ETV Bharat / state

ବ୍ଲକ ଅଫିସ ଦୌଡି ନୟାନ୍ତ ପୁଷ୍ପାଞ୍ଜଳୀ, ହେଲେ ମିଳୁନି ଖଣ୍ଡେ ଘର - ବ୍ଲକ ଅଫିସ ଦୌଡି ନୟାନ୍ତ ପୁଷ୍ପାଞ୍ଜଳି

ଲୋକଙ୍କୁ ମିଳୁନି ସରକାରୀ ଯୋଜନାର ସୁଫଳ । ବାରମ୍ବାର ସରକାରୀ ଅଫିସ ଦୌଡ଼ି ଦୌଡି ନୟାନ୍ତ ହେଲେ ବି କେହି ଶୁଣୁନାହାଁନ୍ତି । ଯାହାର ପରିଣାମ ଆବାସ ଯୋଜନାରୁ ବଞ୍ଚିତ ହୋଇଛିନ୍ତି ଅନେକ ହିତାଧିକାରୀ । ଅଧିକ ଖବର ପଢନ୍ତୁ...

ବ୍ଲକ ଅଫିସ ଦୌଡି ନୟାନ୍ତ ପୁଷ୍ପାଞ୍ଜଳି, ହେଲେ ଘରେ ଖଣ୍ଡେ ମିଳୁନି
author img

By

Published : Nov 9, 2019, 10:54 PM IST

ଅନୁଗୋଳ: ଲୋକଙ୍କୁ ମିଳୁନି ସରକାରୀ ଯୋଜନାର ସୁଫଳ । ବାରମ୍ବାର ସରକାରୀ ଅଫିସ ଦୌଡ଼ି ଦୌଡି ନୟାନ୍ତ । ହେଲେ ବି କେହି ଶୁଣୁନାହାନ୍ତି । ଫଳରେ ଆବାସ ଯୋଜନାରୁ ବଞ୍ଚିତ ହେଉଛିନ୍ତି ଅନେକ ହିତାଧିକାରୀ । ଏଭଳି ଅଭିଯାଗ ଆସିଛି ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ପୋକତୁଙ୍ଗା ଗାଁରୁ ।

ବ୍ଲକ ଅଫିସ ଦୌଡି ନୟାନ୍ତ ପୁଷ୍ପାଞ୍ଜଳି, ହେଲେ ଘରେ ଖଣ୍ଡେ ମିଳୁନି

ଏ ହେଉଛନ୍ତି ପୁଷ୍ପାଞ୍ଜଳୀ ଦେହୁରୀ । ବିଗତ କିଛିଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ତାଙ୍କ ଘରଟି ଭାଙ୍ଗି ଯାଇଛି । ତା ପରଠାରୁ ଏହି ଭଙ୍ଗା ଘରେ ବିପଦ ସଂକୁଳ ଅବସ୍ଥାରେ ରହୁଛନ୍ତି ସେ ଓ ତାଙ୍କ ପରିବାର । ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ପଞ୍ଚାୟତ ଅଫିସଠାରୁ ଆରମ୍ଭ କରି ବ୍ଲକ କଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି ତାଙ୍କୁ ଘର ଖଣ୍ଡେ ମିଳୁନି ।

ଲୋକଙ୍କୁ ପରିବାର ପିଛା ଏକରୁ ଅଧିକ ଘର ମିଳିଥିବା ବେଳେ ପୁଷ୍ପାଞ୍ଜଳୀଙ୍କୁ ଘରଟି ମିଳୁନାହିଁ । ଖାଲି ପୁଷ୍ପାଞ୍ଜଳି ନୁହଁନ୍ତି ଏହି ପଞ୍ଚାୟତର ଈଶ୍ବର, ଗୌରୀ ଓ ପାଣ୍ଡବଙ୍କ ଭଳି ଅନେକ ପରିବାର ଏହି ସରକାରୀ ଯୋଜନାରୁ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଖାଲି ଏହି ସବୁ ପରିବାର ନୁହନ୍ତି । ଅନେକ ଲୋକଙ୍କ ଭଙ୍ଗା ଚାଳିଆରେ ରହୁଥିଲେ ବି ଏହି ଆବାସ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି । ଲୋକଙ୍କ ଅଭିଯୋଗ ସେମାନେ ବାରମ୍ବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ଅଫିସ ଆସିଥିଲେ ମଧ୍ୟ କେହି ତାଙ୍କ ଅସୁବିଧା ପ୍ରତି ନଜର ଦେଉ ନାହାନ୍ତି । ବରଂ ପୂର୍ବରୁ ଆବାସ ଯୋଜନାରେ ଘର ଥିବା ପରିବାରର ଅନ୍ୟ ସଦସ୍ୟଙ୍କୁ ଘର ଦିଆଯାଇଥିଲେ ସୁଧା ସେମାନଙ୍କୁ ମିଳୁନାହିଁ ।

ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଛି କହି ନଥିବା ବେଳେ ସରପଞ୍ଚ କହିଛନ୍ତି ଲୋକଙ୍କ ଅସୁବିଧା ସେ ବ୍ଲକକୁ ଜଣାଇଛନ୍ତି । ଏହି ଭଳି ବ୍ଲକ ଆଉ ପଞ୍ଚାୟତର ଦୋଷ ଲଦାଲଦି ଫଳରେ ଲୋକେ ସରକାରୀ ଯୋଜନାରେ ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.