ETV Bharat / state

ଧନ ଦାତ୍ରୀଙ୍କ ପୂଜାରେ ଝଟକୁଛି ଅନୁଗୋଳ, ଜମୁଛି ଲୋକଙ୍କ ଭିଡ

author img

By

Published : Oct 15, 2022, 4:24 PM IST

କୁମାରପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଯାଇଛି ଅନୁଗୋଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ସହରର ପ୍ରାୟ ୧୭ କିଲୋମିଟର ଅଞ୍ଚଳରେ ଛାଇଯାଇଛି ଆଲୋକମାଳା । ଅଧିକ ପଢନ୍ତୁ

ଜମୁଛି ଅନୁଗୋଳ ଲକ୍ଷ୍ମୀପୂଜା
ଜମୁଛି ଅନୁଗୋଳ ଲକ୍ଷ୍ମୀପୂଜା

ଅନୁଗୋଳ: ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ । କୁମାରପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଯାଇଛି ଅନୁଗୋଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ।ଏନେଇ ଚଳଚଞ୍ଚଳ ହୋଇଉଠିଛି ଅନୁଗୋଳର ପୂଜା ମଣ୍ଡପ । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ପୂଜା । ସହରର ପ୍ରାୟ ୧୭ କିଲୋମିଟର ଅଞ୍ଚଳରେ ଛାଇ ଯାଇଛି ଆଲୋକମାଳା । ସବୁଠି ଆକାଶ ଛୁଆଁ ତୋରଣ ଆଉ ରଙ୍ଗ ବେରଙ୍ଗର ଆଲୋକ । କେଦାରନାଥ ମନ୍ଦିର, ମା' ଲକ୍ଷ୍ମୀଙ୍କର ଉଆସ ଭଳି ତୋରଣା କରାଯାଇଛି । ଚଳିତ ବର୍ଷ ବିନା କଟକଣାରେ ପୂଜାର୍ଚ୍ଚନା କରାଯାଉଥିବା ଯୋଗୁଁ ଅନୁଗୋଳ ସହରରେ ଜାକଜମକରେ ପୂଜା କରାଯାଉଛି । ଏହସହ ଲୋକଙ୍କର ଭିଡ ମଧ୍ୟ ପରିଲକ୍ଷିତ ହୋଇଛି ।

ଜମୁଛି ଅନୁଗୋଳ ଲକ୍ଷ୍ମୀପୂଜା

ଅନୁଗୋଳରେ ହୋଇଥିବା ଆଲୋକ ସଜ୍ଜାକୁ ଦେଖିଲେ ସତେ ଯେମିତି ଆଖି ଲାଖିଯାଉଛି । ପୁରା ସହରଟାକୁ ଛାଇ ଯାଇଛି ଆଲୋକର ମାଳା । ଆଉ ତା ସାଙ୍ଗକୁ ଆକାଶ ଛୁଆଁ ତୋରଣ । ସନ୍ଧ୍ୟାରେ ଲୋକଙ୍କ ଭିଡ ପରିଲକ୍ଷିତ ହେଉଥିବ ବେଳେ ବାହାର ରାଜ୍ୟରୁ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଜମୁଛି । ଅନୁଗୋଳ ସହରରେ ୧୧ ଦିନ ପୂଜା କରାଯାଉଥିବା ବେଳେ ବଂରପାଳ ଠାରୁ ସହରର ଶେଷ ସୀମା ପର୍ଯ୍ୟନ୍ତ ସବୁଆଡେ ଛାଇ ଯାଇଛି ରଙ୍ଗୀନ ଆଲୋକ । ମନୋଲୋଭା ମା’ଙ୍କ ମଣ୍ଡପର ସାଜସଜ୍ଜା ପ୍ରତ୍ୟକ ଦର୍ଶକଙ୍କ ମନକୁ ଛୁଉଁଛି ।

୧୯୬୦ ମସିହାରୁ ଅନୁଗୋଳ ସହରରେ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜାର କଳେବର ବୃଦ୍ଧି ହୋଇଛି । ଏବେ ପ୍ରାୟ ସହର ଓ ଆଖପାଖ ଅଞ୍ଚଳ ମାନଙ୍କରେ ୫୦ରୁ ଅଧିକ ମଣ୍ଡପରେ ମା ଲକ୍ଷ୍ମୀଙ୍କୁ କେଉଁଠି ଲକ୍ଷ୍ମୀ ନାରାୟଣ ତ କେଉଁଠି ଗଜ ଲକ୍ଷ୍ମୀ ରୂପରେ ପୂଜା କରା ଯାଉଛି । ଏଥର ବଜାର ଛକ ମଣ୍ଡପ ସମୁଦ୍ର ନଗରି ମଧ୍ୟରେ ଲକ୍ଷ୍ମୀ ନାରାୟଣଙ୍କୁ ଆରାଧନା କରୁଥିବା ବେଳେ ଡେଲି ମାର୍କେଟ ପୂଜା କମିଟି ମା’ ଲକ୍ଷ୍ମୀ ଉଆସ ସଦୃଶ ତୋରଣ ନିର୍ମାଣ କରି ପୂଜା କରାଯାଉଛି । ସବୁଠାରୁ ଉଚ୍ଚତ୍ତମ ତୋରଣ ନିର୍ମାଣ କରିଛି କାଞ୍ଚନ ବଜାର, ବସ ଷ୍ଟାଣ୍ଡ ପୂଜା କମିଟି କେଦାରନାଥ ମନ୍ଦିରର ତୋରଣ ନିର୍ମାଣ କରିଥିବା ବେଳେ ଯାହା ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପୂଜାବୁଲା ସାଙ୍ଗକୁ ଦୋଳିଖେଳ ଓ ଚାଟର ଖିଆର ମଜାକୁ କେହି ହାତ ଛଡା କରୁ ନାହାଁନ୍ତି ।
ପୂଜା ଆହୁରି ଚାରି ଦିନ ଥିବାରୁ ଅଧିକ ଭିଡ ହେବାର ଆଶା କରାଯାଉଛି । ଆସନ୍ତା ୧୯ ତାରିଖରେ ମା’ଙ୍କ ଭସାଣ ସହ ମେଳଣ ଶୋଭାଯାତ୍ରା ଅନୁଷ୍ଠିତ ହେବ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.