ETV Bharat / state

ଶହୀଦ ଦେବାଶିଷ ସେଠୀଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର, ପରିବାର ସମ୍ମାନିତ

author img

By

Published : Aug 15, 2021, 3:29 PM IST

Updated : Aug 15, 2021, 4:04 PM IST

ଅନୁଗୋଳ ମାଟିର ଶହୀଦ ଦେବାଶିଷ ସେଠୀଙ୍କ ପରିବାରକୁ ସମ୍ମାନିତ କଲା ଅନୁଗୋଳ ଜିଲ୍ଲା ପ୍ରଶାସନ । ସେ ୨୦୨୦ରେ ମାଓବାଦୀଙ୍କ ସହିତ ଲଢେଇ କରିବା ସମୟରେ ଶହୀଦ ହୋଇଥିଲେ । ଅଧିକ ପଢନ୍ତୁ...

ଶହୀଦ ଦେବାଶିଷ ସେଠୀଙ୍କ ପରିବାରକୁ ସମ୍ମାନିତ କଲା ଅନୁଗୋଳ ପ୍ରଶାସନ

ଅନୁଗୋଳ: ଅନୁଗୋଳ ମାଟିର ପୁଅ ଦେଶ ପାଇଁ ଜୀବନ ଦେଇ ଏହି ମାଟିକୁ କରିଦେଇଛନ୍ତି ଧନ୍ୟ । ଏଥିଲାଗି ଆଜି ଗର୍ବ କରୁଛନ୍ତି ଅନୁଗୋଳବାସୀ ଓ ଜିଲ୍ଲା ପ୍ରଶାସନ । ଶହୀଦ ପରିବାରକୁ ସମ୍ମାନ ପ୍ରଦାନ କରାଯିବା ସହିତ ଦେବାଶିଷଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ ଦେବା ପାଇଁ ଘୋଷଣା କରିଛନ୍ତି ସରକାର ।

ଜିଲ୍ଲା କିଶୋର ନଗର ବ୍ଲକ ଅଙ୍ଗପଡା ଗାଁର ଶହୀଦ ଦେବାଶିଷ ସେଠୀଙ୍କ ପରିବାରକୁ ଆଜି ଜିଲ୍ଲା ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଅମୃତ ଉତ୍ସବରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ SP ଜଗମୋହନ ମିନା ଶହୀଦ ଦେବାଶିଷଙ୍କ ବାପା ଏବଂ ମା'ଙ୍କୁ ସମ୍ମାନିତ କରିଥିଲେ । ପୋଲିସ ପକ୍ଷରୁ ସେମାନଙ୍କୁ ମାନପତ୍ର, ଉପଢୌକନ ଏବଂ ଉପହାର ଦିଆ ଯାଇଥିଲା । ପ୍ରଶାସନ ତରଫରୁ ସେମାନଙ୍କୁ ୧୦ ଡେସିମିଲ ଜମିର ପଟା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଓ SP ଦେବାଶିଷଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏଭଳି ଜଣେ ବୀରପୁତ୍ରଙ୍କୁ ଜନ୍ମ ଦେଇଥିବାରୁ ସାରା ଅନୁଗୋଳ କାହିଁକି, ସାରା ରାଜ୍ୟ ଓ ଦେଶ ଗର୍ବିତ ବୋଲି କହିଥିଲେ।

ଗତ ୨୦୨୦ ସେପ୍ଟେମ୍ବର ୯ ତାରିଖରେ ମାଓବାଦୀଙ୍କ ଗୁଳିରେ ଶହୀଦ ହୋଇଯାଇଥିବା ଅନୁଗୋଳ ଜିଲ୍ଲାର ଦେବାଶିଷ ସେଠୀଙ୍କୁ ସରକାର ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି । ସେ ମାଓ ଅପରେସନରେ କମାଣ୍ଡର ଭାବେ କାମ କରୁଥିଲେ । ଗତ ସେପ୍ଟେମ୍ବର ୯ ତାରିଖ ୨୦୨୦ରେ ଯେତେବେଳେ କଳାହାଣ୍ଡି ସୀମାର ସିର୍କୀ ଜଙ୍ଗଲରେ ମାଓବାଦୀ ଅପରେସନରେ ଭାଗ ନେଇ ଖୁବ ବୀରତ୍ବର ସହ ମୁକାବିଲା କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Aug 15, 2021, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.