ETV Bharat / state

ଆଜିଠୁ ସାତକୋଶିଆରେ କୁମ୍ଭୀର-ପକ୍ଷୀ ଗଣନା ଆରମ୍ଭ

author img

By ETV Bharat Odisha Team

Published : Jan 6, 2024, 1:23 PM IST

Updated : Jan 6, 2024, 2:07 PM IST

Satakosia Bird and Crocodile Census: ସାତକୋଶିଆରେ ଆରମ୍ଭ ହେଲା କୁମ୍ଭୀର ଏବଂ ପକ୍ଷୀ ଗଣନା । ଅଧିକ ପଢନ୍ତୁ

Satakosia Bird and Crocodile Census
ସାତକୋଶିଆରେ କୁମ୍ଭୀର-ପକ୍ଷୀ ଗଣନା
Satakosia Bird and Crocodile Census

ଅନୁଗୋଳ: ସାତକୋଶିଆରେ ଆଜିଠାରୁ(ଶନିବାର) ଆରମ୍ଭ ହୋଇଛି କୁମ୍ଭୀର ଓ ପକ୍ଷୀ ଗଣନା । ଏଥିପାଇଁ ଅଭୟାରଣ୍ୟ ମଧ୍ୟରେ ଥିବା ଚାରୋଟି ବନଖଣ୍ଡର କର୍ମଚାରୀଙ୍କୁ ନେଇ ୧୪ଟି ଟିମ୍ ଗଠନ କରାଯାଇଛି । ଆଜିଠୁ କୁମ୍ଭୀର ଏବଂ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଜାରି ରହିବ । ଏନେଇ ଡିଏଫଓ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଆଜି ସକାଳୁ ସାତକୋଶିଆରେ କୁମ୍ଭୀର ଏବଂ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା କରୁଛନ୍ତି । ଅଭୟାରଣ୍ୟ ମଧ୍ୟରେ ଥିବା ଚାରୋଟି ବନଖଣ୍ଡର କର୍ମଚାରୀଙ୍କୁ ନେଇ ୧୪ଟି ଟିମ୍ ଗଠନ କରାଯାଇଛି । ଚଳିତ ବର୍ଷ କେବଳ ୧୪ଟି ଦେଶୀ ଡଙ୍ଗା ସାହାଯ୍ୟରେ ଏହି ଗଣନା କରିବା ନେଇ ସୂଚନା ମିଳିଛି ।

ଗଣନା କାର୍ଯ୍ୟ ପାଇଁ ଚଳିତ ମାସ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମହାନଦୀ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବନ୍ଦ କରାଯାଇଛି । ଆଜିଠାରୁ ଅର୍ଥାତ 6 ତାରିଖ ଠାରୁ ପକ୍ଷୀ ଏବଂ କୁମ୍ଭୀର ଗଣନା ଆରମ୍ଭ ହୋଇଥିବା ବେଳେ 10 ତାରିଖ ପର୍ଯ୍ୟନ୍ତ ଚାଲିବ । ସମୁଦାୟ 5 ଦିନ ଧରି ଚାଲିବ ଗଣନା କାର୍ଯ୍ୟ ।

ଏହା ମଧ୍ୟ ପଢନ୍ତୁ: Crocodile Census: ସାତକୋଶିଆରେ ଚାଲିଛି କୁମ୍ଭୀର ଗଣନା, ୧୨ଟି ଟିମ ନିୟୋଜିତ

ଟିକରପଡ଼ାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ଆଠମଲ୍ଲିକର ହରଭଙ୍ଗାରୁ ଅଏଡ଼ା, ଲୁଣହାଣ୍ଡି, ବେଲପୁଞ୍ଜିମଠ, ଶିଶୁପଥର ଡ୍ୟାମ ଆଦି ଜଳାଶୟରେ କୁମ୍ଭୀର ଓ ପକ୍ଷୀ ଗଣନା କରାଯିବ । ଏଥିପାଇଁ ମୋବାଇଲ୍ ଟ୍ରାକିଂ, ଜିପିଏସ୍, ବାଇନାକୁଲାର ଏବଂ ସ୍ଵତନ୍ତ୍ର କ୍ୟାମେରାର ବ୍ୟବସ୍ଥା କରାଯାଇଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି । ଅଭୟାରଣ୍ୟରେ କାର୍ଯ୍ୟରତ ରେଞ୍ଜ ଅଫିସର୍‌ଙ୍କ ସମେତ ସମସ୍ତ ଫରେଷ୍ଟର୍ ଓ ଗାର୍ଡମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।

ପ୍ରକାଶ ଥାଉକି, ଗତବର୍ଷ ଜାନୁଆରୀ ମାସରେ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡର ପତାକା ଠାରୁ ଆଠଗଡର ଚକ୍ରଗଡ ପର୍ଯ୍ୟନ୍ତ ଦୀର୍ଘ ୪୦ କିଲୋମିଟର ବ୍ୟାପୀ ମହାନଦୀ ଓ ନଦୀ ଅବବାହିକାରେ କୁମ୍ଭୀର ଗଣନା କରାଯାଇଥିଲା । ଅର୍ଥାତ ମହାନଦୀ ସାତକୋଶିଆ ଗଣ୍ଡରେ ଏହି ଗଣନା କରାଯାଇଥିଲା । ଗତବର୍ଷ 3 ଦିନ ଧରି କୁମ୍ଭୀର ଗଣନା କରାଯାଇଥିବା ବେଳେ 12 ଟିମ ନିୟୋଜିତ ହୋଇଥିଲେ । ହେଲେ ଚଳିତ ବର୍ଷ ଏହି ଗଣନାକୁ ବୃଦ୍ଧି କରାଯାଇଛି । ସମୁଦାୟ 5 ଦିନ ଧରି ଚାଲିବ କୁମ୍ଭୀର ଏବଂ ପକ୍ଷୀ ଗଣନା ।

ଇଟିଭି ଭାରତ, ଅନୁଗୋଳ

Last Updated : Jan 6, 2024, 2:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.