ETV Bharat / state

ବ୍ୟାପୁଛି ବନାଗ୍ନି! ଜଳିଗଲାଣି ଅଧାରୁ ଅଧିକ ଜଙ୍ଗଲ

author img

By

Published : Mar 10, 2021, 10:03 AM IST

Updated : Mar 10, 2021, 10:18 AM IST

ଗତ ପ୍ରାୟ ଏକ ସପ୍ତାହ ହେବ ଅନୁଗୋଳ ଜିଲ୍ଲାରେ ଥିବା ଅନୁଗୋଳ ବନଖଣ୍ଡ ସମେତ ଆଠମଲ୍ଲିକ ସାତକୋଶିଆ ଦେବଗଡ଼ ବନଖଣ୍ଡର ପାଲଲହଡା ରେଞ୍ଜ ଅଞ୍ଚଳରେ ଥିବା ଜଙ୍ଗଲରେ ଲାଗିଛି ନିଆଁ । ନିଆଁକୁ ଆୟତ୍ତ କରିବା ବନ ବିଭାଗ ପକ୍ଷରେ କଷ୍ଟକର ହୋଇ ପଡିଛି। ଜଙ୍ଗଲ ସୀମାନ୍ତବର୍ତ୍ତୀ ଗାଁର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏନେଇ ଦେଖନ୍ତୁ ଇଟିଭି ଭାରତର ସ୍ପେଶିଆଲ ରିପୋର୍ଟ...

ବ୍ୟାପୁଛି ବନାଗ୍ନି!  ଜଳିଗଲାଣି ଅଧାରୁ ଅଧିକ ଜଙ୍ଗଲ
ବ୍ୟାପୁଛି ବନାଗ୍ନି! ଜଳିଗଲାଣି ଅଧାରୁ ଅଧିକ ଜଙ୍ଗଲ

ଅନୁଗୋଳ: ଦୀର୍ଘ ଦିନ ହେଲା ଅନୁଗୋଳ ଜିଲ୍ଲାର ସବୁ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ଶ୍ରୀହୀନ ହୋଇ ପଡିଛି ସବୁଜିମା । ବନ ବିଭାଗ ସ୍ବଳ୍ପ କର୍ମଚାରୀ ଏବଂ ପୁରୁଣା ଯନ୍ତ୍ରପାତିକୁ ନେଇ ଜଙ୍ଗଲ ନିଆକୁ ଆୟତ୍ତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ବିଫଳ ହେଉଛି । ଫଳରେ ବନ୍ୟଜନ୍ତୁ ଅସ୍ତବ୍ୟସ୍ତ ହୋଇ ଜନ ବସତି ମୁହାଁ ହେଉଛନ୍ତି । ଅନ୍ୟପକ୍ଷରେ ଜଙ୍ଗଲ ନିଆଁ ମଧ୍ୟ ଗାଁ ମୁହାଁ ହୋଇ ପଡିଛି । ଜଙ୍ଗଲ ସୀମାନ୍ତବର୍ତ୍ତୀ ଗାଁର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି।

ଗତ ପ୍ରାୟ ଏକ ସପ୍ତାହ ହେବ ଅନୁଗୋଳ ଜିଲ୍ଲାରେ ଥିବା ଅନୁଗୋଳ ବନଖଣ୍ଡ ସମେତ ଆଠମଲ୍ଲିକ ସାତକୋଶିଆ ଦେବଗଡ଼ ବନଖଣ୍ଡର ପାଲଲହଡା ରେଞ୍ଜ ଅଞ୍ଚଳରେ ଥିବା ଜଙ୍ଗଲରେ ଲାଗିଛି ନିଆଁ । ଚଳିତ ଗ୍ରୀଷ୍ମପ୍ରବାହ ଆରମ୍ଭରୁ ହିଁ ସବୁ ଜଙ୍ଗଲ ଗୁଡିକରେ ଭୟଙ୍କର ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବା ବନ ବିଭାଗ ପକ୍ଷରେ କଷ୍ଟକର ହୋଇ ପଡିଛି। ଏହାର ପ୍ରଭାବରେ ଜୈବ ବିବିଧତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ବହୁ ମୂଲ୍ୟବାନ ଗଛ ଓ ଗୁଳ୍ମ ପୋଡି ପାଉଁଶ ହୋଇଯାଇଛି।

ଅନେକ ସରୀସୃପ ପୋଡି ମରିଯାଇଥିବା ବେଳେ ହାତୀ, ହରିଣ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ଭୟରେ ଜନ ବସତି ଆଡକୁ ପଳାଇ ଆସୁଛନ୍ତି। ନିଆଁକୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ଆଦୌ ସଫଳ ହୋଇ ପାରି ନାହିଁ। ଫଳ ସ୍ବରୂପ ଏବେ ଜଙ୍ଗଲ ନିଆଁ ଗାଁ ଆଡକୁ ବ୍ୟାପିବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତାରେ ଗାଁ ଲୋକେ ।

ଜଙ୍ଗଲରେ ନିଆଁକୁ ନିୟନ୍ତ୍ରଣ କରିବାକୁ କାମ୍ପା, ଆମ ଜଙ୍ଗଲ ଯୋଜନା, ପିସିସିଏଫ ବନ୍ୟପ୍ରାଣୀ ଏବଂ ଏନଟିସିଏରୁ ପ୍ରଚୁର ଆର୍ଥିକ ଅନୁଦାନ ମିଳିଛି। କିନ୍ତୁ ତୃଣମୂଳ ସ୍ତରରେ ବନ ବିଭାଗ କର୍ମଚାରୀମାନେ ଗାଁ ଲୋକଙ୍କୁ କୌଣସି ପ୍ରକାର ସାମିଲ କରୁନଥିବା ଅଭିଯୋଗ ହେଉଛି । ଫଳ ସ୍ବରୂପ ଜଙ୍ଗଲ ଅଧିସୁତ ଗ୍ରାମବାସୀଙ୍କ ସହଯୋଗ ବିନା ନିଆଁ ଲିଭାଇବା ସମ୍ଭବ ହୋଇ ପାରୁ ନାହିଁ । ଅନ୍ୟପଟେ ଆରସିସିଏଫଙ୍କ କହିବା କଥା ପର୍ଯ୍ୟାପ୍ତ ପରିମାଣର ଟଙ୍କା ଅନୁଦାନ ମିଳିଛି। ଯେଉଁ ବନ ସୁରକ୍ଷା ସମିତି ନିଆଁ ଲିଭା କାମରେ ସହଯୋଗ କରିବେ ଏବଂ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଯିବ ସେତେବେଳେ ସେହି ସମିତିକୁ ଅଢେଇ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି।

ଅନ୍ୟପଟେ ଉଭୟ ଜଙ୍ଗଲ ସୀମାନ୍ତ ଗ୍ରାମବାସୀ ଏବଂ ବନ୍ୟଜନ୍ତୁ ଭୟଭୀତ। ଏହାର ପ୍ରଭାବରେ ତାପମାତ୍ରା ହୁ ହୁ ହୋଇ ବଢୁଛି। ଯେଉଁଠି ସବୁଜିମା ଥିଲା ଏବେ ଯୁଆଡେ ଚାହିଁଲେ ଚାରିଆଡେ କଳା ପାଉଁଶ, ଅଧା ପୋଡା ଗଛ। ତେଣୁ ବନ ବିଭାଗ ନିଆଁକୁ ନିୟନ୍ତ୍ରଣ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଦାବି ହେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 10, 2021, 10:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.