ଅନୁଗୋଳ: ୨୪ ବର୍ଷ ପରେ ଓଡିଶାରେ ହେବ ଜାତୀୟ ଫରେଷ୍ଟ ସ୍ପୋର୍ଟସ ମିଟ । ଏହା ଅବ୍ୟାହତି ପୂର୍ବରୁ ଓଡ଼ିଶାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ସ୍ପୋର୍ଟସ ମିଟ୍।
ଅନୁଗୋଳଠାରେ ଆୟୋଜିତ ଏହି ସ୍ପୋର୍ଟସ ମିଟକୁ ଉଦଘାଟନ କରିଛନ୍ତି ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ । ଦୁଇଦିନ ଧରି ଚାଲିବ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା । ରାଜ୍ୟ ବନ ବିଭଗରେ ଥିବା ଆଠଟି ସର୍କଲରୁ ୩୫୦ଜଣ (ପ୍ରତିଯୋଗୀ) ବନ କର୍ମଚାରୀ ଏହି ପ୍ରତିଯୋଗୀତାରେ ଭାଗ ନେଇଛନ୍ତି। ଉଭୟ ଆଉଟ ଡୋର ଓ ଇନଣ୍ଡୋର ବିଭାଗରେ ୩୯ଟି ଇଭେଣ୍ଟ ଖେଳାଯିବ । ଇନଣ୍ଡୋର ଗେମ ନାଲକୋର ଇନଣ୍ଡୋର ହଲରେ ଖେଳା ଯିବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଆଉଟ ଡୋର ଇଭେଣ୍ଟ ସବୁ ଫରେଷ୍ଟ ରେଞ୍ଜର କଲେଜ ପଡ଼ିଆରେ ଖେଳାଯିବ ।
କର୍ମଚାରୀଙ୍କ କର୍ମ କ୍ଷେତ୍ରରେ ଦକ୍ଷ ପ୍ରତିପାଦିତ କରିବା ପାଇଁ ସ୍ପୋର୍ଟସ ଆୟୋଜନ କରାଯାଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