମାଣ ଯୋଗୁଁ ଅନୁଗୋଳ ସହରର ପରିପାଟୀ ବଦଳି ସରିଥିବା ବେଳେ ଆଗକୁ ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦ଟି ପ୍ରକଳ୍ପ ଭେଟି ଦେଇଛନ୍ତି । କେବଳ ପ୍ରକଳ୍ପ ନୁହେଁ ବରଂ ଏଥିପାଇଁ ୬ କୋଟି ୮୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅନୁଗୋଳ ପୌରପାଳିକା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ମୁକ୍ତା ଯୋଜନାରେ ଅନୁଗୋଳ ସହର ପାଇଁ ବିଭିନ୍ନ ପ୍ରକଳ୍ପ ମଞ୍ଜୁର ହୋଇଛି । ଯେଉଁଥିରେ ସହରାଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହେବା ସହ ଏଥିରେ ଯେଉଁ କର୍ମନିଯୁକ୍ତି ସୃଷ୍ଟି ହେବ ତାହାଦ୍ୱାରା ସ୍ଥାନୀୟ ଲୋକେ ରୋଜଗାର ପାଇବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ଭାବେ ତାଙ୍କ ପୁଅ ଅରୁଣାଭ ସିଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ପୌରାଞ୍ଚଳରେ ମୋଟ ୧୦୦ଟି ପ୍ରକଳ୍ପ ପାଇଁ ଏହି ଅର୍ଥରାଶି ଖର୍ଚ୍ଚ ହେବ । ଏଥିରେ ଓପନ ଜିମ୍, ପାର୍କର ଉନ୍ନତିକରଣ, ଭେଣ୍ଡିଙ୍ଗ ଜୋନ ଆଦି ନିର୍ମାଣ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡିର ନଗର ସଭାପତି ବୃନ୍ଦାବନ ସ୍ୱାଇଁ, ରାଜ୍ୟ ଯୁବ ବିଜେଡି ଉପସଭାପତି ସୁଜିତ ଦ୍ବିବେଦୀ, ଅଜିତ ଦ୍ଵିବେଦୀ , ବିଶ୍ୱରଞ୍ଜନ ସାହୁ, ମହିଳା ସଭାନେତ୍ରୀ ମାଳିନୀ ସର, ଛାତ୍ରନେତା ଦେବକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.