ETV Bharat / state

ବୁଧୁରାମର ସନ୍ଦେହଜନକ ମୃତ୍ୟୁ ଘଟଣା: ପୁଣି ଥାନା ଘେରିଲେ ଆଦିବାସୀ - ଥାନା ଘେରାଉ

ଅନୁଗୋଳର ପାଲଲହଡା ଥାନା ସୋଲଡା ଗାଁର ଆଦିବାସୀ ଯୁବକ ବୁଧୁରାମ କୁଂକାଲଙ୍କ ମୃତ୍ୟୁକୁ ନେଇ ପୁଣିଥରେ ଥାନା ଘେରାଉ କରିଛି ଆଦିବାସୀ ସଂଘ। ଅଧିକ ପଢନ୍ତୁ...

ବୁଧୁରାମର ସନ୍ଦେହଜନକ ମୃତ୍ୟୁ ଘଟଣା: ପୁଣି ଥାନା ଘେରାଉ କଲେ ଆଦିବାସୀ

author img

By

Published : Jan 20, 2020, 7:31 PM IST

ଅନୁଗୋଳ: ଥମିବାର ନାଁ ଧରୁନି ଆଦିବାସୀ ଯୁବକ ବୁଧୁରାମର ସନ୍ଦେହଜନକ ମୃତ୍ୟୁ । ଏନେଇ ଆଦିବାସୀଙ୍କ ମନରେ ବିଦ୍ରୋହ ।

ବୁଧୁରାମର ସନ୍ଦେହଜନକ ମୃତ୍ୟୁ ଘଟଣା: ପୁଣି ଥାନା ଘେରାଉ କଲେ ଆଦିବାସୀ

ଅନୁଗୋଳର ପାଲଲହଡା ଥାନା ସୋଲଡା ଗାଁର ଆଦିବାସୀ ଯୁବକ ବୁଧୁରାମ କୁଂକାଲଙ୍କ ମୃତ୍ୟୁକୁ ନେଇ ପୁଣିଥରେ ଥାନା ଘେରାଉ କରିଛି ଆଦିବାସୀ ସଂଘ। ମୃତକ ପରିବାରକୁ କ୍ଷତିପୂରଣ ଏବଂ ଦୋଷୀ ବନକର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଆଦିବାସୀ ମଞ୍ଚ ପକ୍ଷରୁ ପାଲଲହଡ଼ା ଥାନା ଘେରାଉ କରାଯାଇଛି I

ଆଦିବାସୀ ନେତା ଲକ୍ଷ୍ମଣ ହେମ୍ବ୍ରମ ଏବଂ ଈଶ୍ବରଚନ୍ଦ୍ର ପିଙ୍ଗୁଆ ଓ ଚନ୍ଦ୍ର ମୋହନ ମୁଣ୍ଡୁରିଙ୍କ ନେତୃତ୍ବରେ ଶହ ଶହ ଆଦିବାସୀ ପୁରୁଷ ଏବଂ ମହିଳା ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ଆସି ଥାନା ସମ୍ମୁଖରେ ଧାରଣାରେ ବସିବା ସହ ମୃତ ବୁଧୁରାମଙ୍କ ପରିବାରକୁ 10ଲକ୍ଷ ଟଙ୍କାର ସହାୟତା, ସ୍ତ୍ରୀକୁ ସରକାରୀ ଚIକିରୀ ପ୍ରଦାନ ଏବଂ ବୁଦ୍ଧୁରାମଙ୍କୁ ହତ୍ୟା କରିଥିବା ଫରେଷ୍ଟର ଓ ଅନ୍ୟ ବନକର୍ମଚାରୀଙ୍କ ତୁରନ୍ତ ଚIକିରୀରୁ ବାରଖIସ୍ତ ନେଇ ଦାବି କରିଥିଲେ I ଏହାସହ ଆଗମି ଦିନରେ ଯଦି ସମସ୍ତ ଦାବି ପୂରଣ ନକରାଯାଏ ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମଞ୍ଚ କହିଛି I

ଗତ ଡିସେମ୍ବର ମାସରେ ସୋଲଡI ଗ୍ରାମର ବୁଧୁରାମ ସନ୍ଧ୍ୟା ସମୟରେ ନିଜ ସ୍ତ୍ରୀ ପ୍ରମିଳାଙ୍କ ସହିତ ଜାଳେଣି କାଠ ଆଣିବା ପାଇଁ ପାଖ ଜଙ୍ଗଲକୁ ଯାଇଥିବାବେଳେ ପାଲଲହଡା ଫରେଷ୍ଟର ଭାରତୀ କପରଦାର ଏବଂ ଅନ୍ୟ ସହଯୋଗୀ କାଠ ଆଣୁଥିବା ଦେଖି ଏମାନଙ୍କ ପିଛା କରିଥିଲେ ଫଳରେ ଉଭୟେ ଭୟରେ ସେଠାରୁ ଦୌଡ଼ି ଥିଲେ। ସ୍ତ୍ରୀ ପ୍ରମିଳା ଘରକୁ ଫେରିଆସି ଥିଲେ କିନ୍ତୁ ବୁଧୁରାମ ଘରକୁ ଫେରିନଥିଲେ । ଆଉ ସକାଳୁ ବୁଧୁରମଙ୍କ ମୃତ୍ୟୁ ହୋଇଥିବା ଏବଂ ତାଙ୍କ ମୃତ ଶରୀର ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଥିବା ଖବର ପାଇଥିଲେ ପ୍ରମିଳା ।

