ETV Bharat / state

ଦାମନଯୋଡି ପ୍ଲାଣ୍ଟ ଉପରେ ପଡିବ CPP ବନ୍ଦ ପ୍ରଭାବ ! ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଶ୍ରମିକ ସଙ୍ଗଠନ - ନାଲକୋ ପାଉଁଶ ପରିଚାଳନା ସମସ୍ୟା

ସ୍ମେଲ୍ଟର ଓ ଦାମନଯୋଡି ପ୍ଲାଣ୍ଟ ଉପରେ ପଡିପାରେ CPP ବନ୍ଦ ପ୍ରଭାବ । ଏନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ଲୋଡ଼ିଛନ୍ତି ଶ୍ରମିକ ସଙ୍ଗଠନ । ଅଧିକ ପଢନ୍ତୁ

captive power plant closure issue
ସ୍ମେଲ୍ଟର ଓ ଦମନଯୋଡି ପ୍ଲାଣ୍ଟ ଉପରେ ପଡିପାରେ CPP ବନ୍ଦ ପ୍ରଭାବ
author img

By

Published : Jul 27, 2023, 2:16 PM IST

Updated : Jul 27, 2023, 3:20 PM IST

ଦାମନଯୋଡି ପ୍ଲାଣ୍ଟ ଉପରେ ପଡିବ CPP ବନ୍ଦ ପ୍ରଭାବ

ଅନୁଗୋଳ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋ ସ୍ଥିତି । ରାଜ୍ୟ ଗ୍ରୀଡ଼ରୁ ବିଜୁଳି କିଣି ଚଳାଯାଉଛି ସ୍ମେଲ୍ଟର । CPP ପ୍ଲାଣ୍ଟରୁ ନିର୍ଗତ ପାଉଁଶ ପକାଇବାକୁ ସ୍ଥାନ ନଥିବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସାମୂହିକ ଭାବେ ପ୍ଲାଣ୍ଟ ବନ୍ଦ କରିବାକୁ ତାଗିଦ କରିବା ସତ୍ତ୍ବେ ବି ମୁହଁ ଖୋଲୁନାହିଁ ନାଲକୋ । ସେପଟେ ତାଳଚେର ଆନ୍ଦୋଳନ ଯୋଗୁ ପାଉଁଶ ପଡି ପାରୁନଥିବାକୁ ଦାୟୀ କରିଛନ୍ତି ଶ୍ରମିକ ଶ୍ରମିକ ସଂଗଠନ । ଯଦି ନାଲକୋ କ୍ୟାପିଟିଭ ପ୍ଲାଣ୍ଟ ବନ୍ଦ ହୁଏ ତେବେ ଏହାର ପ୍ରଭାବ ସ୍ମେଲ୍ଟର ଓ ଦାମନଯୋଡି ପ୍ଲାଣ୍ଟ ଉପରେ ପଡିପାରେ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ଲୋଡ଼ିଛନ୍ତି ଶ୍ରମିକ ସଙ୍ଗଠନ ।

ନାଲକୋର ନିଜସ୍ଵ ପାୱାର ପ୍ଲାଣ୍ଟରେ ଅଚଳାବସ୍ଥା ଦେଖା ଦେଇଛି । ମୋଟ ୧୦ଟି ୟୁନିଟରୁ ଏବେ ମାତ୍ର 5ଟି ୟୁନିଟ ଚାଲୁଛି । ଯେଉଁଠି ପାଖାପାଖି 800 ମେଗାୱାଟରୁ ଅଧିକ ବିଜୁଳି ଦରକାର ସେଠି ଉତ୍ପାଦନ ହେଉଛି ପାଖାପାଖି 500 ମେଗାୱାଟର ବିଜୁଳି । ପରିଣାମ ସ୍ୱରୂପ ଏବେ ବିପଦ ଆଡକୁ ଠେଲି ହେଇ ଯାଉଛି ଅନୁଗୋଳ ସ୍ମେଲ୍ଟର କୋରାପୁଟର ଦାମନଯୋଡି ପ୍ଲାଣ୍ଟ । ଦିନକୁ ଦିନ ସ୍ଥିତି ବିଗୁଡୁ ଥିବା ବେଳେ ଏବେ ରାଜନୀତିର ପଶିଛି ଏହି ନବରତ୍ନ କମ୍ପାନୀ ।

ତାଳଚେର ଭରତପୁର କୋଇଲା ଖଣିରେ ଏହାର ପାଉଁଶ ପାଣି ପଡୁଥିବା ବେଳେ ଆନ୍ଦୋଳନ ଯୋଗୁଁ ଆଉ ତାହା ପଡି ପାରୁନାହିଁ । ସେପଟେ ଆନ୍ଦୋଳନକୁ ନେଇ କଂଗ୍ରେସ ଓ ବିଜେପି ସହବନ୍ଧିତ ବିଭିନ୍ନ ଶ୍ରମିକ ସଙ୍ଗଠନମାନେ ବିଗିଡିବା ସ୍ଥିତି ପାଇଁ ତାଳଚେର ବିଧାୟକଙ୍କୁ ଦାୟୀ କରିଛନ୍ତି । ନାଲକୋ ଶ୍ରମିକ କଂଗ୍ରେସ ନେତାଏ ଘଟଣାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ଲୋଡିଛନ୍ତି । ଜିଲ୍ଲା ପ୍ରଶାସନ ଓ ନାଲକୋ କର୍ତ୍ତୃପକ୍ଷ ତୁରନ୍ତ ସମାଧାନ ବାଟ କାଢ଼ନ୍ତୁ ଵୋଲି କହିଛନ୍ତି ଶ୍ରମିକ ନେତା ।

ଏହା ବି ପଢନ୍ତୁ...NALCO କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟର ପାଉଁଶ ପରିଚାଳନା ଚିନ୍ତା, ପ୍ଲାଣ୍ଟରେ ପଡ଼ିବ ତାଲା !

ଏହା ବି ପଢନ୍ତୁ...ନାଲକୋରୁ ନିର୍ଗତ ପାଉଁଶ ରଖିବାକୁ ଜାଗା ନାହିଁ, CPP ପ୍ଲାଣ୍ଟ ବନ୍ଦ ରଖିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ

ନାଲକୋ ନବରତ୍ନ ମାନ୍ୟତା ପାଇଛି । ଆଗକୁ ମହାରତ୍ନ ମାନ୍ୟତା ପାଇବାକୁ ଯାଉଛି । କାରଖାନା ଆରମ୍ଭରୁ ଲାଭ ଦେଇ ଆସୁଛି । ହେଲେ ଏବେ ତାର ଅସ୍ତିତ୍ୱ ରକ୍ଷା ପାଇଁ କେହି ଆଗେଇ ଆସୁ ନଥିବା ଆଦୌ ଶୁଭଙ୍କର ନୁହେଁ ବୋଲି ଚର୍ଚ୍ଚା ହେଉଛି । ତେବେ ନାଲକୋ କ୍ୟାପ୍‌ଟିଭର ପ୍ଲାଣ୍ଟରେ ଏହି ପାଉଁଶ ପରିଚାଳନା ସମସ୍ୟା ସରକାର ହସ୍ତକ୍ଷେପ କରି କେବେ ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଅନୁଗୋଳ

Last Updated : Jul 27, 2023, 3:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.