ଅନୁଗୋଳ: ଜିଲ୍ଲାରେ SP ଅଫିସ ସମ୍ମୁଖରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ(congress protest) । ମମିତା ମେହେର ହତ୍ୟାକାଣ୍ଡକୁ(mamita murder case) ନେଇ ରାଜ୍ୟ ସରକାରଙ୍କୁ କାଠ ଗଡ଼ାରେ ଛିଡ଼ା କରିବା ପ୍ରୟାସରେ ଲାଗିଛି କଂଗ୍ରେସ । ନିକଟରେ ଭୁବନେଶ୍ବରରେ କଂଗ୍ରେସର ପ୍ରତିବାଦ ବେଳେ ଯେଉଁଭଳି ଭାବେ ପୋଲିସ କଂଗ୍ରେସ କର୍ମୀମାନଙ୍କୁ ଆକ୍ରମଣ କରିଥିଲା ତାର ଦୃଢ ପ୍ରତିବାଦ କରିଛି ଦଳ। ଏହାସହ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପେଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ଦଳ । ଏନେଇ ଅନୁଗୋଳରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଆସି SP ଅଫିସ ଘେରାଉ କରି ପ୍ରତିବାଦ କରିଥିଲେ ।
ଏପଟେ ସୁରକ୍ଷା ଦୃଷ୍ଟିରୁ SP ଅଫିସର ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଯଦି ସରକାର ମମିତାକୁ ନ୍ୟାୟ ନ ଦିଅନ୍ତି, ତେବେ କଂଗ୍ରେସର ଏହିଭଳି ପ୍ରତିବାଦର ସ୍ବର ବଢି ବଢି ଚାଲିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