ETV Bharat / state

ଜଳଶୂନ୍ୟ ମହାନଦୀ, ବିପଦରେ ପ୍ରାକୃତିକ ଗଣ୍ଡ ସାତକୋଶିଆ ଅସ୍ତିତ୍ୱ ! - ସାତକୋଶିଆରେ ନାହିଁ ଜଳରାଶି

ପୂର୍ବରୁ ଜଳସ୍ତର ହ୍ରାସପାଇ ପୋଚିହେବାରେ ଲାଗିଛି ସାତକୋଶିଆ ଗଣ୍ଡ । ବିଶେଷ ଦୃଷ୍ଟି ପାଇଁ ପରିବେଷବିତଙ୍କ ପରାମର୍ଶ । ଏହି ଗଣ୍ଡ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିନିକେଇରୁ ଆରମ୍ଭ ହୋଇ ନୟାଗଡ଼ ଜିଲ୍ଲାର ବଡମୂଳ ପର୍ଯ୍ୟନ୍ତ ବ୍ୟାପିଛି । ଏହାର ଦୈଘ୍ୟ ୭କୋଷ ଅର୍ଥାତ ୧୪ ମାଇଲ । ଏହି ଗଣ୍ଡର ବିସ୍ତୃତ ନୀଳଜଳ ରାଶି ଏବଂ ଅବବାହିକାରେ ଥିବା ବ୍ୟାପକ ଘଞ୍ଚ ଜଙ୍ଗଲ ଏକ ବିରଳ ଜୈବ ବିବିଧାତା । ଶହ ଶହ ବିରଳ ଘଡ଼ିଆଳ ଓ ମଗର କୁମ୍ଭୀରଙ୍କର ଏହା ପ୍ରକୃତିକ ଆବାସସ୍ଥଳୀ । କିନ୍ତୁ ଏହି ଗଣ୍ଡ ଏବେ ବିପଦ ଆଡକୁ ଯାଉଛି । ଅଧିକ ପଢନ୍ତୁ

ଜଳଶୂନ୍ୟ ମହାନଦୀ, ଶୁଖୁଛି ପ୍ରାକୃତିକ ଗଣ୍ଡ ସାତକୋଶିଆ

author img

By

Published : May 21, 2022, 7:53 PM IST

ଅନୁଗୋଳ: ପୋତି ହେଉଛି ସାତକୋଶିଆ ଗଣ୍ଡ । ପୂର୍ବରୁ ଜଳସ୍ତରରୁ ଗଣ୍ଡର ଗଭୀରତା ପ୍ରାୟ ୧୫୦ ଫୁଟ ଥିଲା । ହେଲେ ଏବେ ୧୦୦ଫୁଟ ତଳକୁ ରହୁଛି । ପ୍ରତିବର୍ଷ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ପ୍ରବାହିତ ହେବା ଏବଂ ଗଣ୍ଡରେ ମିଶିଥିବା ପ୍ରାକୃତିକ ନାଳଗୁଡିକ ବ୍ୟାପକ ପଟୁମାଟି ଆଣି ଗଣ୍ଡରେ ଛାଡିବା କାରଣରୁ ଧିରେ ଧିରେ ଗଣ୍ଡ ପୋତିହେଉଛି । ଏହାଦ୍ୱାରା ସାତକୋଶିଆ ଗଣ୍ଡ ତାର ସତ୍ତା ହରାଇବାକୁ ବସିଲାଣି ।

ଜଳଶୂନ୍ୟ ମହାନଦୀ, ସତ୍ତା ହରାଇବାକୁ ବସିଲାଣି ପ୍ରାକୃତିକ ଗଣ୍ଡ ସାତକୋଶିଆ !

