ETV Bharat / state

କଂଗ୍ରେସ ପାଳୁଛି ସ୍ବାଧୀନତାର ଗୌରବଯାତ୍ରା

author img

By

Published : Aug 10, 2022, 1:30 PM IST

ଜିଲ୍ଲା କଂଗ୍ରେସ ପକ୍ଷରୁ ଚାଲିଛି ସ୍ବାଧୀନତାର ଗୌରବ ଯାତ୍ରା । ଯାତ୍ରାରେ ସାମିଲ ହୋଇଛନ୍ତି ବହୁ କଂଗ୍ରେସ କର୍ମୀ । ଅଧିକ ପଢ଼ନ୍ତୁ

କଂଗ୍ରେସ ପାଳୁଛି ସ୍ବାଧୀନତାର ଗୌରବଯାତ୍ରା
କଂଗ୍ରେସ ପାଳୁଛି ସ୍ବାଧୀନତାର ଗୌରବଯାତ୍ରା

ଅନୁଗୋଳ: ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ବାଧୀନତାର ଗୌରବ ଯାତ୍ରା ପାଳିତ ହୋଇଯାଇଛି । ତ୍ୟାଗ ଓ ବଳିଦାନର ୭୫ବର୍ଷ ସ୍ୱାଧୀନତା ଗୌରବ ପଦଯାତ୍ରା ତଥା କ୍ରାନ୍ତି ଦିବସ ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ହୋଇଥିଲା । ଏହି ପଦଯାତ୍ରାରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।

କଂଗ୍ରେସ ପାଳୁଛି ସ୍ବାଧୀନତାର ଗୌରବଯାତ୍ରା

ପ୍ରବଳ ବର୍ଷା ସତ୍ତ୍ୱେ ବହୁ କଂଗ୍ରେସ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଆମେ ଆଜି ଯେଉଁ ସ୍ୱାଧୀନ ଭାରତର ନାଗରିକ ହୋଇ ବଞ୍ଚିଛନ୍ତି ତାହା କେବଳ କଂଗ୍ରେସ ଯୋଗୁଁ ସମ୍ଭବ ହୋଇଛି । କଂଗ୍ରେସର ନେତୃତ୍ୱରେ ବହୁ ବଡ଼ ବଡ଼ ବ୍ୟକ୍ତି ନିଜ ପ୍ରାଣବଳୀ ଦେଇ ଦେଶକୁ ବ୍ରିଟିଶ କବଳରୁ ମୁକ୍ତ କରିଛନ୍ତି ।

ତାଙ୍କର ବଳିଦାନ ହେଉଛି ଆଜିର ସ୍ବାଧୀନତା । ଯାହାକୁ ସମସ୍ତେ ମନେ ରଖିବାର ଆବଶ୍ୟକତା ରହିଛି । ଦେଶ ଆଜି ପାଳନ କରିବାକୁ ଯାଉଛି 75 ବର୍ଷ ପୂର୍ତ୍ତି । ଏବେ ସେଇ ବଳିଦାନକୁ ମନେ ରଖି ଆମେ ଆଗକୁ ଯିବାକୁ କଂଗ୍ରେସ ନେତାଏ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.