ETV Bharat / state

ଦିନେ ଥିଲେ ବେକାରୀ, ଆଜି ସରକାରୀ ଯୋଜନା ଦେଇଛି ସଫଳ ଚାଷୀର ପରିଚୟ

୫ ବର୍ଷ ପୂର୍ବେ ଥିଲେ ବେକାର । ହେଲେ ଆଜି ଚାଷ ଦେଇଛି ତାଙ୍କୁ ପରିଚୟ । ସରକାରୀ ଯୋଜନାର ସଦୂପଯୋଗ କରି ମୋଟା ଅଙ୍କର ଟଙ୍କା କମାଉଛନ୍ତି ଅନୁଗୋଳର ଯୁବଚାଷୀ । ନିଜେ ଆତ୍ମନିର୍ଭର ହେବା ସଙ୍ଗେ ସଙ୍ଗେ ବହୁ ପରିବାରକୁ ଯୋଗାଉଛନ୍ତି ରୋଜଗାର । ଅଧିକ ପଢନ୍ତୁ...

author img

By

Published : Sep 7, 2021, 5:50 PM IST

Updated : Sep 7, 2021, 5:58 PM IST

fେ୍
ଦିନେ ଥିଲେ ବେକାର, ଆଜି ଚାଷ କରି ସଫଳ

ଅନୁଗୋଳ: ୫ ବର୍ଷ ପୂର୍ବେ ଥିଲେ ବେକାର । ହେଲେ ଆଜି ସେ ସଫଳ ଚାଷୀ । ସରକାରୀ ଯୋଜନାର ସଠିକ୍ ଉପଯୋଗ କରି ସଫଳ ଚାଷୀ ଭାବେ ଗୌରବ ଅର୍ଜନ କରିଛନ୍ତି ଅନୁଗୋଳର ଯୁବ ଚାଷୀ ତପନ ସାମଲ । ନିଜେ ରୋଜଗାରକ୍ଷମ ହେବା ସହ ୧୦ ଟି ପରିବାରକୁ ଯୋଗାଇଛନ୍ତି ରୋଜଗାର । ରାଜ୍ୟ ସରକାରଙ୍କ ସମସ୍ତ କୃଷକ କଲ୍ୟାଣ ଯୋଜନାରେ ନିଜକୁ ସାମିଲ କରି ତପନ ଏହି ସଫଳତା ହାତେଇଛନ୍ତି ।

ଦିନେ ଥିଲେ ବେକାର, ଆଜି ସରକାରୀ ଯୋଜନା ଦେଇଛି ସଫଳ ଚାଷୀର ପରିଚୟ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବୁଢାପଙ୍କ ଗାଁରେ ତପନଙ୍କ ଘର । ଗାଁ ମୁଣ୍ଡରେ ଥିବା ନିଜର ଅବ୍ୟବହୃତ ୭ ଏକର ଜମିରେ ସମନ୍ଵିତ କୃଷି କରି ହୋଇପାରିଛନ୍ତି ଲାଭାନ୍ଵିତ । ପୂର୍ବରୁ ତପନ କୌଣସି କାମଧନ୍ଦା ନ ପାଇ ବେକାର ହୋଇ ବୁଲୁଥିଲେ । ହେଲେ ରୋଜଗାର କରିବାର ଝୁଙ୍କ ତାଙ୍କୁ ଦେଇଥିଲା ଉପାୟ । ୨୦୧୫ ମସିହାରେ ପ୍ରଥମେ ସେ ରାଜ୍ୟ ସରକାରଙ୍କ ପଶୁ ସମ୍ପଦ ବିଭାଗର ଗୋପାଳ ଯୋଜନାରେ ୧୦ଟି ଗାଈ ଆଣି ପାଳନ କରିବା ଆରମ୍ଭ କରିଥିଲେ । କ୍ଷୀର ବିକ୍ରି କରି ସେଥିର ବେଶ୍ ଦୁଇ ପଇସା ରୋଜଗାର କଲେ । ତା' ପରଠାରୁ ସେ ଆଉ ପଛକୁ ଫେରିନାହାନ୍ତି । ପଶୁ ସମ୍ପଦ ବିଭାଗ ପକ୍ଷରୁ ମିଳୁଥିବା ବିଭିନ୍ନ ସ୍କିମରେ ଋଣ ଆଣି ନିଜର ଚାଷ ବଢାଇ ଚାଲିଲେ ତପନ । ଏବେ ସେ ସେହି ସ୍ଥାନରେ ଗାଈ, କୁକୁଡ଼ା ଓ ଘାସ ଚାଷ କରି ମୋଟା ଅଙ୍କର ଲାଭ ପାଉଛନ୍ତି । ଲାଭ ଟଙ୍କାରୁ ତପନ ନିଜ ଉଦ୍ୟମରେ ପ୍ରାୟ ୨ ଏକର ଜମିରେ ୬ଟି ପୋଖରୀ କରି ମାଛ ଚାଷ କରୁଛନ୍ତି ।

ତପନ କେବଳ ନିଜେ ରୋଜଗାର କରୁଛନ୍ତି ତାହା ନୁହେଁ, ସେ ବର୍ତ୍ତମାନ ୧୦ଟି ପରିବାରକୁ ଯୋଗାଇଛନ୍ତି ରୋଜଗାର । ତାଙ୍କ ଚାଷ କାର୍ଯ୍ୟରେ ନିୟୋଜିତ ହୋଇ ଏବେ ୧୦ଟି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ରାତି ପାହିଲେ ତପନଙ୍କ ସହ ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ କାମରେ ଲାଗି ପଡନ୍ତି । ଶ୍ରମିକଙ୍କ ସହ ଶ୍ରମିକ ହୋଇ କାମ କରନ୍ତି ।

ଯୁବଚାଷୀ ତପନ ଗୋପାଳନରୁ ବାର୍ଷିକ ପ୍ରାୟ ୮ ଲକ୍ଷ ଟଙ୍କା ରୋଜଗାର ପାଉଥିବା କହିଛନ୍ତି । ଏଥିସହ କୁକୁଡ଼ା ଓ ମାଛ ଚାଷରୁ ବର୍ଷକୁ ୪ ଲକ୍ଷ ଲେଖାଏଁ ଲାଭ ସହ ଘାସରୁ ମଧ୍ୟ ୨ ଲକ୍ଷ ରୋଜଗାର କରୁଛନ୍ତି । ସେହିପରି ତପନଙ୍କ ଏହି କୃଷିଭିତ୍ତିକ ବ୍ୟବସାୟକୁ ପ୍ରୋତ୍ସାହନ ଯୋଗାଇ ଜିଲ୍ଲା ପଶୁ ସମ୍ପଦ ବିଭାଗ ତାଙ୍କୁ ଆହୁରି ଅଧିକ ସହାୟତା ଦେବାକୁ ଆଗେଇ ଆସିଛିନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Sep 7, 2021, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.