ETV Bharat / state

ବାହୁଡ଼ିଲେ ମା', ଦର୍ଶନ ବିନା ଭକ୍ତ ଭାବବିହ୍ବଳ - ଅନୁଗୋଳ ଦୁର୍ଗା ପୂଜା

ଏଥର ମା' ଆସିଲେ ଭକ୍ତ ଦର୍ଶନ ପାଇଲେନି । ବିଦାୟ ବେଳେ ବି ମା'ଙ୍କୁ କେହି ଦର୍ଶନ କରିପାରିଲେ ନି । କାରଣ ଏଥର ଲାଗୁ ହୋଇଛି କୋରୋନା କଟକଣା । କେବଳ ଘଣ୍ଟ ଓ ଢୋଲ ବଜାଇ ମା' ଙ୍କୁ ମେଲାଣି ଦେଇଛନ୍ତି ଅନୁଗୋଳ ବାସୀ ।

ବହୁଡ଼ିଲେ ମା' , ଦର୍ଶନ ବିନା ଭକ୍ତ ମନ ଛଟପଟ
vବହୁଡ଼ିଲେ ମା' , ଦର୍ଶନ ବିନା ଭକ୍ତ ମନ ଛଟପଟ
author img

By

Published : Oct 27, 2020, 2:12 PM IST

ଅନୁଗୋଳ: ଏଥର ମା' ଆସିଲେ ଭକ୍ତ ଦର୍ଶନ ପାଇଲେନି । ବିଦାୟ ବେଳେ ବି ମା'ଙ୍କୁ କେହି ଦର୍ଶନ କରିପାରିଲେ ନି । କାରଣ ଏଥର ଲାଗୁ ହୋଇଛି କୋରୋନା କଟକଣା । କଟକଣା ମଧ୍ୟରେ ଦୁର୍ଗତିନାସିନୀ ଦେବୀ ଦୁର୍ଗାଙ୍କ ପୂଜା କରାଯାଇଥିବା ବେଳେ ଆଜି ମା'ଙ୍କ ଭସାଣି ଉତ୍ସବ ମଧ୍ୟ କଟକଣା ମଧ୍ୟରେ ପାଳିତ ହୋଇଛି ।

ବହୁଡ଼ିଲେ ମା' , ଦର୍ଶନ ବିନା ଭକ୍ତ ମନ ଛଟପଟ

4ଦିନ ଧରି ମା' ଦୂର୍ଗାଙ୍କୁ ମଣ୍ଡପରେ ପୂଜା ପରେ ଆଜି(ମଙ୍ଗଳବାର) ମେଲାଣି ଦିଆଯାଉଛି । ଏଥିପାଇଁ ଅନୁଗୋଳ ସହର ବାଜା ବାଣରେ କମ୍ପି ଉଠିବା କଥା । କିନ୍ତୁ ଏଥର ସେ ସବୁ ନାହିଁ । ଯେଭଳି କଟକଣା ମଧ୍ୟରେ ଆବଦ୍ଧ ମଣ୍ଡପରେ ମା' ଙ୍କୁ ପୂଜା କରାଯାଇଥିଲା ଠିକ ସେମିତି ହାତ ଗଣତି କେତେଜଣ କର୍ମକର୍ତ୍ତାଙ୍କ ମଧ୍ୟରେ ମା'ଙ୍କୁ ଭସାଣି କରାଯାଇଛି । ସହରର ପ୍ରମୁଖ ମେଢ ହୁଲୁରିଶିଙ୍ଘା ହେଉ କି ହେମସୁରପଡା , ଅମଲାପଡା, ଶିମିଳିପଡା ଓ ଦଶହରା ପଡିଆ ଆଦି ପୂଜା ମେଢ ନିଜ ନିଜ ମଣ୍ଡପରୁ ବାହାରି ନିକଟସ୍ଥ ଜଳାଶୟରେ ଭସାଣି କରିଥିଲେ । କେବଳ ଘଣ୍ଟ ଓ ଢୋଲ ବଜାଇ ମା' ଙ୍କୁ ମେଲାଣି ଦେଇଛନ୍ତି ଅନୁଗୋଳ ବାସୀ ।

ବହୁଡ଼ିଲେ ମା' , ଦର୍ଶନ ବିନା ଭକ୍ତ ମନ ଛଟପଟ
ବହୁଡ଼ିଲେ ମା' , ଦର୍ଶନ ବିନା ଭକ୍ତ ମନ ଛଟପଟ

ସମସ୍ତଙ୍କ ମନରେ ଗୋଟେ ଦୁଃଖ ରହିଗଲା ଏଥର ନା ଭସାଣିରେ ସାମିଲ ହୋଇ ପାରିଲେ ନା ମା'ଙ୍କ ପୂଜା ମଣ୍ଡପ କୁ ଆସିପାରିଲେ । କୋଭିଡ କଟକଣା ଏଥର ପୂରା ପୂଜା ମାହୋଲକୁ ଧୋଇ ନେଇଥିବାରୁ ଆସନ୍ତା ବର୍ଷ କିଭଳି କଟକଣା ମୁକ୍ତ ପୂଜା ପାଳିବେ ସେଥିପାଇଁ ମା'ଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.