ବୁଦ୍ଧୁରାମଙ୍କ ମୁହଁରେ କ୍ଷତ ଚିହ୍ନ ଥିବାରୁ ବନବିଭାଗର କର୍ମଚାରୀ ଟଙ୍କା ପାଇଁ ସ୍ବାମୀକୁ ପିଟି ପିଟି ମାରିଦେଇଥିବା ପ୍ରମିଳା ପାଲଲହଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ I

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଆଦିବାସି ଯୁବକ ବୁଧୁରାମ ର ସନ୍ଦେହ ଜନକ ମୃତ୍ୟୁକୁ ନେ ଆଦିବାସୀ ଙ୍କ ମନରେ ବିଦ୍ରୋହ ଥମିବାର ନାଁ ଧରୁ ନି । Body:ଅନୁଗୋଳ ଜିଲ୍ଲାର ପାଲଲହଡା ଥାନା ସୋଲଡା ଗାଁର ଆଦିବାସୀ ଯୁବକ ବୁଧୁରାମ କୂଂକାଲଙ୍କ ମୃତ୍ୟୁକୁ ନେଇ ପୁଣି ଥରେ ଥାନା ଘେରାଉ କରିଛି ଆଦିବାସୀ ସଂଘ। ମୃତକ ପରିବାରକୁ କ୍ଷତିପୂରଣ ଏବଂ ଦୋଷୀ ବନକର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଆଦିବାସୀ ମଞ୍ଚ ପକ୍ଷରୁ ପାଲଲହଡ଼ା ଥାନା ଘେରାଉ କରାଯାଇଛି I ଆଦିବାସୀ ନେତା ଲକ୍ଷ୍ମଣ ହେମ୍ବ୍ରମ ଏବଂ ଈଶ୍ବରଚନ୍ଦ୍ର ପିଙ୍ଗୁଆ ଓ ଚନ୍ଦ୍ର ମୋହନ ମୁଣ୍ଡୁରିଙ୍କ ନେତୃତ୍ୱରେ ଶହ ଶହ ଆଦିବାସୀ ପୁରୁଷ ଏବଂ ମହିଳା ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ଆସି ଥାନା ସମ୍ମୁଖ ରେ ଧାରଣା ରେ ବସିବା ସହ ମୃତ ବୁଧୁରାମ ଙ୍କ ପରିବାର କୁ 10ଲକ୍ଷ ଟଙ୍କା ର ସହାୟତା, ସ୍ତ୍ରୀକୁ ସରକାରୀ ଚIକିରୀ ପ୍ରଦାନ ଏବଂ ବୁଦ୍ଧୁରାମ ଙ୍କୁ ହତ୍ୟା କରିଥିବା ଫରେଷ୍ଟର ଓ ଅନ୍ୟ ବନକର୍ମଚାରୀଙ୍କ ତୁରନ୍ତ ଚIକିରୀରୁ ବାରଖIସ୍ତ ଦାବି କରିଥିଲେ I ଏବଂ ଆଗମି ଦିନରେ ଯଦି ସମସ୍ତ ଦାବି ପୁରାଣ ନକରାଯାଏ ତେବେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ମଞ୍ଚ କହିଛି I
ଗତ ଡିସେମ୍ବର ମାସରେ ସୋଲଡI ଗ୍ରାମର ବୁଧୁରାମ କୂଂକାଲ ସନ୍ଧ୍ୟା ସମୟରେ ନିଜ ସ୍ତ୍ରୀ ପ୍ରମିଳା କୂଂକାଲ ସହିତ ଜାଳେଣି କାଠ ଆଣିବା ପାଇଁ ପାଖ ଜଙ୍ଗଲକୁ ଯାଇଥିବାବେଳେ ପାଲଲହଡା ଫରେଷ୍ଟର ଭାରତୀ କପରଦାର ଏବଂ ଅନ୍ୟ ସହଯୋଗୀ ମାନେ କାଠ ଆଣୁଥିବା ଦେଖି ଏମାନଙ୍କ ପିଛା କରିଥିଲେ ଫଳରେ ଉଭୟେ ଭୟରେ ସେଠାରୁ ଦୌଡ଼ି ଥିଲେ। ସ୍ତ୍ରୀ ପ୍ରମିଳା ଘରକୁ ଫେରିଆସି ଥିଲେ କିନ୍ତୁ ବୁଧୁରମ ଘରକୁ ଫେରିନଥିଲେ ଏବଂ ସକାଳୁ ବୁଧୁରମଙ୍କ ମୃତ୍ୟୁ ହୋଇଥିବା ଏବଂ ତାଙ୍କ ମରଶରୀର ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଥିବା ଖବର ପାଇଥିଲେ ପ୍ରମିଳା।
ବାଇଟ1-ଲଛମାନ ହେମ୍ବ୍ରାମ (ଆଦିବାସୀ ନେତା)
Conclusion:ବୁଦ୍ଧୁରାମ ଙ୍କ ମୁହ ରେ କ୍ଷତ ଚିହ୍ନ ଥିବାରୁ ବନବିଭାଗ ର କର୍ମଚାରୀ ମାନେ ଟଙ୍କା ପାଇଁ ସ୍ୱାମୀ କୁ ପିଟି ପିଟି ମାରିଦେଇଥିବା ପ୍ରମିଳା ପାଲଲହଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ I
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.