ବହୁ ସଂଖ୍ୟାରେ ବୃକ୍ଷଲତା ମଧ୍ୟ ଗଣ୍ଡରେ ଲୀନ ହୋଇଯାଉଛି । ଏପରି ହେଲେ ସାତକୋଶିଆ ଜୈବ ବିବିଧତା ହରାଇବାର ସମ୍ଭାବନା ରହିଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ । ଶୁଖି ଶୁଖି ଯାଉଛି ମହାନଦୀ । ଦିନକୁ ଦିନ କମୁଛି ନଦୀର ଜଳସ୍ତର । ଯାହାର ପ୍ରଭାବ ପଡୁଛି ନଦୀରେ ଥିବା ପ୍ରାକୃତିକ ଗଣ୍ଡ ସାତକୋଶିଆ ଉପରେ । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ ଯେଉଁଠି ଦିନେ ଅକାତକାତ ପାଣି ଥିଲା ଏବେ ସେଠାରେ ବାଲିଚର ହୋଇଗଲାଣି । ଖାଲି ସେତିକି ନୁହେଁ ଯେଉଁ ସ୍ଥାନରେ ଦିନେ ୧୫୦ ରୁ ୨୦୦ ଫୁଟ ଗଭୀର ପାଣି ଥିଲା ସେଠେରେ ଜଳପତ୍ତନ କମି ୧୦୦ ଫୁଟକୁ ଆସିଗଲାଣି ।

ଯାହା ଫଳରେ ଏବେ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ତାର ପ୍ରଭାବ ପଡିଛି । ପାଣି କମି ଥିବାରୁ ଆଉ ଆଗଭଳି ମାଛ ପଡୁନାହାନ୍ତି ।
ମହାନଦୀର ସାତକୋଶିଆ ଗଣ୍ଡ ଏକ ପ୍ରାକୃତିକ ଗଣ୍ଡ ବିଶ୍ବରେ ବିରଳ । ଏହି ଗଣ୍ଡ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିନିକେଇରୁ ଆରମ୍ଭ ହୋଇ ନୟାଗଡ଼ ଜିଲ୍ଲାର ବଡମୂଳ ପର୍ଯ୍ୟନ୍ତ ବ୍ୟାପିଛି । ଏହାର ଦୈଘ୍ୟ ୭କୋଷ ଅର୍ଥାତ ୧୪ ମାଇଲ । ଏହି ଗଣ୍ଡର ବିସ୍ତୃତ ନୀଳଜଳ ରାଶି ଏବଂ ଅବବାହିକାରେ ଥିବା ବ୍ୟାପକ ଘଞ୍ଚ ଜଙ୍ଗଲ ଏକ ବିରଳ ଜୈବ ବିବିଧାତା । ଶହ ଶହ ବିରଳ ଘଡ଼ିଆଳ ଓ ମଗର କୁମ୍ଭୀରଙ୍କର ଏହା ପ୍ରକୃତିକ ଆବାସସ୍ଥଳୀ । କିନ୍ତୁ ଏହି ଗଣ୍ଡ ଏବେ ବିପଦ ଆଡକୁ ଯାଉଛି ।

ପ୍ରତିବର୍ଷ ଗଣ୍ଡଟି ପୋତି ହେବାରେ ଲାଗିଛି । ଏହାଛଡା ଛତିଶଗଡ଼ରେ ବନ୍ଧ ବାନ୍ଧି ମହାନଦୀ ଜଳକୁ ଆଟକାଇବା ଦ୍ବାରା ଜଳସ୍ରୋତ ପୂର୍ବାପେକ୍ଷା କମି ଯାଇଛି । ସେପଟେ ଗଣ୍ଡର ଉଭୟ ପାର୍ଶ୍ୱ କୁଳଖାଇ ମାଟି ଅତଡା ଖସି ଧିରେ ଧିରେ ପୋତି ହେବାରେ ଲାଗିଛି । ଏଭଳି ହେଲେ ଆଗାମୀ କିଛିବର୍ଷ ପରେ ବିଗିଡିଯିବ ଗଣ୍ଡର ଜୈବ ବିଭିଦତା । ସାତକୋଶିଆ ଅଭୟାରଣ୍ୟର ପରିଚୟ ହେଉଛି ମହାନଦୀ ସାତକୋଶିଆ ଗଣ୍ଡ । ଏହି ଗଣ୍ଡ ତା ସତ୍ତା ହରାଇଲେ ଅଭୟାରଣ୍ୟ ନିଜ ପରିଚୟ ହରାଇବ । ତେଣୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ବୈଜ୍ଞାନିକ ପଦ୍ଧତିରେ ଗଣ୍ଡର ସୁରକ୍ଷା କରିବା ଆବଶ୍ୟକ ବୋଲି ପରିବେଶବିତ ମତ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.